ରାଉରକେଲା ୨୩/୩,(ଉତ୍କଳ ସମାଚାର) ସେକ୍ଟର-୫ ଗୋଲଘର ସ୍ଥିର ବ୍ରହ୍ମାକୁମାରୀଜ୍ ରାଜଯୋଗ ଧ୍ୟାନ କେନ୍ଦ୍ର ପକ୍ଷରୁ ମାର୍ଚ୍ଚ ୨୨ ତାରିଖ ଦିନ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି। ଏହାକୁ ଆଇଏମଏ ରାଉରକେଲା ସିଟି ବ୍ରାଞ୍ଚ ଏବଂ ରାଉରକେଲା ସରକାରୀ ଡାକ୍ତରଖାନା ର ଡାକ୍ତରମାନଙ୍କ ସହଯୋଗରେ ସଫଳଭାବେ ପରିଚାଳିତ ହୋଇଥିଲା। ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଉଦ୍ଘାଟନ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ଏପରି ସେବାମୂଳକ ପ୍ରୟାସକୁ ସ୍ୱାଗତ କରି ଆୟୋଜକ ଓ ଡାକ୍ତରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଶିବିରରେ ୧୦୦ରୁ ଊର୍ଦ୍ଧ୍ବ ରୋଗୀ ନିଶୁଳ୍କ ସେବା ପାଇଥିଲେ। ରୋଗୀମାନଙ୍କୁ ରକ୍ତ ଶର୍କରା ରକ୍ତଚାପ ଚକ୍ଷୁ, ନ୍ୟୁରୋଲୋଜିକାଲ୍ ଓ ଅର୍ଥୋପେଡିକ୍ ସମସ୍ୟାର ପରୀକ୍ଷା ଓ ପରାମର୍ଶ ଦିଆଯାଇଥିଲା। ଏହି ଶିବିରରେ ଅଂଶଗ୍ରହଣକାରୀ ଡାକ୍ତରମାନେ ହେଲ ଚକ୍ଷୁ ବିଶେଷଜ୍ଞ ଡାକ୍ତର ରବୀନ୍ଦ୍ର କୁମାର ମହାତୋ, ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଡାକ୍ତର ସତ୍ୟଜିତ ପଣ୍ଡା, ମେଡିସିନ୍ ବିଶେଷଜ୍ଞ ଡାକ୍ତର ସୁରେଶ ବଂସଲ, ଆଇଏମ୍ଏ ଅଧ୍ଯକ୍ଷ ଡାକ୍ତର ପଣ୍ଡିତ ସାହୁ, ଆଇଏମ୍ଏ ସଚିବ ଡାକ୍ତର ଦୁଖିଆ ମୁର୍ମୁ, ଡାକ୍ତର ପ୍ରଦୀପ ରଥ, କ୍ଯାଜୁଆଲିଟି ଡାକ୍ତର ଅମିତ କୁମାର ମହାପାତ୍ର, ଚେଷ୍ଟ ଓ ଟିବି ବିଭାଗ ଡାକ୍ତର ଡାକ୍ତର ଭବାନୀ ଶଙ୍କର ରାଉତ ସୋରେନ, ସର୍ଜରୀ ବିଭାଗ ଡାକ୍ତର ଜି. ବି. ଜି.ବି. ବେହେରା, କ୍ଯାଜୁଆଲିଟି ଡାକ୍ତର ନିଶିଶ ସତପଥୀ, ଅର୍ଥୋପେଡିକ ଡାକ୍ତର ଅମରେଶ ଜେନା ଏବଂ ମେଡିକାଲ ଅଫିସର ଡାକ୍ତର ଅନ୍ୱେଷା ଦେ। ଏହି ନିଶୁଳ୍କ ସ୍ବାସ୍ଥ୍ୟ ପରୀକ୍ଷାରେ ସହାୟକ କର୍ମଚାରୀମାନେ ଥିଲେ ସିନିୟର ଫାର୍ମାସିଷ୍ଟ ହିମାଂଶୁ ଶେଖର ସାମଲ, ଅଜିତ କୁମାର, ନର୍ସିଂ ଷ୍ଟାଫ୍ ସବିତା ଆଚାର୍ଯ୍ୟ, ନିରୁପମା ସାହୁ, ଲ୍ଯାବ ଟେକ୍ନିସିଆନ୍ ସୁଶାନ୍ତ କୁମାର ସାହୁ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ପ୍ରମୁଖ । ଏହି ଅବସରରେ ବିକେ ଅଞ୍ଜଳି, ସେବାକେନ୍ଦ୍ର ମୁଖ୍ୟ କହିଥିଲେ ଯେ, ଡାକ୍ତରମାନେ ଚିକିତ୍ସାର ମାଧ୍ୟମ, କିନ୍ତୁ ସେମାନେ ଯଦି ପରମାତ୍ମାଙ୍କ ସହିତ ଯୋଗ ରଖନ୍ତି, ତେବେ ସେମାନଙ୍କ ସେବା ଆହୁରି ପ୍ରଭାବଶାଳୀ ହୁଏ ଓ ରୋଗୀମାନଙ୍କ ପାଇଁ ଅଧିକ ଉପକାରୀ ହୁଏ। ଶିବିରଟିକୁ ବ୍ରହ୍ମାକୁମାରୀଜ୍ ଭାଇ ଓ ଭଉଣୀମାନେ ସମ୍ମିଳିତ ହୋଇ ସୁଚାରୁ ରୂପେ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବ୍ରହ୍ମାକୁମାରୀଜ୍ ପକ୍ଷରୁ ସମସ୍ତ ଡାକ୍ତର, ଆଇଏମ୍ଏ ସଦସ୍ୟମାନେ ମୁଖ୍ୟ ଅତିଥି ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତାନ୍ତୀଙ୍କୁ ଇଶ୍ୱରୀୟ ଉପହାର ପ୍ରଦାନ କରି ଧନ୍ୟବାଦ ଜ୍ଞାପନ କରାଯାଇଥିଲା। କାର୍ଯ୍ୟକ୍ରମର ଶେଷରେ ରାଜଯୋଗ ଧ୍ୟାନ ମାଧ୍ୟମରେ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର ମହତ୍ତ୍ୱ ବିଷୟରେ ସନ୍ଦେଶ ପ୍ରଦାନ କରାଯାଇଥିଲା।

