ରାଉରକେଲା ୨୦/୩,(ଉତ୍କଳ ସମାଚାର)ରାଜ୍ଯସଭା ସଦସ୍ୟ ତଥା ସାଂସଦ ଭାବରେ ନିର୍ବାଚିତ ହେବା ପରେ, ରାଉରକେଲା ସହରରେ ଦିଲ୍ଲୀପ ରାୟଙ୍କୁ ସ୍ୱାଗତ କରିବା ପାଇଁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସହରର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ସାଂସଦ ଶ୍ରୀ ରାୟଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଅର୍ପଣ କରାଯାଇଥିଲା। ରାଉରକେଲାର ଗର୍ବ ଏବଂ ଗୌରବ ନବନିର୍ବାଚିତ ରାଜ୍ୟସଭା ସଦସ୍ୟ ଦିଲ୍ଲୀପ ରାୟ ଆଜି ସକାଳ ୧୦ଟାରେ ଝାରସୁଗୁଡାରୁ ଆସି ପାନପୋଷ ଗାନ୍ଧୀ ଛକରେ ପହଞ୍ଚିବା ପରେ ତାଙ୍କ ସମର୍ଥକମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିବା ସହିତ ଦିଲୀପ ରାୟ ଜିନ୍ଦାବାଦର ସ୍ଲୋଗାନ ଦେଇଥିଲେ। ତାଙ୍କ ସହିତ ବହୁ ସଂଖ୍ୟକ ସମର୍ଥକ ବେଦବ୍ୟାସ ଛକରୁ ଏକ ବାଇକ୍ ରାଲି ମାଧ୍ୟମରେ ପାନପୋଷ ଗାନ୍ଧୀ ଛକରେ ପହଞ୍ଚିଥିଲେ। ଦିଲୀପ ରାୟ ପ୍ରଥମେ ଗାନ୍ଧୀ ଛକ ନିକଟସ୍ଥ କାଳୀ ମନ୍ଦିରରେ ପୂଜା ଅର୍ଚ୍ଚନା ଓ ପ୍ରାର୍ଥନା କରିଥିଲେ। ତାଙ୍କ ସହିତ ସୁନ୍ଦରଗଡ ସାଂସଦ ତଥା କେନ୍ଦ୍ର ଆଦିବାସୀ ବିକାଶ ମନ୍ତ୍ରୀ ଜୁଏଲ ଓରାମ୍, ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ଶ୍ରୀ ରାୟଙ୍କ ପତ୍ନୀ ପୂଜା ରାୟ, ବିଜେପି ପାନପୋଷ ସଂଗଠନ ସଭାପତି ପୂର୍ଣ୍ଣିମା କେରକେଟା, ଶୁଭ ପଟ୍ଟନାୟକ, ବିଜେପି ରାଜ୍ୟ ମୁଖପାତ୍ର ଧୀରେନ୍ଦ୍ର ସେନାପତି, ହରି ରାଉତରାୟଙ୍କ ସମେତ ବରିଷ୍ଠ ବିଜେପି ନେତା, କର୍ମୀ ଏବଂ ଦିଲୀପ ରାୟଙ୍କ ସମର୍ଥକମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। ଏହା ପରେ ଶ୍ରୀ ରାୟ ପାନପୋଷ ଛକରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ନବନିର୍ବାଚିତ ରାଜ୍ୟସଭା ସଦସ୍ୟ ଦିଲୀପ ରାୟ, ସାଂସଦ ଜୁଆଲ ଓରାମ୍, ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଏବଂ ଶ୍ରୀ ରାୟଙ୍କ ପତ୍ନୀ ଶ୍ରୀମତୀ ପୂଜା ରାୟ ଏକ ଖୋଲା ଜିପରେ ବସି ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଶୋଭାଯାତ୍ରା