ସମ୍ବଲପୁର,5//4,(ଉତ୍କଳ ସମାଚାର),(ସରୋଜ ସାହୁ):ସ୍ଥାନୀୟ ବି. ଏମ୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଓଡିଆପକ୍ଷ ର ଏପ୍ରିଲ ମାସ ୨ ତାରିଖ ଦିନ ଅନୁଷ୍ଠିତ ହେଇଯାଇଛି। ସମ୍ବଲପୁର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ମୁଖ୍ଯ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ।ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଲାଭ କରି ଦେଶର ଉନ୍ନତିରେ ଅଂଶୀଦାର ହେବାକୁ ପରାମର୍ଶ ଦେଇଥିଲେ।ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ ଅରବିନ୍ଦ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଭୋଇ ବିକଶିତ ରାଷ୍ଟ୍ର ଗଠନ ନିମନ୍ତେ ଗୁଣାତ୍ମକ ଶିକ୍ଷାଦାନ ଓ ଜିଲ୍ଲାରେ ଶତ ପ୍ରତିଶତ ସାକ୍ଷରତା ହାର ହାସଲ କରିବା ଆମର ଲକ୍ଷ୍ୟ ବୋଲି କହିଥିଲେ। ଏହିଅବସରରେ ବିଧାୟକ ଜୟନାରାୟଣ ମିଶ୍ର ଶିଶୁବାଟିକାରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଖଡିଛୁଆଁ କରାଇବା ସହ ଶିକ୍ଷଣ କିଟ ପ୍ରଦାନ କରିଥିଲେ। ନୂଆ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ଵାଗତ କରାଯାଇଥିଲା।ଏହି ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଉଜାଗର ପ୍ରଧାନ ସ୍ଵାଗତ ବକ୍ତବ୍ଯ ପ୍ରଦାନ କରିଥିଲେ।ଅନ୍ୟତମ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସତ୍ଯବ୍ରତ ସାହୁ ଓ ଗୋଷ୍ଠୀ ଶିକ୍ଷାଧିକାରୀ କରଣ ଶର୍ମା ମଂଚାସୀନ ଥିଲେ। ସମଗ୍ର ଶିକ୍ଷାର ସଂଯୋଜକ ଅରୁଣ କୁମାର ଦାସ ଉତ୍ସବକୁ ପରିଚାଳନା କରିଥିଲେ।

