କେନ୍ଦୁଝର:16//4,(ଉତ୍କଳ ସମାଚାର) ସିବିଏସସି ଦଶମ ଶ୍ରେଣୀ ପରୀକ୍ଷା ର ଫଳାଫଳ ଆଜି ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ କେନ୍ଦୁଝର ସପକ୍ଷରେ ଯାଇଛି, ଚଳିତ ବର୍ଷ ଦଶମ ଶ୍ରେଣୀରେ ୮୩ଜଣ ପରୀକ୍ଷା ଦେଇଥିବାବେଳେ ସମସ୍ତେ କୃତକାର୍ଯ୍ୟ ହୋଇଛନ୍ତି ଏଥି ମଧ୍ୟରୁ ଏଗାର ଜଣ ୯୦%ରୁ ଉର୍ଧ୍ଵ ନମ୍ବର ରଖି ପାସ ହୋଇ ବିଦ୍ୟାଳୟ କୁ ଗୌରାବାନ୍ୱିତ କରିଛନ୍ତି,୭୨ ଜଣ ୬୦ % ଋ ଉର୍ଦ୍ଧ୍ବ ନାମର ରଖି ପାସ ହୋଇଛନ୍ତି ବିଦ୍ୟାଳୟ ର ଅଧ୍ୟକ୍ଷ ସୁଶାନ୍ତ କୁମାର ସାହୁ ସମସ୍ତ ଶିକ୍ଷକ ଛାତ୍ର ଛାତ୍ରୀ ଅଭିଵାବକ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି, ମହେଶ ରାମ ମହାନ୍ତ ୯୭. ୪%, ପ୍ରୀତିପ୍ରିୟଦର୍ଶିନୀ ବଳ ୯୬. ୮%, ସାଇକ୍ରିସନା ପଣ୍ଡା ୯୪. ୬%, ଦିବ୍ୟାଶା ବେହେରା ୯୪. ୨%, ସିମରାନ ମହାନ୍ତ ୯୨. ୬%, ପ୍ରତୀକ୍ଷା ପ୍ରିୟଦର୍ଶୀ ୯୨. ୪, ସାଇ ପ୍ରତ୍ୟୁଷ ସାମଲ ୯୧. ୮%, ପ୍ରତ୍ୟୁଷ କିରଣ ୯୧. ୮%, ରିସପ ଶ୍ରେୟାଂଶ ଭୂୟାଁ ୯୦. ୮%, ଜାନଭି ଚାୱଡା ୯୦. ୪%, କିଙ୍ଗଶିବୁଲ ମୁର୍ମୁ ୯୦. ୨%ମାର୍କ ରଖି ପାସ ହେବା ସହିତ ବିଦ୍ୟାଳୟ ର ସୁନାମ ବୃଦ୍ଧି କରିଛନ୍ତି, ବରିଷ୍ଠ ସାମ୍ବାଦିକ ତଥା ବିଦ୍ୟାଳୟ ଶିକ୍ଷକ ଅଭିବାବକ ସଙ୍ଘ ପୂର୍ବତନ ଭାଇସ ପ୍ରେସିଡେଣ୍ଟ ଶ୍ରୀ ଏଆର ଖାନ କୃତୀ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଉତ୍ତରୋତ୍ତରୀ କାମନା କରିବା ସହିତ ଅଭିନନ୍ଦନ ଜଣାଇଛନ୍ତି

