ସମ୍ବଲପୁର,5//4,(ଉତ୍କଳ ସମାଚାର),(ସରୋଜ ସାହୁ):ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ, ସମ୍ବଲପୁର ତରଫରୁ ଓଡିଆ ପକ୍ଷ ପାଳନ ର ଚତୁର୍ଥ ଦିବସରେ “ଓଡିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ୍, ୧୯୫୬” ଅନୁଯାୟୀ, ସମସ୍ତ ଦୋକାନ ବଜା ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କର ନାମ ଫଳକ ଓଡିଆ ଭାଷାରେ ଲେଖିବା ଉଦ୍ଦେଶ୍ୟ ରେ ଏକ ସଚେତନତା ପଦଯାତ୍ରା ଛକ, ସମ୍ବଲପୁର ରୁ ପୁରାତନ ମ୍ଯୁନିସିପାଲଟି ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସମସ୍ତ ବାଣିଜ୍ୟ ପ୍ରତିଷ୍ଠାନ ଓ ଦୋକାନ ମାନଙ୍କୁ ନିଜ ନାମ ଫଳକ ଓଡ଼ିଆ ଭାଷାରେ ଲେଖିବାକୁ ଉତ୍ସାହିତ କରାଯାଇଥିଲା ଳ ଏହି ଅବସରରେ ଏକ ସଚେତନତା ରଥ କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ଭୋଇ ଏବଂ ଡେପୁଟି କଲେକ୍ଟର ଶ୍ରୀ ଅମୃତ ଲାଲ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ଜିଲ୍ଲା ଶ୍ରମ ଅଧିକାରୀ, ସମ୍ବଲପୁର, ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ର କର୍ମଚାରୀ ବୃନ୍ଦ ଅଂଶ ଗ୍ରହଣ କରି ସହର ପରିକ୍ରମା କରିଥିଲେ l

