ରାଉରକେଲା ୧୬/୪,(ଉତ୍କଳ ସମାଚାର) ଚଳିତ ଏପ୍ରିଲ ୨୧ ତାରିଖରେ ଭାରତର ରାଷ୍ଟ୍ରପତିଙ୍କ ରାଉରକେଲା ଗସ୍ତ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଉରକେଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ଯବସ୍ଥାକୁ କଡାକଡି କରାଯିବା ସହ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିମାନବନ୍ଦର ପରିସରସ୍ଥ ପଡିଆରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ତେଣୁ ରାଉରକେଲା ବିମାନବନ୍ଦର ପରିସରସ୍ଥ ପଡିଆକୁ ପ୍ରସ୍ତୁତ କରାଯାଉଛି। ରାଷ୍ଟ୍ରପତିଙ୍କ ଗସ୍ତ ଏବଂ ସଭାସ୍ଥଳ ପରିଦର୍ଶନ ପାଇଁ ଆଜି ସେଠାରେ ପହଞ୍ଚିଥିଲେ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜକିଶୋର ମିଶ୍ରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୋଲିସ୍ ଅଧିକାରୀ।ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏପ୍ରିଲ ୨୧ରେ ରାଉରକେଲା ଗସ୍ତ ନେଇ ଓଡ଼ିଶାର ପ୍ରମୁଖ ଶିଳ୍ପ ସହର ରାଉରକେଲା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ମାନଜନକ ଅବସର ଭାବରେ ବର୍ଣ୍ଣନା କରାଯାଉଛି। ତାଙ୍କ ଗସ୍ତ ସମୟରେ, ରାଷ୍ଟ୍ରପତି ପାନପୋଷ ଠାରେ ରାଉରକେଲା ଓ୍ବାନ୍ ପରିସରରେ ନିର୍ମିତ ଆଦିବାସୀ ସଂଗ୍ରହାଳୟ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଆଦିବାସୀ ସମ୍ପ୍ରଦାୟର ସମୃଦ୍ଧ ସାଂସ୍କୃତିକ, ଐତିହ୍ୟ ଏବଂ ପରମ୍ପରାକୁ ସଂରକ୍ଷଣ ପ୍ରଦର୍ଶନ କରିବା ସହ ଏହି ପ୍ରକଳ୍ପ ରାଉରକେଲା ପାଇଁ ଏକ ପର୍ଯ୍ଯଟନ ସ୍ଥଳ ଭାବରେ ପରିଗଣିତ ହେବାକୁ ଯାଉଛି। ରତର ମହାମହିମ ରାଷ୍ଟ୍ରପତି ୨୦୨୬ ଅପ୍ରେଲ ୨୧ ତାରିଖରେ ରାଉରକେଲା ଗସ୍ତ ସମୟରେ ପ୍ରମୁଖ ସାର୍ବଜନୀନ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ସହିତ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅପ୍ରେଲ ୨୧ ତାରିଖ ୧୧ଟା ୧୦ ସମୟରେ ରାଉରକେଲା ଠାରେ ପହଞ୍ଚି ସନ୍ଧ୍ୟା ୪ଟା ୦୫ ସମୟରେ ପ୍ରସ୍ଥାନ କରିବେ। ଗସ୍ତ ସମୟରେ, ରାଷ୍ଟ୍ରପତି କେତେକ ପ୍ରକଳ୍ପର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରକଳ୍ପଗୁଡିକ ମଧ୍ଯରେ ପାନପୋଷ ହକି ଛକ ନିକଟସ୍ଥ ରାଉରକେଲା ଓ୍ବାନ୍ ମଧ୍ଯରେ ଥିବା ସମନ୍ବିତ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ କେନ୍ଦ୍ର (IOCC) ଏବଂ ଆଦିବାସୀ ସଂଗ୍ରହାଳୟ। ରାଉରକେଲା ଛେଣ୍ଡ ବିଏସ୍ଏନ୍ଏଲ୍ ଛକ ଠାରେ ଥିବା ବିଜ୍ଞାନ ପାର୍କ ଓ ପ୍ଲାନେଟୋରିୟମ୍। କୋଏଲନଗର ଠାରେ ଥିବା ମନୋରଞ୍ଜନ ପାର୍କ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ସୁନ୍ଦରଗଡ଼ ଜିଲ୍ଲାର ୧୦,୦୦୦ରୁ ଅଧିକ ସ୍କୁଲ ଓ କଲେଜ। ଏଥିସହିତ ଛାତ୍ରଛାତ୍ରୀ ଏବଂ ୩୫ରୁ ଅଧିକ ସାଂସ୍କୃତିକ ଗୋଷ୍ଠୀଙ୍କ ଅଂଶଗ୍ରହଣରେ ଏକ ସାଂସ୍କୃତିକ ସ୍ଵାଗତ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି। ସୁନ୍ଦରଗଡ ଜିଲ୍ଲାର ପରମ୍ପରା ଓ ସଂସ୍କୃତିକୁ ପ୍ରଦର୍ଶନ କରୁଥିବା ଏକ ପ୍ରଦର୍ଶନୀରେ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବିଭିନ୍ନ ବିଭାଗ ଦ୍ବାରା ୩୦ଟି ଷ୍ଟଲ୍ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ପ୍ରଦର୍ଶିତ ହେବ ବୋଲି ସୂଚନା ମିଳିଛି। ଉଦ୍ଘାଟିତ ହେବାକୁ ଥିବା ପ୍ରକଳ୍ପଗୁଡ଼ିକର ଅଟକଳ ମୂଲ୍ଯ ଅନୁସାରେ ରାଉରକେଲା ଓ୍ବାନ୍ ପରିସରରେ ନିର୍ମିତ ସମନ୍ବିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର (ICCC) ୪୮ କୋଟି, ୪୦ କୋଟି ମୂଲ୍ୟ ବ୍ଯୟରେ ନିର୍ମିତ ଆଦିବାସୀ ସଂଗ୍ରହାଳୟ। କୋଏଲ ନଦୀକୂଳ ମନୋରଞ୍ଜନ ପାର୍କ ୪୨.୪୪ କୋଟି। ଛେଣ୍ଡ ଠାରେ ନିର୍ମିତ ବିଜ୍ଞାନ ପାର୍କ ଏବଂ ପ୍ଲାନେଟାରିୟମ୍ ୨୭ କୋଟି ଟଙ୍କାର ବୋଲି ସୂଚନା ଦିଆଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତରେ ରାଉରକେଲାର ସହରାଞ୍ଚଳ ଭିଭିଭୂମିକୁ ସୁଦୃଢ଼ କରିବା ସହ ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହିତ କରିବା ସହିତ ସାର୍ବଜନୀନ ସୁବିଧାକୁ ବୃଦ୍ଧି କରିବା ଦିଗରେ ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଏ।

