ପାପଡାହାଣ୍ଡି -16:4:26-(ଉତ୍କଳ ସମାଚାର)ଆଜି କେନ୍ଦ୍ରୀୟ ବୋର୍ଡ ସିବିଏସସି ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି ଚଳିତ ବର୍ଷ ଓଡିଶା ଆଦର୍ଶ ବିଦ୍ୟାଳୟ ପାପଡାହାଣ୍ଡି ରୁ 44 ଜଣ ଛାତ୍ର,ଛାତ୍ରୀ ପରୀକ୍ଷା ଦେଇଥିଲେ ସେମାନଙ୍କ ମଧ୍ୟରୁ 40ଜଣ ପାସ ହୋଇଛନ୍ତି, ମୋଟ 90.91% ପିଲା ପାସ ହୋଇଛନ୍ତି, ଆଦର୍ଶ ବିଦ୍ୟାଳୟ ର ଛାତ୍ରୀ ଅନିଶା ବରାଳ 574 ମାର୍କ ( 95.67% )ରଖି ବିଦ୍ୟାଳୟ ଏବଂ ବ୍ଲକର ଟପର ହୋଇଛନ୍ତି, ସେ ଜଣେ ମେଧାବୀ ଛାତ୍ରୀ ଅଟନ୍ତି l ପୂର୍ବରୁ ସେ 3 ଥର ରାଜ୍ୟସ୍ତରୀୟ ପ୍ରବନ୍ଧ ଏବଂ ବକୃତା ପ୍ରତିଯୋଗିତା ରେ ପୁରସ୍କୃତ ହୋଇଛନ୍ତି ଏବଂ ଭବିଷ୍ୟତରେ ସେ ଭାରତୀୟ ପ୍ରସାସନିକ ସେବା ରେ ଯୋଗ ଦେବାପାଇଁ ନିଜ ଇଛା ପ୍ରକାଶ କରିଛନ୍ତି, ବିଦ୍ୟାଳୟ ର ଛାତ୍ରୀ ଐର୍ଶୟା ସାହୁ 545 ମାର୍କ (90.83%)ରଖି ବ୍ଲକରେ ଦ୍ୱିତୀୟ ଏବଂ ଛାତ୍ର ପ୍ରିତମ ବରାଳ 516ମାର୍କ (86%)ରଖି ବ୍ଲକରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଚଳିତ ବର୍ଷ ମୋଟ 45 ଜଣ ପରୀକ୍ଷା ଦେବାପାଇଁ ଫର୍ମଫିଲାପ କରିଥିଲେ ଓ 44 ଜଣ ପରୀକ୍ଷା ଦେଇଥିଲେ ଏବଂ ଆଜିର ଫଳାଫଳ ରେ 40 ଜଣ ପାସ ହୋଇଥିବା ବେଳେ 4 ଜଣଙ୍କ କମ୍ପାଟମେଣ୍ଟ ଆସିଛି l

