ସମ୍ବଲପୁର,୨୦/୦୩(ଉତ୍କଳ ସମାଚାର),(ସରୋଜ ସାହୁ):ଲକ୍ଷ୍ମୀ ନାରାୟଣ କ୍ରିକେଟ୍ କ୍ଳବ୍ ଆନୁକୁଲ୍ୟ ସମ୍ବଲପୁର କମିଶନର କଲୋନୀ କ୍ରିକେଟ୍ କ୍ଳବ୍ ପଡିଆରେ ଶୁକ୍ରବାର ଦିନ ୧୪ ତମ ଜିଲ୍ଲା ସ୍ତରୀୟ ଅଭିଷେକ ପଟ୍ଟନାୟକ ସ୍ମାରକୀ ତ୍ରିଦିବସୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସମ୍ବଲପୁର କ୍ରୀଡ଼ା ସଂଘ ର ସାଧାରଣ ସମ୍ପାଦକ ସୁନୀଲ କୁମାର ସାହୁ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏଲ.ଏନ.ସି.ସି ର ସଭାପତି ତାପସ ପୁଝାରୀ ଓ ସମ୍ପାଦକ ସୁଶାନ୍ତ ମହାକୁଡ଼ ଙ୍କ ପରିଚାଳନା ରେ ଅନୁଷ୍ଠିତ ଉଦଘାଟନୀ ସଭା ରେ ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ କବି ଡ଼ଃ ଦୀପେନ କୁମାର ପଟ୍ଟନାୟକ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ ର ଉଦ୍ଦେଶ୍ୟ ସମ୍ପର୍କ ରେ ଆଲୋକପାତ କରିବା ସହିତ ସ୍ବର୍ଗତ ଅଭିଷେକ ଙ୍କ ଜୀବନ ତଥା କୃତୀ ବିଷୟ ରେ ବକ୍ତବ୍ୟ ରଖିଥିଲେ । ଏହି ତିନି ଦିନିଆଁ ୭ ଅଭର ବିଶିଷ୍ଟ (ପ୍ରତିମେଚ୍) କ୍ରିକେଟ୍ ପ୍ରତିଯୋଗିତା ରେ ଅମ୍ପେୟାର ଭାବରେ ମୁକେଶ୍ ଦଳାଇ ଓ ହୃଷିକେଶ ସାହୁ ଯୋଗ ଦେଇଛନ୍ତି । ଉଦଘାଟନୀ ଦିବସ ରେ ଅନୁଷ୍ଠିତ ହୋଇଥିବା ୭ ଟି ମେଚ୍ ରେ ଶ୍ରୀ ଶ୍ୟାମ ଇଲେଭେନ, ଜେଏସଡିସିସି, ମହାବୀର ଇଲେଉେନ୍, ସମ୍ବଲପୁର ଇଲେଭେନ୍, ଏଲଏନସିସି, ସମଲେଶ୍ଵରୀ କ୍ଳବ୍, ଟ୍ରଫି ଫାଇଟର୍ସ, ଏସ୍ କିଙ୍ଗ୍, ମିଷ୍ଟିୟସ ବଏଜ୍, ସମ୍ବଲପୁର ଟାଇଟନ୍, ଭେଟେରାନ୍, ଚଏସ୍ ଇଲେଭେନ୍, ପ୍ରିନ୍ସ ଅଫ ଦି ଫିଲ୍ଡ଼, ଓ ଗେମ୍ ଚେଞ୍ଜର୍ ଟିମ୍ ଭାଗ ନେଇ ଥିବା ବେଳେ ଏହି ଟୁର୍ଣ୍ଣାମେଣ୍ଟ ତିନିଧରି ଚାଲି ଆସନ୍ତା ୨୨ ତାରିଖ ରେ ଉଦଯାପିତ ହେବ ।

