ରାଉରକେଲା :20//3,(ଉତ୍କଳ ସମାଚାର) ନାଟ୍ୟାନୁଷ୍ଠାନ ସମ୍ପର୍କ ସେକ୍ଟର ୫ ସ୍ଥିତ କଲ୍ଚରାଲ୍ ଏକାଡେମୀ ଠାରେ ବିଶ୍ବନାଟ୍ୟ ଦିବସ ପାଳନ ସମ୍ପର୍କରେ ଏକ ସାମ୍ୱାଦିକ ସମ୍ମିଳନୀ କରି ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଚଳିତ ବର୍ଷ ବିଶ୍ବ ନାଟ୍ୟ ଦିବସ ୨୦୨୬ ର ଶୀର୍ଷକ ଶାନ୍ତିର ସଂସ୍କୃତି ଗଢିତୋଳିବାରେ ନାଟ୍ୟ କଳାର ଭୂମିକା ରହିଛି । ସଂପର୍କ ଦ୍ବାରା ଆୟୋଜିତ ହେବାକୁ ଯାଉଥିବା “ବିଶ୍ବନାଟ୍ଯ ଦିବସ ଓ ଜାତୀୟ ନାଟକ ମହୋତ୍ସବ-୨୦୨୬” ଉପଲକ୍ଷେ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି ସଂପର୍କ ର ସଭାପତି ସୁବ୍ରତା ପତି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଂପାଦକ ଭାସ୍କର ଚନ୍ଦ୍ର ମହାପାତ୍ର ଜାତୀୟ ନାଟକ ମହୋତ୍ସବର ସଂକ୍ଷିପ୍ତ ବିବରଣୀ ଦେବାକୁ ଯାଇ କହିଥିଲେ – ମାର୍ଚ୍ଚ ୨୨ତାରଖରୁ ୨୭ ମାର୍ଚ୍ଚ ପର୍ଯ୍ୟନ୍ତ ଏବର୍ଷ ଛ, ଦିନ ବ୍ଯାପି ବିଶ୍ବନାଟ୍ଯ ଦିବସ ଅବସରରେ ଜାତୀୟ ନାଟକ ମହୋତ୍ସବ ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ ହେବ । ୨୨ମାର୍ଚ୍ଚରେ ସଂପର୍କ ରାଉରକେଲାର ନାଟକ “ଅସ୍ମିତା” ,୨୩ ମାର୍ଚ୍ଚ ରେ କୋଲକାତା ର ଥିଏଲାଇଟ୍ ତରଫରୁ ବଂଗଳା ନାଟକ ‘ମାୟାପୁରୀ’ , ୨୪ତାରିଖରେ ବେଲପାହାଡ଼ ମିରର ଥିଏଟର ତରଫରୁ ସମ୍ବଲପୁରୀ ନାଟକ “ଓଲପି” ,୨୫ ତାରିଖରେ ରୂପାନ୍ତର ବାରିପଦାର ଓଡ଼ିଆ ନାଟକ ” ଅପଦାର୍ଥ “, ୨୬ତାରିଖ ରେ ଭୁବନେଶ୍ୱର ର ପଞ୍ଚଧ୍ବନୀ ତରଫରୁ ଓଡିଆ ନାଟକ ” ନୂଆ ଦିଗନ୍ତ” , ୨୭ତାରିଖରେ ଜାମସେଦପୁରର ପାତ୍ର ତରଫରୁ ହିନ୍ଦୀ ନାଟକ “ପଞ୍ଛି” ମଞ୍ଚସ୍ଥ ହେବ । ଏହି ନାଟକ ଗୁଡିକ ଜାତୀୟସ୍ତରରେ ଦର୍ଶକୀୟ ସ୍ବୀକୃତି ଲଭ କରିସାରିଛି । ତ୍ୟେକ ନାଟକ ମଞ୍ଚସ୍ଥ ହେବାପରେ ଦର୍ଶକମାନେ ସଂପୃକ୍ତ ନାଟକର କଳାକାରମାନଙ୍କୁ ମଞ୍ଚସ୍ଥ ନାଟକ ସମ୍ବନ୍ଧୀୟ ଉପଯୁକ୍ତ ପ୍ରଶ୍ନ ପଚାରି ପୁରସ୍କୃତ ହେବେ । ଏତତ ବ୍ୟତୀତ ୨୪ତାରିଖ ସକାଳ ଆଠ ଘଟିକାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପିଲାମାନଙ୍କ ମଧ୍ଯ ରେ ଏକକ ଅଭିନୟ ପ୍ରତିଯୋଗିତା, ୨୭ତାରିଖ ସକାଳ ଆଠ ଘଟିକାରେ ଛାତ୍ର ଛାତ୍ରୀଙ୍କ ମଧ୍ଯ ରେ କୈ।