ରାଉରକେଲା:30//3,(ଉତ୍କଳ ସମାଚାର) ରାମନବମୀ ଅବସରରେ ବିଶ୍ବ ହିନ୍ଦୁ ପରିଷଦ ତରଫରୁ ସେକ୍ଟର ୩ ସ୍ଥିତ ଶ୍ରୀ ଶ୍ରୀ ସୀତାରାମ ମନ୍ଦିର ଠାରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ପ୍ରବଚନ,ଯଜ୍ଞ, ପ୍ରସାଦ ସେବନ ଆଦି ସମ୍ପନ୍ନ କରାଯାଇଥିଲା। ପ୍ରଖଣ୍ଡ ସଭାପତି ପ୍ରଭାତ ପ୍ରଧାନଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଦାବରୀଶ ଶତପଥୀ, ସତ୍ୟାନନ୍ଦ ଦାସ, ସର୍ବେଶ୍ଵର ଦାସ, ସନାତନ ପଟେଲ ପ୍ରମୁଖ ଯୋଗଦେଇ ହିନ୍ଦୁ ରାଷ୍ଟ୍ର ଗଠନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ସାତ୍ତ୍ୱିକ ଭାବକୁ ବୃଦ୍ଧି, ସନାତନୀ ହିନ୍ଦୁ ଧର୍ମ ସମାଜ ଐକ୍ୟବଦ୍ଧତା ତଥା ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାସହ ଏହାର ଗୈ।ରବମୟ ଇତିହାସ,ପ୍ରଭୁ ଶ୍ରୀରାମ କିପରି ଆମର ଆଦର୍ଶ, ଫୋନ୍ ରେ ହାଲୋ ପରିବର୍ତ୍ତେ ହରି ଓମ୍ ଉଚ୍ଚାରଣ କରିବା ପାଇଁ ବକ୍ତବ୍ୟ ମାଧ୍ୟମରେ କହିଥିଲେ। ଶ୍ରୀ ଶ୍ରୀ ସୀତାରାମ ମନ୍ଦିର ପରିଚାଳନା କମିଟିର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଯଜ୍ଞ, ବୈ।ଦ୍ଧିକ ପ୍ରବଚନ, ସାଂସ୍କୃତିକ କାର୍ଯ୍ୟକ୍ରମ, ଖେଚୁଡ଼ି ବଣ୍ଟନ ଓ ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସହସ୍ରାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।

