ରାଉରକେଲା । ତା ୨୩.୦୩.୨୦୨୬:(ଉତ୍କଳ ସମାଚାର) । ପଦ୍ମାଳୟା ସାଂସ୍କୃତିକ ଅନୁଷ୍ଠାନ, ତରଫରୁ ଆଜି ରାଉରକେଲାର ସେକ୍ଟର -୫, ସ୍ଥିତ ଗୋଲ ଘର ଅଞ୍ଚଳରେ ଥିବା ବିଶ୍ୱ ଭାରତୀ ବିଦ୍ୟା ମନ୍ଦିରରେ ସେବା କାର୍ଯ୍ୟ କରା ଯାଇଥିଲା। ସଂଗଠନ ପକ୍ଷରୁ ବିଦ୍ୟାଳୟର ପ୍ରଥମ ରୁ ତୃତୀୟ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ଭେଟିଥିଲେ । ପଦ୍ମାଳୟା ସାଂସ୍କୃତିକ ଅନୁଷ୍ଠାନର ଉପସଭାପତି ଗଙ୍ଗାଧର ଦାଶ ଶ୍ରୀମଦ୍ ଭଗବତ ଗୀତା ଉପରେ ଆଲୋକପାତ କରିବା ସହିତ ଉତ୍ତମ ବିଦ୍ୟାର୍ଥୀ, ଉତ୍ତମ ଭବିଷ୍ୟତ ନିର୍ମାଣ ଗଠନ ଉପରେ ପରାମର୍ଶ ଦେଇଥିଲେ । ସମ୍ପାଦିକା ନିଶି ପଦ୍ମା ନନ୍ଦ ଛାତ୍ର ଛାତ୍ରୀଙ୍କ ସୁ ଚରିତ୍ର ଗଠନ, ଶିକ୍ଷକ ଓ ପିତାମାତାଙ୍କ ଉପଦେଶ ମାନି ଚଳିବାକୁ ଉପଦେଶ ଦେଇ ଥିଲେ । ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁକାନ୍ତ ପାଣ୍ଡୁଆ ସ୍କୁଲ ଉପରେ ସମ୍ୟକ୍ ସୂଚନା ଦେଇଥିଲେ । ପ୍ରାୟ ୪୦ ଜଣ ବିଦ୍ୟାର୍ଥୀମାନଙ୍କୁ ପଦ୍ମାଳୟା ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଖାତା, କଲମ, ଫଳ ଓ ବିସ୍କୁଟ ବଣ୍ଟନ କରା ଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପସଭାପତି ଓ ସମ୍ପାଦିକାଙ୍କ ସହ ଉପଦେଷ୍ଠା ଜଗନ୍ନାଥ ରାଉତ ଓ ବାଳକୃଷ୍ଣ ସାହୁ, କୋଷାଧକ୍ଷ ଶଶାଙ୍କ ଶେଖର ପଣ୍ଡା, ଯୁଗ୍ମ କୋଷାଧ୍ୟକ୍ଷା ମୀନତି ତ୍ରିପାଠୀ , ମୂଳ ସଦସ୍ୟ ବନୋଜ ଦାସ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ।

