ସମ୍ବଲପୁର,15//4,(ଉତ୍କଳ ସମାଚାର),(ସରୋଜ ସାହୁ):ଏବିଭିପି ସମ୍ବଲପୁର ନଗର ତରଫରୁ ଡ଼ ଭୀମରାଓ ଆମ୍ୱେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀରେ ମୋଦିପଡ଼ା ସ୍ଥିତ ତାଙ୍କ ପ୍ରତିମୂର୍ତ୍ତି ରେ ଫୁଲମାଳ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା I ଏହା ସହିତ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଏବିଭିପି ଶାଖା ତରଫରୁ ମଧ୍ୟ ଭାରତ ରତ୍ନ ବାବାସାହେବ ଆମ୍ୱେଦକରଙ୍କୁ ମନେ ପକାଇ ତାଙ୍କର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ତାଙ୍କୁ ସ୍ମରଣ କରାଯାଇଥିଲା । ଏଥିରେ ଓଡ଼ିଶା ପଶ୍ଚିମର ପ୍ରାନ୍ତ ସମ୍ପାଦକ ସ୍ୱେତାଂଶୁ ବରେଇ ବାବାସାହେବଙ୍କ ଦେଶ ପାଇଁ ବଳିଦାନ ବିଷୟରେ ବିଷୟ ରଖିଥିଲେ । ଏଥିରେ ବିଭାଗ ସଂଗଠନ ସମ୍ପାଦକ ବିଜୟ କଳତା ଓ ପ୍ରାନ୍ତ ବିଶ୍ୱବିଦ୍ୟାଳୟ ସମ୍ପାଦକ ୟସୱାର୍ଦ୍ଧନ ତିୱାରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସହସଂଯୋଜକ ବିବେକ ତିୱାରୀ ଆୟୋଜନ କରିଥିବା ବେଳେ,ନଗର ସମ୍ପାଦକ ଦେବାଶିଷ ଶେନ୍ଦ୍ରିଆ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରେଖା ବେହେରା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ନିଖିଲ ପୂଜାରୀ,ନିହାର ପଣ୍ଡା,ନିଖିଲ ଅଗ୍ରୱାଲ, ରୋହିତ ବଢ଼େଇ, ଅଭିନାଶ ବାରିକ ,ଓମ୍ ପ୍ରକାଶ ଦଳପତ୍, ହେମନ୍ତ ବିଶ୍ବାଳ, ସିଦ୍ଧାନ୍ତ ଶଙ୍କର ପଣ୍ଡା, ସ୍ୱସ୍ତିକ ସାହୁ, ଆତୋଷ ପଧାରୀ, ଆଦିତ୍ୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ I