ତୁକ ପୋଷାକ ପ୍ରତିଯୋଗିତା ଓ ” ଶିକ୍ଷାନୁଷ୍ଠାନରେ ମଞ୍ଚ ନାଟକ ” ଆଧାରିତ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ । ୨୭ ମାର୍ଚ୍ଚ ସକାଳ ଆଠ ଘଟିକାରେ ବିଶ୍ବନାଟ୍ଯ ଦିବସ ପାଳିତ ହେବ । ଏହି ଅବସରରେ ଏକ ରଙ୍ଗାରଙ୍ଗ ‘ନାଟ୍ଯ ପଦ ଯାତ୍ରା ‘ ଏକତ୍ର, ରାଉରକେଲାର ମିଳିତ ଆନୁକୂଲ୍ଯରେ ଅନୁଷ୍ଠିତ ହେବ । ପରେ ପରେ ଏକ ଜାତୀୟ ନାଟ୍ଯ ଆଲୋଚନା ଚକ୍ର ମଧ୍ଯ ଆୟୋଜିତ ହେବ। ୨୭ ତାରିଖ ଅପରାହ୍ନ ୩ଘଟିକାରେ “ଉପାସନା ଓଡିଶୀ ନୃତ୍ୟୋତ୍ସବ ଆୟୋଜିତ ହେବ।ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ “ନାଟ୍ଯବନ୍ଧୁ”ସମ୍ମାନରେ ସମ୍ମାନିତ କରାଯିବ । ଏତତ ବ୍ୟତୀତ ସର୍ବଶ୍ରୀ ପଞ୍ଚାନନ ଦାଶ, ନବୀନ ପରିଡା, ପରେଶ କୁମାର ସାହୁ, ଆଲୋକ ବୋଷଙ୍କୁ ସଂପର୍କ ସମ୍ମାନ ରେ , ଶ୍ରୀମତୀ ମୀରା ଦାସଙ୍କୁ ଉପାସନା ସମ୍ମାନରେ, ଧୀରେନ ସେନାପତିଙ୍କୁ ଆମ କଳାକାର ସମ୍ମାନରେ, ନଳିନୀ ନିହାର ନାୟକଙ୍କୁ “ଯୁବ ନାଟ୍ଯ ସମ୍ମାନ”ରେ ଓ ଜଣେ ବରିଷ୍ଠ ,ଦୁଇ ଜଣ ଯୁବ ସାମ୍ବାଦିକ ଙ୍କୁ ଗୌରୀଶଙ୍କର ସମ୍ମାନ ରେ ସମ୍ମାନିତ କରିଯିବ । ଏହି ସମ୍ମିଳନୀରେ ଏକତ୍ର ରାଉରକେଲାର ସଦସ୍ଯ ୨୬ଟି ନାଟ୍ଯାନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗ ଦାନ କରି ଉତ୍ସବର ସଫଳତା ପାଇଁ ସହଯୋଗର ହାତ ବଢାଇବେ ବୋଲି ମତ ବ୍ୟକ୍ତ କରିଥିଲେ । ସର୍ବଶେଷ ରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବିଜୟ କୁମାର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ଏହି ଉତ୍ସବରେ ବହୁ ସଂଖ୍ୟାରେ ସପରିବାର ଦର୍ଶକ ଭାବରେ ଯୋଗଦାନ କରିବାକୁ ରାଉରକେଲାବାସୀଙ୍କୁ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ନାରାୟଣ ପତି,ଏକତ୍ର ସଭାପତି ରାଜୀବ ପାଣି ପ୍ରମୁଖ ମଞ୍ଚାସୀନ ରହି ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଆଲୋକ ବୋଷ, ଅକ୍ଷୟ ସାମଲ,ଡ ସୁମନ ଦତ୍ତ,ସତ୍ୟ ମିଶ୍ର, କଲ୍ୟାଣୀ ଦାସ, ସୁରେନ୍ଦ୍ର ପାଢ଼ୀ,ସୁଦେଷ୍ଣାରାଣୀ ରାଉତ,ଗଙ୍ଗାଧର ପୁହାଣ, ସନ୍ଧ୍ୟା ପଟ୍ଟନାୟକ, କନକଲତା ଦାସ,ପ୍ରଳୟ ଶତପଥୀ, ଗଙ୍ଗାଧର ଜେନା, ନିହାର ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

