ସମ୍ବଲପୁର,୧୨/୦୪(ଉତ୍କଳ ସମାଚାର),(ସରୋଜ ସାହୁ):ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଇଣ୍ଡୋର ବ୍ୟାଡ଼ମୀଣ୍ଟନ ହଲ ଠାରେ ଓଡିଶା ବ୍ୟାଡ଼ମୀଣ୍ଟନ ସଂଘ ଆନୁକୂଲ୍ୟରେ ତଥା ଜିଲ୍ଲା ବ୍ୟାଡ଼ମୀଣ୍ଟନ ସଂଘ ସହଯୋଗରେ ମିନି ତଥା ସବ ଜୁନିଅର ରେଙ୍କିଙ୍ଗ ବ୍ୟାଡ଼ମିଣ୍ଟନ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି I ଏହି ଟୁର୍ନାମେଣ୍ଟ ରେ ଅଂଶଗ୍ରହଣ କରିବାକୁ ଓଡ଼ିଶାର ବିଭିନ୍ନ ଜିଲ୍ଲା ରୁ ଶତାଧିକ କୁନି କୁନି ଖେଳାଳି ମାନେ ଅଂଶଗ୍ରହଣ କରିଥିଲେ I ଉଦଯାପନୀ ଉତ୍ସବ ରେ ଅତିଥି ଭାବରେ ରାଜ୍ୟ ବ୍ୟାଡ଼ମୀଣ୍ଟନ ସଂଘ ର ସାଧାରଣ ସମ୍ପାଦକ ନୀଲୀନ କୁମାର, ଯୁଗ୍ମ ସମ୍ପାଦକ ଶୈଳେନ୍ଦ୍ର ଚୌଧୁରୀ ଓ ଜୟ ପ୍ରକାଶ ସିଂ, ବରଗଡ଼ ଜିଲ୍ଲା ବ୍ୟାଡ଼ମୀଣ୍ଟନ ସଂଘ ର ସମ୍ପାଦକ ଶିବମ ଅଗ୍ରୱାଲ, ପୂର୍ବତନ ଖେଳାଳି ଦେବଦତ୍ତ ମିଶ୍ର ଓ ନାରାୟଣ ଦୋରା, ଜିଲ୍ଲା ବ୍ୟାଡ଼ମୀଣ୍ଟନ ସଂଘ ର ଯୁଗ୍ମ ସମ୍ପାଦକ ଅଭିଷେକ ବିଶ୍ୱାସ, ମୁଖ୍ୟ ମ୍ୟାଚ ରେଫରୀ ଲକ୍ଷପତି ନନ୍ଦ, ଟେକ୍ନିକାଲ ଅଫିସିଆଲ ଅବଜର୍ଭର ସମୀର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଏହି ଅବସରରେ ଅତିଥି ମାନେ କହିଲେ ଯେ ଜିତିବା ହାରିବା ଜୀବନର ଅନୁଭବ I ସବୁକିଛି କୁ ସାଉଁଟି ଯିଏ ଆଗକୁ ବଢିଚାଲିବା ହିଁ ଜୀବନର ଏକ ମନ୍ତ୍ର I ଶିଶୁ ମାନେ ହେଉଛନ୍ତି ଦେଶର ଭବିଷ୍ୟତ, ଏହି ବୟସରେ ହିଁ ମୂଳଦୁଆ ପଡିଥାଏ I ଗତ ୩ ଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ଥିବା ଏହି ରେଙ୍କିଙ୍ଗ ବ୍ୟଡ଼ମିଣ୍ଟନ ଟୁର୍ନାମେଣ୍ଟ ରୁ ଓଡିଶା ବ୍ୟାଡ଼ମିଣ୍ଟନ ସଂଘ ଦ୍ୱାରା ଅନୁବନ୍ଧିତ ଅମ୍ପାୟାର ମାନେ ପରିଚାଳନା କରିଥିଲେ Iଶେଷରେ ଏହି ରେଙ୍କିଙ୍ଗ ଟୁର୍ନାମେଣ୍ଟ ରେ ବିଜେତା ଓ ଉପ ବିଜେତା ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ I ପୁରସ୍କାର ବିତରଣ ସଭା କୁ ପରିଚାଳନା ରେ ସହଯୋଗ କରିଥିଲେ ଟିକେଶ୍ୱର ସାହୁ, ସୂର୍ଯ୍ୟ ପାଣିଗ୍ରାହୀ, ଅନନ୍ତ ବେହେରା, ବାବୁଲୁ ପ୍ରଧାନ, ହେମାନନ୍ଦ ଥପା, ବବଲୁ ସାହୁ, ପୱନ ସାହୁ ଓ ମଣି ବେଜି I

