ସମ୍ବଲପୁର,୧୬/୦୪(ଉତ୍କଳ ସମାଚାର),(ସରୋଜ ସାହୁ):ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ରେ ଜିଲ୍ଲାସ୍ତରୀୟ ୧୪ ବର୍ଷ ରୁ କମ ଅନ୍ତଃ କ୍ଲବ ମୁଖ୍ୟମନ୍ତ୍ରୀ କପ ଫୁଟବଲ ଟୁର୍ନାମେଣ୍ଟ ଆୟୋଜିତ ହେଉଛି I ଓଡିଶା ସରକାର ଙ୍କର କ୍ରୀଡା ଓ ଯୁବ ସେବା ବିଭାଗ ଓ ଜିଲ୍ଲା କ୍ରୀଡା ସଂଘ ର ମିଳିତ ଆନୁକୂଲ୍ୟରେ ରେ ଆୟୋଜିତ ଏହି ଟୁର୍ନାମେଣ୍ଟରେ ଗୁରୁବାର ସକାଳେ ମେହେର ଆସୋସିଏସନ ବନାମ ସମ୍ବଲପୁର ରେଲୱେ ଏକାଡେମୀ ମଧ୍ୟରେ ମ୍ୟାଚ ଆୟୋଜିତ ହୋଇଯାଇଛି Iଆଜିର ମ୍ୟାଚ ପାଇଁ ବିଜେପି ର ବରିଷ୍ଠ ନେତା ସୂର୍ଯ୍ୟ ପାଣିଗ୍ରାହୀ ଓ ସରୋଜ ସାହୁ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଦୁଇ ଦଳର ଖେଳାଳି ଙ୍କୁ ସାକ୍ଷାତ କରିବା ସହ ଉତ୍ସାହିତ କରିଥିଲେ I ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କ୍ରୀଡା ସଂଘ ର ସଭ୍ୟ ପ୍ରଦୀପ ପଣ୍ଡା ଓ ଖଡ଼ିରତ୍ନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ I ଏହି ଟୁର୍ନାମେଣ୍ଟ ର ପରିଚାଳନା ଦାୟିତ୍ୱ ରେ ଥିବା ଫୁଟବଲ ସମ୍ପାଦକ ଅବଦୁଲ ଗଫର, ସୁବାଷ ଚନ୍ଦ୍ର ରାଉତ, ପଦ୍ମନାଭ ନାୟକ, ସୟଦ ଜିନ୍ଦାବାଦ, ମହମ୍ବଦ ବରକତ, ଟୁଟୁ ବାହାଦୁର ପ୍ରମୁଖ ଉପସ୍ଥିତ ଥିଲେ lଆଜିର ଏହି ଫୁଟବଲ ମ୍ୟାଚ ରେ ଉଭୟ ଦଳ ର ଖେଳାଳି ମାନେ ଖୁବ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରିଥିଲେ l ମେହେର ଆସୋସିଏସନ ର ଖେଳାଳି ମାନେ ଖୁବ ସୁନ୍ଦର ଖେଳ ପ୍ରଦର୍ଶନ କରି ରେଲୱେ ଏକାଡେମୀ କୁ ୩ – ୦ ଗୋଲ ଦେଇ ପରାସ୍ତ କରିଥିଲେ l ମେହେର ଆସୋସିଏସନ ଦଳ ପକ୍ଷରୁ ସବ୍ୟସାଚୀ ମୁଣ୍ଡା ଖେଳର ୨୩ ମିନିଟ ଓ ୨୬ ମିନିଟ ରେ ୨ଟି ଗୋଲ ଓ କୃଷ୍ଣ ଓରାମ ଖେଳର ୫୨ ମିନିଟ ରେ ଗୋଟିଏ ଗୋଲ ଦେଇଥିଲେ l ଆଜିର ଖେଳରେ ସବ୍ୟସାଚୀ ମୁଣ୍ଡା ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ I ଆଜିର ଖେଳରେ ରେଫରୀ ଭାବରେ ଅରୁଣ ଭୋଇ, ପରେଶ ପଧାନ, ସରୋଜ ବାଗ ଓ ଅଜୟ କୁମାର ମାଝୀ ପରିଚାଳନା କରିଥିଲେ I

