ପାପଡାହାଣ୍ଡି -5:4:26-(ଉତ୍କଳ ସମାଚାର)ପାପଡାହାଣ୍ଡି ଗ୍ରାମ ସ୍ଥିତ ୟୁଜିୟୁପି ବିଦ୍ୟାଳୟ ଠାରୁ ଆଜି ବ୍ଲକ ସ୍ତରୀୟ ପ୍ରବେଶ ଏବଂ ଖଡ଼ି ଛୁଆଁ ଉତ୍ସବ ର ସୂଭାରମ୍ଭ ହୋଇଯାଇଛି ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅରୁଣା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା, ମୁଖ୍ୟ ବକ୍ତା ଗୋଷ୍ଟି ଉନ୍ନୟନ ଅଧିକାରୀ କପିଳଦେବ ସାହୁ, ସଂମ୍ମାନିତ ଅତିଥି ଜିଲ୍ଲା ପରିଷଦ ସଭ୍ୟା ଡ଼. ଲିପିକା ମାଝୀ,ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ଲିଙ୍ଗରାଜ ଭତରା,ପାପଡାହାଣ୍ଡି ସରପଞ୍ଚ ଚନ୍ଦ୍ରଶେଖର ମାଝୀ, ବିଏସଏସଓ ସୁବ୍ରତ କିସାନ, ସହଗୋଷ୍ଟି ଶିକ୍ଷା ଅଧିକାରୀ ପୂର୍ଣ୍ଣ ପୁଜାରି ଏବଂ ସୁଦର୍ଶନ ନାୟକ, ଦୀନବନ୍ଧୁ ବିଶୋଇ, ତ୍ରିନାଥ ଅମନାତ୍ୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ପୁରୋହିତ ସତ୍ୟନାରାୟଣ ନନ୍ଦ ପିଲାଙ୍କୁ ଖଡ଼ି ଛୁଆଁଇ ଥିଲେ ପ୍ରଶାସନ ତରଫରୁ ପିଲାଙ୍କୁ ବେଗ, ସିଲଟ, ବେଜ୍ଜ ପ୍ରଦାନ କରାଗଲା ଏବଂ ଅତିଥି ମାନଙ୍କ ଦ୍ୱାରା ବ୍ଲକ ସ୍ତରୀୟ ଶିକ୍ଷା ରଥ କୁ ଶୁଭାରମ୍ଭ କରାଗଲା ଆଜିର ଏହି ସଭା କାର୍ଯ୍ୟକ୍ରମ କୁ ପାପଡାହାଣ୍ଡି ସିଆରସିସି ମନୋଜ କୁମାର ମାଝୀ ପରିଚାଳନା କରିଥିବା ବେଳେ ଶିକ୍ଷକ ସୁଦାମ ସେଠି ମଞ୍ଚ ପରିଚାଳନା କରି ଧନ୍ୟବାଦ ଅର୍ପଣ କରିଥିଲେ l ଅଭିଭାବକ ମାନେ ଉତ୍ସାହ ର ସହିତ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ରକ୍ଷାକରି ସେମାନଙ୍କ ପିଲାମାନଙ୍କୁ ବିଦ୍ୟାଳୟକୁ ଆଣିଥିଲେ ଏବଂ ଆଜିର ଏହି ମହାଉତ୍ସବ ରେ ନିଜକୁ ନିଜକୁ ସାମିଲ କରିଥିଲେ l

