ରାଉରକେଲା ୩/୪,(ଉତ୍କଳ ସମାଚାର) ରାଜ୍ୟର ନିର୍ଦ୍ଦେଶ ଅନୁଯାୟୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ରାଉରକେଲା ସାଙ୍ଗଠନିକ ଜିଲ୍ଲାର ରାଉରକେଲା ବିଧାନସଭାର ଛେଣ୍ଡ ମଣ୍ଡଳର ପ୍ରଶିକ୍ଷଣ ଶିବିର ମଣ୍ଡଳ ସଭାପତି ବଟକୃଷ୍ଣ ନାୟକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇ ଦିନିଆ ଶିବିର ଏପ୍ରିଲ ୧ ଓ ୨ ତାରିଖ ଛେଣ୍ଡ ସ୍ଥିତ ଉମାଶଙ୍କର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଜିଲ୍ଳା ସଭାପତି ପୂର୍ଣ୍ଣିମା କେରକେଟା ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ଓ ଜିଲ୍ଳା ପ୍ରଭାରୀ ବଟ୍ଟକିଶୋର ମିଶ୍ର ମାର୍ଗଦର୍ଶନ କରିଥିଲେ । ଏହି ପ୍ରଶିକ୍ଷଣରେ ରାଜ୍ୟ ପ୍ରବକ୍ତା ଧୀରେନ୍ ସେନାପତି, ଜିଲ୍ଳା କାର୍ଯ୍ୟକ୍ରମ ସଂଯୋଜକ ଜଗବନ୍ଧୁ ବେହେରା, ଜିଲ୍ଲା ପ୍ରବକ୍ତା ଗଙ୍ଗାଧର ଦାଶ, ଜିଲ୍ଲା ଉପସଭାପତି ସତ୍ୟ ପ୍ରିୟ ସାହୁ, ଜିଲ୍ଲା ସମ୍ପାଦକ ପ୍ରଣତାପ ଦାସ, ସୋସିଆଲ ମିଡିଆ ସଂଯୋଜକ ନବୀନ ଗୁପ୍ତା ଆଦି ବିଭିନ୍ନ ବିଷୟ ଉପରେ ପ୍ରଶିକ୍ଷଣ ଦେଇଥିଲେ । ଜିଲ୍ଳା କୋଷାଧକ୍ଷ ସତ୍ୟପଦ ଶର୍ମା, ରୋଶନ ସାହୁ, ମଣ୍ଡଳ ପ୍ରଭାରି କମଳା କାନ୍ତ ବାରିକ, ମଣ୍ଡଳ ସାଧାରଣ ସମ୍ପାଦକ ଜେଣ୍ଟେଲ୍ ପରିଡ଼ା, ମହିଳା ମୋର୍ଚା ସଭାପତି ରୂପଶ୍ରୀ ଦାସ, ଉପସଭାପତି ଶରତ ସାହୁ, ବାବୁ ପରିଡ଼ା, ପଙ୍କଜ ପ୍ରସାଦ, ରମାକାନ୍ତ ପାଣ୍ଡେ, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଅଭିରାମ ଦାସ, ମିନତି ଦେବତା , ରୋଶନ ସାହୁ , ଚାନ୍ଦା ଗିରି, ଅନୁପ ଜେନା, ସୁନୀଲ ପାଣ୍ଡେ, ସୁଶାନ୍ତ ନାୟକ, ରମାକାନ୍ତ ପାଣ୍ଡେଙ୍କ ସମେତ ବହୁ ଆପେଖିତ୍ କାର୍ଯ୍ୟକର୍ତ୍ତା ଉପସ୍ଥିତଥିଲେ ।

