ସମ୍ବଲପୁର,15//4,(ଉତ୍କଳ ସମାଚାର),(ସରୋଜ ସାହୁ):ପଶ୍ଚିମ ଓଡ଼ିଶାର ମହାନ ସ୍ୱାଧୀନତା ସଂଗ୍ରାମୀ, ଟାଣୁଆ ବିପ୍ଲବୀ ନେତା, ତଥା ଜନ ସେବକ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ଜୟନ୍ତୀ ଅବସରରେ ସମ୍ବଲପୁରର ନନ୍ଦପଡାର ପଣ୍ଡିତ ଲକ୍ଷ୍ମୀନାରାୟଣ କଲ୍ଚରାଲ ଏସୋସିଏସନ୍ (ପ୍ଲାଙ୍କା) ର ସଭ୍ୟ ମାନଙ୍କ ଦ୍ବାରା ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା l ପଣ୍ଡିତ ମିଶ୍ର ଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ସବୁ ବର୍ଗର ଲୋକେ ଉପଯୁକ୍ତ କର୍ମ କରି ଚାଲିଲେ ସମାଜର ଉନ୍ନତି ସାଧିତ ହୋଇପାରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ ବୋଲି ଅନୁଷ୍ଠାନ ର ସମ୍ପାଦକ ସନ୍ତୋଷ ମିଶ୍ର ସୂଚନା ଦେଉଛନ୍ତି l
