ପାପଡାହାଣ୍ଡି -5:4:26-(ଉତ୍କଳ ସମାଚାର)ଆଜି ସ୍ଥାନୀୟ ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣ ଠାରୁ ବ୍ଲକ ସ୍ତରୀୟ ଓଡ଼ିଆ ପକ୍ଷ ପାଳନ ଅବସରରେ “ଓଡ଼ିଆ ନାମ ଫଳକ ଅଭିଯାନ” ର ଏକ ବିଶାଳ ସଚେତନତା ଶୋଭାଯାତ୍ରା ର ଶୁଭାରମ୍ଭ କରାଯାଇଥିଲା,ଏହି ଶୋଭାଯାତ୍ରା ପାପଡାହାଣ୍ଡି ସହର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା l ସହକାରୀ ଶ୍ରମ ଅଧିକାରୀ ସଂଗ୍ରାମ ଭୂମିଆ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପାପଡାହାଣ୍ଡି ପଂଚାୟତ ସମିତି ର ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା, ପାପଡାହାଣ୍ଡି ସରପଞ୍ଚ ଚନ୍ଦ୍ରଶେଖର ମାଝୀ, ଗୋଷ୍ଟି ଉନ୍ନୟନ ଅଧିକାରୀ କପିଳଦେବ ସାହୁ, ଅତିରିକ୍ତ ଥାନା ଅଧିକାରୀ ଉମାକାନ୍ତ ଶବର , ବିଏସଏସଓ ସୁବ୍ରତ କିସାନ, ପିଏଲଭି ସଭ୍ୟ ରାଜକିଶୋର ରାଓ, ତ୍ରିନାଥ ଅମନାତ୍ୟା, ପାପଡାହାଣ୍ଡି ରାଜମିସ୍ତ୍ରୀ ସଂଘର କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପାପଡାହାଣ୍ଡି ଗ୍ରାମରେ ଓଡ଼ିଆ ରେ ନିଜ ନିଜ ଦୋକାନ ର ନାମ ଫଳକ ଲଗାଇବା ପାଇଁ ବ୍ୟବସାୟୀ ମାନଙ୍କୁ ସଚେତନତା କରାଗଲା ଏବଂ ଲୋକଙ୍କୁ ଜଣା ଜଣାହେଲା ଜେ ଓଡ଼ିଆ ରେ ନାମଫଳକ ନ ଥିଲେ 10000 ଟଙ୍କା ପର୍ଯ୍ୟନ୍ତ ଜୋରିମାନା ରହିଛି l ଏଥିସହ ଓଡ଼ିଆ ରେ ଫଳକ ଲଗାଇଥିବା 20 ରୁ ଉର୍ଦ୍ଧ ବ୍ୟବସାୟୀଙ୍କୁ ସେମାନଙ୍କ ଦୋକାନକୁ ଯାଇ ପ୍ରଶାସନ ତରଫରୁ ପୁଷ୍ପ ଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସଂମ୍ମାନିତ କରାଯାଇଛି l୧୪ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି “ଓଡ଼ିଆ ପକ୍ଷ”ରେ ଆଜିର ନାମ ଫଳକ ଅଭିଯାନ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଦୋକାନ ବଜାର ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ନିଜ ନିଜର ନାମଫଳକ ବା ବ୍ରାଣ୍ଡିଂରେ ଓଡ଼ିଆ ଭାଷାକୁ ନିଶ୍ଚିତ ପ୍ରାଧାନ୍ୟ ଦେବେ। ଓଡ଼ିଆ ଜାତିର ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ ଭାବେ ସର୍ବତ୍ର ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନ କରିବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣ ଓ ବ୍ୟବସାୟୀ ସଂଘକୁ ନିବେଦନ କରାଯାଇଛି ଓ ସଚେତନ କରାଯାଉଛି।

