ପାପଡାହାଣ୍ଡି -15:4:26-(ଉତ୍କଳ ସମାଚାର)ପାପଡାହାଣ୍ଡି ବ୍ଲକ ରେ ଅଗ୍ନିଶମ ବିଭାଗ ଓ ଜରୁରୀ କାଳୀନ ସେବା ଦ୍ବାରା ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ୍ୟ ଏପ୍ରିଲ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳନ କରାଯାଏ । ୧୯୪୪ ମସିହାରେ ଏପ୍ରିଲ ୧୪ରେ ମୁମ୍ବାଇର ଭିକ୍ଟୋରିଆ ଡୋକସିସ୍ ଭୟାବହ ଅଗ୍ନିକାଣ୍ଡ ଘଟି ୬୬ ଜଣ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ସେହି ଦିନକୁ ମନେ ରଖୁବା ସହ ସହିଦ୍ ମୃତ ଯବାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରତ୍ୟେକ ବର୍ଷ ଏପ୍ରିଲ ୧୪ ତାରିଖକୁ ଅଗ୍ନିସେବା ସଂସ୍ଥା ଦ୍ବାରା ସାରା ଦେଶରେ ଜାତୀୟ ଅଗ୍ନିଶମ ସହିଦ୍ ସୁରକ୍ଷା ସପ୍ତାହ ପାଳିତ ହୋଇଥାଏ । ଆଜି ପାପଡ଼ାହାଣ୍ଡି ଅଗ୍ନିଶମ କାର୍ଯ୍ୟାଳୟ ଠାରୁ ଯୋଗାଯୋଗ ନଂ ୧୧୨ ଗାଡ଼ି ବାହାରି ବସଷ୍ଟାଣ୍ଡ ହୋଇ ଗ୍ରାମ ପରିକ୍ରମା କରିଥିଲା, ଏହି କାର୍ଯ୍ୟକ୍ରମରେ ଅଗ୍ନୀକାଣ୍ଡ ଦାଉରୁ ନିଜକୁ ରକ୍ଷା କରିବା, କିପରି ନିଜ ଜୀବନ ବଞ୍ଚାଇବେ ,ରୋଷେଇ ଗ୍ୟାସ୍, ଜଙ୍ଗଲ ରୁ ନିଆଁ କିପରି ଲିଭାଇବେ ରୋଷେଇ ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗିଲେ କିଭଳି ନିଜକୁ ସୁରକ୍ଷିତ ରଖିବେ, ଏଥି ସହିତ ବିଭିନ୍ନ ପ୍ରକାରର ଆତ୍ମରକ୍ଷା ବିଷୟ ରେ ଲୋକଙ୍କୁ ସଚେତନ କରାଯାଇଥିଲା l ଦୁର୍ଘଟଣା ବା ନିଆଁ ଦାଉ ରୁ ରକ୍ଷା ପାଇବା ପାଇଁ ୧୧୨ ରେ ଫୋନ କରି ଖବର ଦେବାକୁ କୁହା ଯାଇଥିଲା ଏହି ଅବସର ରେ ଏସ ଓ ଦୂରଦକ୍ଷ ବାଗ, ଏଲ୍ ଏଫ୍ ଏଫ୍ ଦେବା ଚରଣ ଶବର, ଡ଼୍ରାଇଭର ହାବିଲଦାର ରାଜେଶ୍ କୁମାର ବେହେରା , ଏଫ୍ ଏଫ୍ ସିମଞ୍ଚାଲ ସେଠୀ, ରୁଲେଫ୍ ଭୋଇ, କମୋ ହରିଜନ , ନିତ୍ୟାନନ୍ଦ ଖଣ୍ଡୋଗିରି, ଜୈଏ ଯବାନ ପାଢି, ସରୋଜ ରନା, ପ୍ରମୁଖ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

