ସୁନ୍ଦରଗଡ଼,5//4,(ଉତ୍କଳ ସମାଚାର): ସମଗ୍ର ରାଜ୍ୟରେ ଆଜି ଅନୁଷ୍ଠିତ ହୋଇଯାଇଛି ଖଡ଼ିଛୁଆଁ ଏବଂ ପ୍ରବେଶ ଉତ୍ସବ। ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଏହି ଉତ୍ସବ ମହା ସମାରୋହ ରେ ଆୟୋଜିତ ହୋଇ ଯାଇଅଛି। ପିଲା ମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା, ଦିବ୍ୟାଳୟ ପରିଚାଳନା କମିଟି, ପିତାମାତା, ଅଭିଭାବକ ଏବଂ ଗୋଷ୍ଠି ମଧ୍ୟରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖା ସମ୍ବନ୍ଧରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଏହି ଖଡ଼ି ଛୁଆଁ ଏବଂ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଅଛି। ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ କିରେଇ ସ୍ଥିତ ବିଦ୍ୟାଳୟ ଠାରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ଜିଲ୍ଲା ପରିଷଦର ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମୁରଲୀଧର ବେହେରା ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ପିଲା ମାନଙ୍କୁ ଖଡ଼ି ଛୁଆଁଇ ଥିଲେ। ବିଦ୍ୟାଳୟରେ ନାମଲେଖା ପ୍ରକିୟା କୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଅନେକ ଆକର୍ଷଣୀୟ ଏବଂ ଶିକ୍ଷଣୀୟ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ନୂତନ ଭାବେ ନାମ ଲେଖାଉ ଥିବା ପିଲାମାନଙ୍କୁ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ପାରମ୍ପରିକ ରୀତିରେ ଫୁଲତୋଡ଼ା ସହ ଚନ୍ଦନ ଲଗେଇ ବିଦ୍ୟାଳୟକୁ ସ୍ୱାଗତ କରିଥିଲେ ଏବଂ ପାରମ୍ପରିକ ପଦ୍ଧତିରେ ସେମାନଙ୍କର ଖଡିଛୁଆଁ ହୋଇଥିଲା। ଏହି ଅବସରରେ ନବମ ଏବଂ ଦଶମ ଶ୍ରେଣୀ ର ଛାତ୍ରୀ ଛାତ୍ରୀ ମାନଙ୍କୁ ପୁସ୍ତକ ମଧ୍ୟ ବଣ୍ଟନ କରାଯାଇଥିଲା।ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା ଏକ ସଚେତନତା ରଥ ମଧ୍ୟ ଶୁଭ ଉଦଘାଟିତ ହୋଇଥିଲା। ଏହି ରଥ ବିଭିନ୍ନ ସ୍ଥାନ ଭ୍ରମଣ କରି ଶିକ୍ଷା ଉପରେ ସଚେତନତା ସୃଷ୍ଟି କରିବ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ତଥା ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟମାନେ ଉପସ୍ଥିତ ଥିଲେ ।