ଢୋଲ ଏବଂ ତୂରୀ ବାଦ୍ୟ ସହିତ ଆରମ୍ଭ ହୋଇଥିଲା। ଏଥିସହିତ ରାଲି ବା ଶୋଭାଯାତ୍ରା ପାନପୋଷ ଛକରୁ ଆଇଟିଆଇ ଛକ, ଏସଟିଆଇ ଛକ, ଉଦିତନଗର ଆମ୍ବେଦକର ଛକରେ ପହଞ୍ଚିବା ପରେ, ସେଠାରେ ଅତିଥିମାନଙ୍କ ଦ୍ୱାରା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହା ପରେ ଆମ୍ବେଦକର ଛକରୁ ମୁଖ୍ୟ ରାସ୍ତା ଦେଇ, ବିର୍ସା ଡାହର ଛକ, ପାୱାର ହାଉସ ଛକ, ଡେଲି ମାର୍କେଟ ଦୁର୍ଗା ମଣ୍ଡପ, ପ୍ଲାଣ୍ଟସାଇଟ୍ ଛକ, ପୁରୁଣା ଷ୍ଟେସନ ରୋଡ ବା ନାଲା ରୋଡ୍ ଛକ, ଟ୍ୟାକ୍ସି ଷ୍ଟାଣ୍ଡ, ମଧୁସୂଦନ ଛକ ଦେଇ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ଏବଂ ବିର୍ସା ଛକରେ ବୀର ବିସ୍ରା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ରାଲି ତଥା ଶୋଭାଯାତ୍ରା ଶେଷ ହୋଇଥିଲା। ଏହି ରାଲିରେ ଦିଲ୍ଲୀପ ରାୟଙ୍କ ହଜାର ହଜାର ସମର୍ଥକ ଅଂଶଗ୍ରହଣ କରିଥିଲେ। ଏହି ସମୟରେ, ନୂତନ ନିର୍ବାଚିତ ରାଜ୍ୟ ସଭା ସଦସ୍ୟଙ୍କୁ ରାଉରକେଲା ସହରର ବିଭିନ୍ନ ସାମାଜିକ ସଂଗଠନ, ଧାର୍ମିକ ସଂଗଠନ ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶ୍ରୀ ରାୟଙ୍କୁ ଉତ୍ତରୀୟ ଏବଂ ପୁଷଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ। ଶୋଭାଯାତ୍ରା ସମୟରେ ରାସ୍ତାରେ ସର୍ବତ୍, ଫଳ ଏବଂ ମିଠା ଶ୍ରୀ ରାୟଙ୍କ ସମର୍ଥକମାନଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା | ଦିଲ୍ଲୀପ ରାୟ ଜିନ୍ଦବାଦ ସ୍ଲୋଗାନରେ ସମଗ୍ର ରାଉରକେଲା ସହର ପ୍ରତିଧ୍ୱନିତ ହୋଇଥିଲା। ଏହି ରାଲିରେ ରଣଜିତ ନାୟକ, କେଦାର ମହାନ୍ତି, ଇରଶାଦ ଖାନ, ଅନୱାର ଭାଇ, ଅବିନାଶ ପ୍ରଧାନ, ପ୍ରକାଶ ମହାନ୍ତି, ଅମିତାଭ ସାମଲ, ଦୌଲତ ଅଗ୍ରୱାଲ, ମନୋଜ ଅଗ୍ରୱାଲ, ସଂଗ୍ରାମ ମହାନ୍ତି, ବିରେନ ପତି, ଜସବିନ୍ଦର ସିଂ, ବିଶ୍ବନାଥ ବେହୁରିଆ, ଗୁଡ୍ଡୁ ସିଂହ, ନୀରଜ ଚତୁର୍ବେଦି, କେ କେ ପ୍ରଜାପତି କାଳିଚରଣ ସାହୁ, ଦୁଜ ସେଟ୍ଟୀ, ଅଜିତ୍ ଏକ୍କାଙ୍କ ସମେତ ବହୁ ବିଜେପି ସମର୍ଥକ ଶ୍ରୀ ରାୟଙ୍କ ସମର୍ଥନରେ ଏହି ଶୋଭାଯାତ୍ରାରେ ଯୋଗଦେଇଥିଲେ।


