ପାପଡାହାଣ୍ଡି -11:4 26-(ଉତ୍କଳ ସମାଚାର)ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି 10 ଏପ୍ରିଲ ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟ ର ସମ୍ବିଳନି କକ୍ଷ ଠାରେ ବ୍ଲକ ସ୍ତରୀୟ ଲୋକକଳା ସଂସ୍କୃତି ସଂଘ କର୍ମ କର୍ତ୍ତାଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ଭର୍ଦ୍ଧନା ଏବଂ ଉତ୍ସାହିତ କରାଯାଇଛି l ଆମ ଲୋକକୋଳା ଆମର ସ୍ୱାଭିମାନ -ଶିଳ୍ପୀ କଳ୍ପନା କୁ କରେ ଗରୀୟାନ l ଆମ ମାଟିର କଳା ଓ କଳାକାରଙ୍କୁ ଉତ୍ସାହିତ କରିବା ଏବଂ ଓଡ଼ିଆ ଅସ୍ମିତାର ଏହି ମହାପର୍ବର ଅଂଶ ହେବା ଏହି ସ୍ଲୋଗାନ ନେଇ ଅନୁଷ୍ଠିତ ଆଜିର ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପାପଡାହାଣ୍ଡି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା, ମୁଖ୍ୟ ବକ୍ତା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା କଳାକାର ନାରାୟଣ ଚନ୍ଦ୍ର ଗୁରୁ, ଗୋଷ୍ଟି ଉନ୍ନୟନ ଅଧିକାରୀ କପିଳଦେବ ସାହୁ, ବ୍ଲକ କଳା ସାଂସ୍କୃତିକ ସଂଘ ଉପସଭାପତି ପବିତ୍ର ନାୟକ, ବିଏସଏସଓ ସୁବ୍ରତ କିସାନ, କଳାକାର ତଥା ଶିକ୍ଷକ ସୁଦାମ ସେଠି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ବ୍ଲକ ର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରଙ୍କୁ ଏହି ଅବସରରେ ଅତିଥିଙ୍କ ଦ୍ୱାରା ମାନପତ୍ର ସହ ଉତ୍ତରୀୟ ଦେଇ ସଂମ୍ମାନିତ ଏବଂ ଉତ୍ସାହିତ କରାଯାଇଛି l ଆଜିର କାର୍ଯ୍ୟକ୍ରମ ରେ ଶିକ୍ଷକ ସୁଦାମ ସେଠି ମଞ୍ଚ ପରିଚାଳନା କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l

