ରାଉରକେଲା :21//3,(ଉତ୍କଳ ସମାଚାର): ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ର ପ୍ରମୁଖ ସଚିବ ଶ୍ରୀ ଏନ୍.ବି.ଏସ୍ ରାଜପୁତ ଦୁଇ ଦିନିଆ ସୁନ୍ଦରଗଡ଼ ଗସ୍ତରେ ଆସିଛନ୍ତି l ଗସ୍ତର ପ୍ରଥମ ଦିନରେ ସେ ପ୍ରଥମେ ସୁନ୍ଦରଗଡ଼ ର ଭେଡ଼ାବାହାଲ ସ୍ଥିତ ଟ୍ରକ୍ ଟର୍ମିନାଲ୍ ପରିଦର୍ଶନ କରି ଉପସ୍ଥିତ ହିତାଧିକାରୀ ଏବଂ ସେବା ପ୍ରଦାନକାରି ସଂସ୍ଥା ର ଅଧିକାରୀ ମାନକ ସହିତ ଆଲୋଚନା କରିଥିଲେ । ସେଠାରୁ ଆସି ସୁନ୍ଦରଗଡ଼ ଉପକଣ୍ଠରେ ନିର୍ମିତ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା ବୁଲି ଦେଖିବା ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଉପସ୍ଥିତ ରୋଗୀ ଏବଂ ରୋଗୀଙ୍କ ସହାୟକ ତଥା ଡାକ୍ତର ଏବଂ ନର୍ସ ମାନଙ୍କ ସହିତ ଉନ୍ନତ ମାନର ଚିକିତ୍ସା ପ୍ରଦାନ କରିବା ବିଷୟରେ ଆଲୋଚନା କରିଥିଲେ। ଏହାପରେ ସେ ସୁନ୍ଦରଗଡ଼ର ମହେଶଡିହି ସ୍ଥିତ ସ୍ୱୟଂଚାଳିତ ଫିଟ୍ ନେସ୍ ପରୀକ୍ଷଣ କେନ୍ଦ୍ର ଓ ସ୍ୱୟଂଚାଳିତ ଡ୍ରାଇଭିଂ ପରୀକ୍ଷଣ କେନ୍ଦ୍ର ବୁଲି ଦେଖିବା ପରେ କିଛି ସମୟ ପାଇଁ ସୁନ୍ଦରଗଡ଼ ସର୍କିଟ ହାଉସ ଠାରେ ଅନ୍ୟାନ୍ୟ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନକ ସହିତ ଆଲୋଚନା କରିଥିଲେ ।ସୁନ୍ଦରଗଡ଼ ସର୍କିଟ ହାଉସରୁ ରାଉରକେଲା ଗସ୍ତରେ ଯିବା ପୂର୍ବରୁ ଝାଗରପୁର ସ୍ଥିତ ଆଦର୍ଶ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ହିତାଧିକାରୀ ମା ଓ ଶିଶୁ ମାନଙ୍କୁ ଅଙ୍ଗନବାଡି କେନ୍ଦ୍ରରୁ ମିଳୁଥିବା ସେବା ବିଷୟରେ ପଚାରି ବୁଝିଥିଲେ । ସେହିପରି କୁଆରମୁଣ୍ତା ସ୍ଥିତ ଓ୍ବlଟର ଟ୍ରିଟମେଣ୍ଟ ପ୍ଳାଣ୍ଟ ଓ ଟ୍ରକ ଟର୍ମିନାଲ ପାଇଁ ଚିହ୍ନଟ ହୋଇଥିବା ଜାଗା ପରିଦର୍ଶନ କରିଥିଲେ l କ୍ଷେତ୍ର ପରିଦର୍ଶନ ସମୟରେ, ଉପ-ଜିଲ୍ଲାପାଳ ସଦର ସୁଶ୍ରୀ ତେଜସ୍ଵିନୀ ବେହେରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ କୁମାର ସାହୁ, ଆର.ଟି.ଓ, ସୁନ୍ଦରଗଡ଼ ମାନା ସିଂହ, ଆରଟିଓ ରାଉରକେଲା ବି .ବଳିୟାରସିଂହ ସୁନ୍ଦରଗଡ଼ ପୂର୍ତ୍ତ ବିଭାଗର ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ପ୍ରମୁଖ ଉପସ୍ଥିତ ରହି ଗସ୍ତ ସମୟରେ ସହାୟତା କରିଥିଲେ।ଏହା ବ୍ଯତୀତ ରାଉରକେଲା ମହାନଗର ନିଗମ ସଭାଗୃହରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡlକ୍ତର ଶୁଭଙ୍କର ମହାପାତ୍ର ଜିଲ୍ଲାରେ ବିଭିନ୍ନ ସରକାରୀ ଯୋଜନାର ରୂପାୟନ ସଂପର୍କରେ ଶ୍ରୀ ରାଜପୁତଙ୍କୁ ଅବଗତ କରାଇଥିଲେ l ସେ ବିଭାଗୀୟ ଅଧିକାରୀମାନଙ୍କୁ ଯୋଜନାର ସଫଳ ରୂପାୟନ ଓ ଏହାର ଲାଭ କିପରି ସାଧାରଣ ଲୋକଙ୍କ ପାଖରେ ପହଂଚିପାରିବ ସେ ବିଷୟରେ ଗୁରୁତ୍ବ ଦେବାକୁ କହିିଥିଲେ l ଏହି ବୈଠକରେ ବଣାଇଁ ଉପ-ଜିଲ୍ଲାପାଳ ଅକ୍ଷୟ ପିଲ୍ଲେ, ପାନପୋଷ ଉପଜିଲ୍ଲାପାଳ ବିଜୟ ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସୁରଂଜନ ସାହୁ, ରାଉରକେଲା ମହାନଗର ନିଗମର ଯୁଗ୍ମ ଅାୟୁକ୍ତ ପଲ୍ଲବୀ ନାୟକ , ଜିଲ୍ଲାର ସମସ୍ତ ଡି.ଏଫ୍.ଓ ଏବଂ ଅନ୍ୟାନ୍ୟ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

