ପାପଡାହାଣ୍ଡି -15:4:26-(ଉତ୍କଳ ସମାଚାର)ଓଡ଼ିଆ ନବବର୍ଷ, ପବିତ୍ର ପଣା ସଂକ୍ରାନ୍ତି, ମହାବୀର ହନୁମାନଙ୍କ ଜୟନ୍ତୀ ଉପଲକ୍ଷେ ଉତ୍ସବ ମୁଖର ସମ୍ପୂର୍ଣ ପାପଡାହାଣ୍ଡି ସହର l ସମ୍ପୂର୍ଣ ସହର ବିଭିନ୍ନ ପ୍ରକାର ଆଲୋକ ମାଳା ସହ ଗେରୁଆ ପତକା ରେ ସଜାଇ ହୋଇ ଗେରୁଆମୟ ହୋଇ ଉଠିଛି lସକାଳ ଠାରୁ ଦିନତମାମ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ଘରେ ଘରେ ରକମ ରକମ ର ପିଠା ସହିତ ପଣାର ଆଶର ଜମିଥିବା ବେଳେ ଲୋକେ ସାହି ପଡିଶା ଙ୍କ ମଧ୍ୟରେ ପଣା ବାଣ୍ଟୁଥିବା ଦେଖିବାକୁ ମିଳିଥିଲା l ସହରର ମୁଖ୍ୟ ରାସ୍ତାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦିନତମାମ ପଣା ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିଲା ବେଳେ ଗ୍ରାମର ଜଗନ୍ନାଥ ମନ୍ଦିର ଏବଂ 2 ଟି ହନୁମାନ ମନ୍ଦିର ଠାରେ 5000 ରୁ ଉର୍ଦ୍ଧ ଲୋକଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା ହୋଇଥିଲା ପାପଡାହାଣ୍ଡି ଠାରେ ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା l ଅପରାନ୍ନ 4 ଟା ରୁ ନୂତନ ହନୁମାନ ମନ୍ଦିର ଠାରୁ ଡିଜେ ସହିତ 3 ପ୍ରକାର ବାଜା, ଅତସବାଜି ସହିତ 10000 ରୁ ଉର୍ଦ୍ଧ ଲୋକଙ୍କ ସହିତ ଶ୍ରୀ ରାମ ଙ୍କ ନାରା ଦେଇ ଗ୍ରାମ ପରିକ୍ରମା କରିଥିଲେ l ଶ୍ରୀରାମ ଙ୍କ ଧ୍ୱନି ରେ ସମ୍ପୂର୍ଣ ଅଂଚଳ ପ୍ରକମ୍ପିତ ହୋଇଉଠିଥିଲା l ପୂର୍ବତନ ସରପଞ୍ଚ ବି. ଜଗନମୋହନ ରାଓ ଙ୍କ ନେତୃତ୍ୱ ରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଜିଲ୍ଲା ଉପସଭାପତି ଲିଙ୍ଗରାଜ ଭତରା, ବିଧାୟକ ମନୋହର ରନ୍ଧାରୀ ,ପୂର୍ବତନ ସାଂସଦ ପର୍ଶୁରାମ ମାଝୀ,ଜିଲ୍ଲା ବିଜେପି ସଭାପତି କୁଞ୍ଜବିହାରୀ ଦାସ, ମଣ୍ଡଳ ସଭାପତି ମନୋଜ ଅଗ୍ରୱାଲ, ପୂର୍ବତନ ଉପାଧ୍ୟକ୍ଷ ତ୍ରିନାଥ ପ୍ରଧାନ,ପି. ଭେଙ୍କେଟ ରାଓ,ହରିମୋହନ ଶର୍ମା,ଦିଲୀପ କୁମାର ସାମନ୍ତ ଭି. ଶ୍ରୀନିବାସ ରାଓ, ବିନୋଦ ଅଗ୍ରୱାଲ,ଦୀନବନ୍ଧୁ ବିଶୋଇ, ତ୍ରିନାଥ ଅମନାତ୍ୟ,ସନ୍ତୋଷ ରାଓ, ସୁବ୍ରତ ଜେନା,ପିଣ୍ଟୁ ଜୈନ, ତରଣୀ କଶ୍ୟପ,ଶିବୁ ଜୈନ,ପବନ ଅଗ୍ରୱାଲ, ଶଙ୍କର ବିଶୋଇ ପ୍ରମୁଖ ଯୋଗ ଦେଇଥିଲେ l ପାପଡାହାଣ୍ଡି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସତ୍ୟଜିତ କଣ୍ଡାଂକେଲ ଙ୍କ ନେତୃତ୍ୱ ରେ ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଙ୍କ ତତ୍ୱାବଧାନ ରେ ପୋଲିସ ମୃତୟନ ହୋଇ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ ତାସହିତ ମେଡିକାଲ ର ଏକ ଟିମ ଓ ଅଗ୍ନିଶ୍ରମ ବିଭାଗ ର ଏକ ଟିମ ସହଯୋଗ କରିଥିଲେସେହିପରି ଗୁମିଦୋରା ଗ୍ରାମ ରେ ମଧ୍ୟ ହନୁମାନ ଜୟନ୍ତୀ ପାଳନ କରାଯାଇଛି ଦିନରେ ବାଇକ ରାଲି ରେ ବାହାରି ଚାନ୍ଦିଲି ଠାରୁ ଗୁଡ୍ରା ପର୍ଯ୍ୟନ୍ତ ଯାଇଥିଲେ ରାତି ରେ ପୂଜା ଓହଜାରେ ଲୋକ ଙ୍କ ପାଇଁ ଅର୍ଣ୍ଣ ପ୍ରସାଦ ଵେବସ୍ତା ହୋଇଥିଲା ଏହି ପୂଜାରେ ନେତ୍ରନନ୍ଦ ପାଇକ ଶିବପ୍ରସାଦ ପାତ୍ର କାହ୍ନୁ ସାହୁ ପ୍ରଭୃତି ନେତୃତ୍ୱ ନେଇଥିଲେ

