ସମ୍ବଲପୁର,୨୦/୦୩(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ସହର ଭୁତାପଡା ମା’ ମଙ୍ଗଳାଙ୍କ ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜନୋତ୍ସବ ସକାଶେ ଗୁରୁବାର ଚୈତ୍ର ମାସ ଅମାବାସ୍ୟା ତିଥିରେ କଳଶାଧୀବାସ ଅନୁଷ୍ଠିତ ହୋଇଥିଲା I ଏହି ଅବସରରେ ଆଜି ଅପରାହ୍ନ ୪ ଟା ସମୟରେ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା I ଏଥିରେ ସହରର ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିଥିଲେ I ସ୍ଥାନୀୟ ମହାନଦୀ ଘାଟରୁ ଜଳ ଆଣି ଵିଧି ମୁତାବକ ମଙ୍ଗଳାଙ୍କ ପୀଠେ ପୂଜନୋତ୍ସବ ଅନୁଷ୍ଠିତ ହୋଇଥିଲା I କଲାସାଧିବାସ ପରେ ସନ୍ଧ୍ୟାରେ ମା’ ଙ୍କ ପ୍ରତିପଦା ବିହିତ ପୂଜା, ଚଣ୍ଡୀପାଠ, ହୋମ, ଆଳତୀ, ପୁଷ୍ପାଞ୍ଜଳି ଅନୁଷ୍ଠିତ ହୋଇଥିଲା Iଭୁତାପଡା ମଙ୍ଗଳା ମନ୍ଦିରର ପୂଜକ ମହେଶ୍ୱର ପଣ୍ଡା ଓ ପଣ୍ଡିତ ଆଦିତ୍ୟ ମିଶ୍ର ପୂଜା କାର୍ଯ୍ୟ କରିଥିଲେ I ମଙ୍ଗଳା ମନ୍ଦିର କମିଟିର ରବୀନ୍ଦ୍ର ଜେନା, ରସାନନ୍ଦ ବେହେରା, ସୁଧାଂଶୁ ଶେଖର ମହାରଣା, ଅସିତ ବିଶ୍ୱାଳ, ବିରଞ୍ଚି ବେହେରା, ନିହାର କୁମାର ମାହାନା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ I ସମ୍ବଲପୁର ଧୂଚୁରାପଡ଼ା ନିବାସୀ ସରୋଜ ସାହୁ ଓ ସାଗରୀକା ସାହୁ ସପତ୍ନୀକ କର୍ତ୍ତା ଦାୟିତ୍ୱ ନିର୍ବାହ କରୁଛନ୍ତି I

