ସମ୍ବଲପୁର,୧୫/୦୪(ଉତ୍କଳ ସମାଚାର),(ସରୋଜ ସାହୁ):ଭାରତୀୟ ସମ୍ଭିଧାନ ର ସ୍ଥପତି, ସାମଜିକ ନ୍ୟାୟ ର ପ୍ରବକ୍ତା ସମାଜ ସୁଧାରକ ଡା.ଭୀମରାଓ ଆମ୍ବେଦକର ଙ୍କ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ସମ୍ବଲପୁର ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଇଂ ରୋହିତ ପୂଜାରୀ ଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି I ଏହି ଉପଲକ୍ଷେ ସ୍ଥାନୀୟ ମୁଦିପଡ଼ା ଛକ ସ୍ଥିତ ଭୀମରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ଗଭୀର ଶ୍ରଦ୍ଧା ର ସହିତ ମାଲ୍ୟାର୍ପଣ କରି ମାତୃଭୂମି ପ୍ରତି ତାଙ୍କର ସମର୍ପଣ, ଅସୀମ ତ୍ୟାଗ ତଥା ସମାଜ ର ବଞ୍ଚିତ, ଅବହେଳିତ, ଦଳିତ ବର୍ଗ ଏବଂ ମହିଳା ମାନଙ୍କର ସମାଜିକ ଉତଥାନ ପାଇଁ ନିରନ୍ତର ପ୍ରୟାସ ର ସ୍ମୃତି ଚାରଣ କରାଯାଇଥିଲା I ରାଷ୍ଟ୍ର ନିର୍ମାଣରେ ବାବାସାହେବ ଡା.ଆମ୍ବେଦକର ଙ୍କ ଯୋଗଦାନ ବ୍ୟତିତ ସ୍ଵାଧୀନତା, ସାମ୍ୟ ଏବଂ ମୈତ୍ରୀ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ପ୍ରୟାସ ପାଇଁ ସେ ଚିରକାଳ ସ୍ମରଣୀୟ ରହିବେ ବୋଲି ବିଜେଡି ନେତୃ ବର୍ଗ ଏବଂ କର୍ମୀ ଗଣ ମତ ପ୍ରକାଶ କରିଥିଲେ I ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳ ର ବରିଷ୍ଠ ନେତା ସର୍ବଶ୍ରୀ ବସନ୍ତ କୁମାର ମିଶ୍ର, ବେଣୁଧର ଦାସ, ଶୁରୁ ବାବୁ ମେହେର, ସତ୍ୟେନ୍ଦ୍ର ଦାଶ, ପ୍ରହଲାଦ ଗୁରୁ,ମହମ୍ମଦ ଇସାକ ,ସୁକେଶ ସିଂ,ପ୍ରସାନ୍ତ ନାୟକ, କିଶୋର ମୁଣ୍ଡା,ଆଶିଷ ମହାନନ୍ଦ, ଯୁବ ନେତା ଧର୍ମରାଜ ମରେଇ, ରୁଦ୍ର ପ୍ରସାଦ ଷଡଙ୍ଗୀ, ରବି ସେନାପତି, ଦୁଲାଲ ରାୟ, ଯୁବରାଜ, ଗିରୀଶ ରାଉତ, କୌଶିକ, ମହିଳା ନେତ୍ରୀ ଡାଃ. ସଂଯୁକ୍ତା ମେହେର, ସଙ୍ଗୀତା ସ୍ଵାଇଁ,ସଶ୍ମିତା ଦୀପ, ନୀଳିମା ମଲ୍ଲିକ, ନନ୍ଦିନୀ ପ୍ରଧାନ, ରାଣୀ ବେଗମ, ବିଜୟ ଲକ୍ଷ୍ମୀ ୟାଦବ, ପ୍ରମୁଖ ଉପସ୍ଥିତ ଥିଲେ I

