ରାଜବୀର ସିଂ ୪୯୯/୫୦୦ ନମ୍ବର ରଖି ୯୯.୮% ସହ ବିଦ୍ୟାଳୟର ଟପର୍ I
ସମ୍ବଲପୁର,୧୬/୦୪(ଉତ୍କଳ ସମାଚାର),(ସରୋଜ ସାହୁ):ସଦ୍ୟ ପ୍ରକାଶିତ ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାଫଳ ରେ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନମ୍ବର -୧ ସମ୍ବଲପୁର ଅଭୂତପୂର୍ବ ସଫଳତା ହାସଲ କରିଛି। ବିଦ୍ୟାଳୟର ସମସ୍ତ ୧୯୪ ରୁ ୧୯୪ ଜଣ ବିଦ୍ୟାର୍ଥୀ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି ୧୦୦% ସଫଳତା ଆଣିଛନ୍ତି। ରାଜବୀର ସିଂ ୪୯୯/୫୦୦ ନମ୍ବର ରଖି ୯୯.୮% ସହ ବିଦ୍ୟାଳୟ ଟପର୍ ହୋଇଥିଲା ବେଳେ ଆର୍ୟନ ଦାଶ ୯୯.୪ % ଓ ରୁଦ୍ରାଂଶ କୁମାର ୯୯.୨ ରଖି ଯଥାକ୍ରମେ ୨ୟ ଓ ତୃତୀୟ ସ୍ଥାନର ଅଧିକାରୀ ହୋଇଛନ୍ତି। ସେହିଭଳି ତେଜସ୍ୱୀ କୁଳଦୀପ(୯୯%), ଆଦ୍ୟା ଆଦର୍ଶ(୯୮.୨%), ସାତ୍ତ୍ୱିକ ଶେଖର(୯୮.୨%), ଅତୁଳ ଶର୍ମା(୯୮%), ଶ୍ରେୟା ସୁମନ(୯୬.୬%), ପ୍ରୀୟସା ଭୋଇ(୯୬.୨%) ଓ ସମ୍ୟକ ପ୍ରଧାନ(୯୭%) ରଖି ଟପ୍ ଟେନରେ (ପ୍ରଥମ ଦଶ ଜଣ) ରେ ନିଜ ନାମକୁ ଲିପିବଦ୍ଧ କରିଛନ୍ତି। ସୂଚନାଯୋଗ୍ୟ ଯେ ବିଦ୍ୟାଳୟ ର ୬୦ ଜଣ ବିଦ୍ୟାର୍ଥୀ ସଂସ୍କୃତ ବିଷୟରେ, ୭ ଜଣ ଗଣିତ ବିଷୟରେ, ୬ ଜଣ ସାମାଜିକ ବିଜ୍ଞାନ ବିଷୟରେ, ୩ ଜଣ ଇଂରାଜୀ ବିଷୟରେ ଓ ୨ଜଣ ବିଜ୍ଞାନ ବିଷୟରେ ୧୦୦ ରୁ ୧୦୦ ମାର୍କ ରଖି ସଫଳତାକୁ ଉତ୍ସବ ମୁଖର କରିଛନ୍ତି। ସଂସ୍କୃତ ରେ ସମସ୍ତେ ଉଚ୍ଚମାନର ନମ୍ବର ରଖିଥିଲା ବେଳେ ୬୦ ଜଣ ଛାତ୍ରଛାତ୍ରୀ ୧୦୦ ରୁ ୧୦୦ ନମ୍ବର ରଖିବା ସଂସ୍କୃତ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ଏକ ମାଇଲଖୁଣ୍ଟ ସ୍ଥାପନ କରିପାରିଛି ବୋଲି ବିଦ୍ୟାଳୟ ଅଧ୍ୟକ୍ଷ ରଣରଞ୍ଜୟ ସିଂ ମତ ପ୍ରକାଶ କରିବା ସହ ବିଷୟ ଅଧ୍ୟାପକମାନେ ଛାତ୍ରଛାତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି। ସମସ୍ତ ବିଷୟରେ ଗୁଣାତ୍ମକ ଫଳାଫଳ ଓ ଦଶମ ଶ୍ରେଣୀ ର ଏହି ଅଭୂତପୂର୍ବ ସଫଳତାର ଶ୍ରେୟ ସମସ୍ତ ଅଧ୍ୟାପକ – ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଙ୍କ କଠିନ ପରିଶ୍ରମ ତଥା ଅଭିଭାବକଙ୍କ ସହଯୋଗ କୁ ଯାଉଛି ବୋଲି ବିଦ୍ୟାଳୟ ଅଧ୍ୟକ୍ଷ ମତ ପ୍ରକାଶ କରିବାସହ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅବିଭାବକ ମହଲରେ ମଧ୍ୟ ବିଦ୍ୟାଳୟର ସଫଳତା କୁ ପ୍ରଶଂସା ମିଳିଥିବା ବେଳେ ଗୁଣାତ୍ମକ ଶିକ୍ଷା କ୍ଷେତ୍ର ରେ ବିଦ୍ୟାଳୟ ଏକ ମାଇଲଖୁଣ୍ଟ ସ୍ଥାପନ କରିପାରିଛି ତଥା ଆଗାମୀ ଦିନରେ ଉତ୍ତରୋତର ଉନ୍ନତି ନିମନ୍ତେ ଆମେ ପ୍ରତିଶୁତିବଦ୍ଧ ବୋଲି ବିଦ୍ୟାଳୟ ଅଧ୍ୟକ ମତ ପ୍ରକାଶ କରିଥିଲେ।



