କେନ୍ଦୁଝର :21//3,(ଉତ୍କଳ ସମାଚାର)ଦୀର୍ଘ ଏକମାସ ବ୍ୟାପି ସଂଯମ ରେ ରହି ରୋଜା କୁ ସଫଳତା ର ସହିତ ସମ୍ପନ୍ନ କରି ଶୁକ୍ରବାର ସନ୍ଧ୍ୟା ରେ ଆକାଶ ରେ ଇଦ ର ଚାନ୍ଦ ଦେଖିବା ସହିତ ଇସଲାମଧର୍ମବଲମ୍ବୀ ଭାଇ ଭଉଣୀ ମାନେ ଶନିବାର ସୁଦ୍ଧପୁତ ହୋଇ ନବବସ୍ତ୍ର ପରିଧାନପୂର୍ବକ ମସଜିଦ ରେ ଏକତ୍ରିତ ହୋଇ ଆଲ୍ଲା ଙ୍କ ଉଦ୍ଦେଶ୍ୟ ରେ ଶୁକ୍ରନା ନମାଜ ପାଠ କରି ବିଶ୍ୱଶାନ୍ତି ଓ ଭ୍ରାତୃଭାବ ନିମନ୍ତେ ଦୁଆ କରିଥିଲେ, ଜୁମ୍ମା ମସଜିଦ ଇମାମ ମୌଲାନା ଇର୍ସାଦ ଫଇଜି ରୋଜା ରମଜାନ ଓ ଇଦ ସମ୍ପର୍କ ରେ ତକ୍ରୀର କରିଥିଲେ, ନମାଜ ପାଠ ପରେ ହଜୁର ସଲ୍ଲଲଲାହୋ ଅଳଇହେ ୱସଲମ ଙ୍କ ଉଦ୍ଦେଶ୍ୟ ରେ ସଲାତଓ ସଲାମ ପାଠ କରାଯାଇ ଥିଲା ଏହାପରେ ପରସ୍ପର କୁ ଆଲିଙ୍ଗନ କରି ହାତ ମିଳାଇ ଇଦମୁବାରକ ଜଣାଇଥିଲେ, ହିନ୍ଦୁମୁସଲିମ ସମ୍ପର୍କୀୟ ପଡୋଶୀ ମିଶି ଲଚ୍ଛା, ସିମେଇ, ମିଷ୍ଟାନ୍ନ ଖାଇବା ସହିତ ବଣ୍ଟନ କରିଥିଲେ

