ରାଉରକେଲା:26//3,(ଉତ୍କଳ ସମାଚାର) ସହରର ଅନ୍ୟତମ ମହିଳା ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ନାୟିକା ରାଉରକେଲା ତରଫରୁ ବିଶ୍ୱ ପଖାଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦିକା କନକଲତା ଦାସଙ୍କ ଆବାହକତ୍ୱ ତଥା ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସପି ର ପ୍ରାକ୍ତନ ମହାପ୍ରବନ୍ଧକ ନାରାୟଣ ପତି, ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର,କବି ଚିତ୍ତରଞ୍ଜନ ବ୍ରହ୍ମା,ସୁବ୍ରତା ପତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ପଖାଳ ଦିବସର ମହତ୍ତ୍ବ ଓ ଏହା କିପରି ଆମ ସାମାଜିକ ଜୀବନକୁ ପ୍ରଭାବିତ କରି ରଖିଛି, ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କିପରି ପ୍ରିୟ, ସର୍ବୋପରି ପଖାଳର ଔଷଧୀୟ ଗୁଣ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଉପସ୍ଥିତ ଅତିଥି ଓ ସଦସ୍ୟାଙ୍କ ମଧ୍ୟରେ ଦହି ପଖାଳ,ମାଛ ଭଜା,ସୁଖୁଆ ଛେଚା, ବାଇଗଣ,ପୋଟଳ ଭଜା, ସଜନା ଛୁଇଁ ଆଳୁ ଭଜା, ଛତୁ,ପଣସ କଷା, ଶାଗଭଜା,ଟମାଟର ଖଟା,କଲରା ଭଜା, ବଡ଼ିଚୁରା, ଆଳୁଭର୍ତା, କାକୁଡ଼ି ଗାଜର ଲେମ୍ବୁ ଆଦି ପରସା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡଲିରାଣୀ ବ୍ରହ୍ମା, ଅନୁପମା, ସ୍ନେହଲତା, ପୂର୍ଣ୍ଣିମା, ନିରୁପମା, ପ୍ରଭାସିନୀ, କଲ୍ୟାଣୀ, ଅରୁନ୍ଧତୀ, ଶାନ୍ତିଲତା, ସୁଲୋଚନା,ରୁନୁ, ରିତା, ସସ୍ମିତା, ଜ୍ୟୋସ୍ନାରାଣୀ, ରଞ୍ଜିତା, ରାଧା କୁମାରୀ, ଗୀତା, ରବିନ୍ଦ୍ରନାଥ, ଗଙ୍ଗାଧର, କୁଞ୍ଜବିହାରୀ, ଶୁଭେନ୍ଦୁ, ପ୍ରକାଶ, ରାକେଶ,ମୀନା,ତ୍ରିଷ୍ଣା,ଧନମାୟା, ଜଗନ୍ନାଥ ପ୍ରମୁଖ ଉପସ୍ଥିତ ରହି ସ୍ବାଦିଷ୍ଟ ପଖାଳର ମଜା ଉଠାଇଥିଲେ।

