କେନ୍ଦୁଝର, ତା୧୦.୦୪.୨୦୨୬:(ଉତ୍କଳ ସମାଚାର) ରିଖ, ରବିବାର, ସ୍ଥାନୀୟ ବନବାସୀ କଲ୍ୟାଣ ଆଶ୍ରମ ପ୍ରାଙ୍ଗଣରେ ଭାରତୀୟ ମଜଦୂର ସଙ୍ଘ, ଓଡିଶା, କେନ୍ଦୁଝର ଜିଲ୍ଲା ଓ ଭାରତୀୟ ମଜଦୂର ସଙ୍ଘ, ଜିଲ୍ଲା ବିଧି ପ୍ରକୋଷ୍ଠ (ଲିଗାଲ ସେଲ), କେନ୍ଦୁଝର ଜିଲ୍ଲା ର ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଲିଗାଲ ସେଲ ର ସଭାପତି, ଆଇନିଜୀବି ଶ୍ରୀ ରବୀନ୍ଦ୍ର କୁମାର ସେଠୀ ଅଧକ୍ଷତା କରିଥିଲେ। ଉକ୍ତ ବୈଠକରେ ମୁଖ୍ୟ ଅତିଥିରୁପେ ରାଜ୍ୟ ବିଧି ପ୍ରକୋଷ୍ଠ, ଓଡିଶାର ସାଧାରଣ ସମ୍ପାଦକ, ଆଇନିଜୀବି ଶ୍ରୀ ରମାକାନ୍ତ ସାହୁ ପ୍ରଦୀପ ପ୍ରଜ୍ବଳନ କରି ରାଷ୍ଟ୍ରହିତ, ଉଦ୍ୟୋଗହିତ, ଶ୍ରମିକହିତ, ଉଦେଶ୍ୟରେ ଭାରତୀୟ ମଜଦୂର ସଙ୍ଘ ଦେଶରେ କାମକରି ଅଣରାଜନୈତିକ ଶ୍ରମିକ ସଂଗଠନ ହିସାବରେ ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଛି ବୋଲି କହିଥିଲେ l ତତ୍ସହିତ ଜିଲ୍ଲାର ସଂଗଠନ ଓ ଆଇନ ବ୍ୟବସ୍ଥାରେ ସମସ୍ତେ କେମିତି ସାହାଯ୍ୟ ଓ ସହଯୋଗ ପାଇପାରିବେ, ସେ ବିଷୟରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ କେନ୍ଦୁଝର ଜିଲ୍ଲା ବିଧି ପ୍ରକୋଷ୍ଠର ଜିଲ୍ଲା କାର୍ଯ୍ୟକାରୀ କମିଟି କୁ ଆଗତ କରି ଘୋଷଣା କରିଥିଲେ। ସଂମାନନୀୟ ଅତିଥି ରୂପେ ଭାରତୀୟ ମଜଦୂର ସଙ୍ଘ, ଓଡିଶା ପ୍ରଦେଶର ଉପ ସଭାପତି ତଥା କେନ୍ଦୁଝର ଜିଲ୍ଲା ପ୍ରଭାରୀ ଶ୍ରୀ ଡାକ୍ତର ମହାନ୍ତ ଯୋଗ ଦେଇ ତାଙ୍କର ଅବିଭାଷଣରେ ନିଜ ନିଜ ଭିତରେ କିମ୍ବା ପରୋକ୍ଷ ବା ପ୍ରତ୍ୟେକ୍ଷ ଭାବରେ କାହାରିକୁ ସମାଲୋଚନା ନ କରି ନିଜ ଭିତରେ ସମାଧାନ କରି ସଙ୍ଗଠନକୁ ସୁଦୃଢ କରିବା ପାଇଁ ବହୁ ମନ୍ତବ୍ୟ ରଖି ଉକ୍ତ ସମନ୍ୱୟ ବୈଠକଟିକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ଉକ୍ତ ବୈଠକରେ ବାରେନ୍ୟ ଅତିଥିଭାବେ ଜିଲ୍ଲା ବିଧି ପ୍ରକୋଷ୍ଠର ସମ୍ପାଦକ, ଆଇନିଜୀବି ଶ୍ରୀ ସଞ୍ଜୟ କୁମାର ପାଇକରାୟ ଓ କୋଷାଧକ୍ଷ, ଆଇନିଜୀବି ଶ୍ରୀ ରଶ୍ମିକାନ୍ତ ବେହେରା ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ। ତତ୍ ସହିତ ଭାରତୀୟ ମଜଦୂର ସଙ୍ଘର ଜିଲ୍ଲା ସମ୍ପାଦିକା-ଶ୍ରୀମତୀ ମିନାକ୍ଷୀ ପଲେଇ, କୋଷାଧକ୍ଷ-ଶ୍ରୀ ଚନ୍ଦନ ବୋଇପାଇ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଦୀପକ କୁମାର ରାମ, ଓଡିଶା ରାଜ୍ୟ ଆଶା କର୍ମୀ ସଂଘର ରାଜ୍ୟ ସମ୍ପାଦିକା-ଶ୍ରୀମତୀ ଧରିତ୍ରୀ ବାରିକ ଓ ଅଲ ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କଶ ଅସୋସିଏସନ ଜିଲ୍ଲା କୋଷାଧକ୍ଷ- ସମବାରୀ ନାଏକ ଓ ଅନ୍ୟ ଭାରତୀୟ ମଜଦୂର ସଙ୍ଘ ସହ ସହବନ୍ଧିତ ଶ୍ରମିକ ସଂଗଠନର କାର୍ଯ୍ୟକର୍ତା ଭାଇ ଓ ଭଉଣୀ ମାନେ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା ସଭାପତି-ଶ୍ରୀ ବାବୁଲାଲ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ l
