ରାଉରକେଲା ୨୩/୩,(ଉତ୍କଳ ସମାଚାର) ନାମଯଜ୍ଞକୁ ପ୍ରାଧାନ୍ୟ ଦେଇ ଖୁଣ୍ଟଗାଁ ନାମଯଜ୍ଞ କମିଟି ପକ୍ଷରୁ ଖୁଣ୍ଟଗାଁ ଶିବ ମନ୍ଦିର ପ୍ରାଙ୍ଗଣରେ ଏହି ଷୋଳହ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ୨୦୨୬ ମାର୍ଚ୍ଚ ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଷୋହଳ ପ୍ରହରୀ ନାମଯଜ୍ଞ ଆଜିର ପୂର୍ଣ୍ଣାହୁତି ସହିତ ସମାପନ ହୋଇଛି। ମାର୍ଚ୍ଚ ୨୦ ତାରିଖ ଦିନ ଶୁଭାଧିବାସ ଓ କଳସ ଯାତ୍ରା ହୋଇଥିବା ବେଳେ ୨୧ ତାରିଖ ଦିନ ସକାଳେ ଷୋଳହ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଥିଲା। ୨୨ ତାରିଖ ଦିନ ଅହୋରାତ୍ର ନାମଯଜ୍ଞ ଆୟୋଜିତ ହୋଇଥିଲା ବେଳେ ଆଜି ୨୩ ତାରିଖରେ ଷୋହଳ ପ୍ରହରୀ ନାମଯଜ୍ଞର ପୂର୍ଣ୍ଣାହୁତି, ନଗର କୀର୍ତ୍ତନ ଓ ମହାପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନାମଯଜ୍ଞ କମିଟି ଖୁଣ୍ଟଗାଁ ପକ୍ଷରୁ ଆୟୋଜିତ ଏହି ଷୋଳହ ପ୍ରହରୀ ନାମଯଜ୍ଞର କର୍ତ୍ତା ଭାବରେ ମନୋଜ ସାହୁ ଏବଂ ପତ୍ନୀ ସବିତା ସାହୁ ଷୋହଳ ପ୍ରହରୀ ନାମଯଜ୍ଞର କାର୍ଯ୍ଯ ସମ୍ପାଦନ କରିଥିବାବେଳେ, ଆୟୋଜକ କମିଟିର ସଭାପତି ହୁଲାସ ମାହାତୋ, ସମ୍ପାଦକ ମନୋଜ ସାହୁ, କୋଷାଧ୍ୟକ୍ଷ ଦୀପା ସାହୁ ଓ ରଥୁ ବାରିକ, ଷ୍ଟୋର କିପର ଭାବରେ ବିହାରୀ ସାହୁ ଓ ନରେଶ ସାହୁ ନିଜ କାର୍ଯ୍ଯ ସମ୍ପାଦନ କରିଥିଲେ। ପୂଜକ ଭାବରେ ଶିବ ନନା ଷୋଳହ ପ୍ରହରୀ ନାମଯଜ୍ଞର ସମ୍ପୂର୍ଣ୍ଣ କାର୍ଯ୍ଯକୁ ସମ୍ପାଦନ କରିଥିଲେ।

