ସମ୍ବଲପୁର,୦୩/୦୪(ଉତ୍କଳ ସମାଚାର),(ସରୋଜ ସାହୁ): ସହର ଉକଣ୍ଠ ଭାଲୁବlହାଲ ଏକlମ୍ବ୍ର ବିହାର ସ୍ଥିତ ନୀଳଚକ୍ର କାର୍ଯ୍ୟାଳୟ ଠାରେ ଓଡ଼ିଆ ଭାଷା- ସାହିତ୍ୟ ଓ ସଂସ୍କୃତି ସୁରକ୍ଷା ସଂସ୍ଥା “ନୀଳଚକ୍ର” ର ପ୍ରତିଷ୍ଠାତା ସଭାପତି ବ୍ରହ୍ମାନନ୍ଦ ପଣ୍ଡାଙ୍କ ଜୟନ୍ତୀ ପାଲିତ ହୋଇଯାଇଅଛି l ନୀଳଚକ୍ର ସମ୍ବଲପୁର ଜିଲ୍ଲା ଶାଖାର ସଭାପତି ପ୍ରକୃତିବନ୍ଧୁ, କଲlରତ୍ନ, ଡକ୍ଟର ବଂଶୀଧର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ମୁଖ୍ୟ ଅତିଥି ଭାବେ ଶାସନ ଥାନାର ସେକେଣ୍ଡ ଅଫିସର ଛlୟlକlନ୍ତ ସରାଫ ଯୋଗଦାନ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଜୀବର୍ଦ୍ଧନ ରାଉତ, ଇଂ ଦେବାଶିଷ ସାହୁ, ସୁଶିଲ କୁମାର ବେହେରା, ସୁବାଷ ଚନ୍ଦ୍ର ପଟ୍ଟନାୟକ, ସେବlନିବୃତ ସ୍ଥଳ ସେନା ବାହିନୀର ସନ୍ତୋଷ କୁମାର ପ୍ରଧାନ, ଗୋପାଲ ରାଉତ, ଚତୁର୍ଭୁଜ ଗର୍ଡ଼ିଆ, ଜୟରାମ ପଧlନ, ଟୁନ୍ଟୁନ୍ ରତ୍ଵl, ରାହୁଲl ତିରୁପତି ରାଓ, ସାଗର ଓରାମ ପ୍ରମୁଖ ଉପସ୍ଥିତ ରହି ବ୍ରହ୍ମାନନ୍ଦ ପଣ୍ଡାଙ୍କ ତ୍ୟାଗ, ସଂଘର୍ଷ ସଂଗଠନ ପାଇଁ ଦେଇଥିବା ବଳିଦାନ ସମ୍ପର୍କରେ ଆଲୋଚନା କରିଥିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ଏହି ଅବସରରେ ବ୍ରହ୍ମାନନ୍ଦ ପଣ୍ଡାଙ୍କ ସ୍ମୃତିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଶେଷରେ ଇଂ. ଦେବାଶିଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I

