ରାଉରକେଲା ୨୦/୪,(ଉତ୍କଳ ସମାଚାର) ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଉରକେଲା ଗ୍ରସ୍ତ ଏବଂ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବିମାନବନ୍ଦର ପରିସରସ୍ଥ ପଡିଆରେ ରାଷ୍ଟ୍ରପତିଙ୍କ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଥିବା ବେଳେ, ବିମାନବନ୍ଦର ପରିସରସ୍ଥ ପଡିଆକୁ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପୋଲିସ୍ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ଯବସ୍ଥାକୁ କଡାକଡି କରାଯିବା ସହିତ ଆଜି ରିଙ୍ଗ୍ ରୋଡର ପ୍ରତ୍ଯେକ ଟ୍ରାଫିକ ପୋଷ୍ଟରେ ବ୍ଯପକ ପୋଲିସ୍ ମୁତୟନ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଉରକେଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ଯବସ୍ଥାକୁ କଡାକଡି କରାଯିବା ସହ ପ୍ରସ୍ତୁତି ହୋଇଥିଲା ବେଳେ ସ୍କୁଲ ପିଲାମାନଙ୍କ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ବିମାନବନ୍ଦର ପରିସରସ୍ଥ ପଡିଆରେ ପ୍ରାକ୍ ପ୍ରସ୍ତୁତି ମଧ୍ୟ ଚାଲିଛି। ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିମାନବନ୍ଦର ପରିସରସ୍ଥ ପଡିଆରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ତେଣୁ ରାଉରକେଲା ବିମାନବନ୍ଦର ପରିସରସ୍ଥ ପଡିଆକୁ ପ୍ରସ୍ତୁତ କରାଯାଉଛି। ରାଷ୍ଟ୍ରପତିଙ୍କ ଗସ୍ତ ଏବଂ ସଭାସ୍ଥଳ ପରିଦର୍ଶନ ପାଇଁ ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟଙ୍କ ସମେତ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ସୁରକ୍ଷା ଯାଞ୍ଚ କରିଥିବା ବେଳେ, ସୁନ୍ଦରଗଡ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର ମଧ୍ଯ ରାଉରକେଲାରେ ଅବସ୍ଥାନ କରି ପ୍ରଶାସନିକ ପ୍ରସ୍ତୁତିର ନିରିକ୍ଷଣ ମଧ୍ଯ କରିଛନ୍ତି। ଆଜି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ଆଇନ ଓ ପୁର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ସମେତ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନେଇ ରାଉରକେଲାରେ ଅବସ୍ଥାନ କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏପ୍ରିଲ ୨୧ରେ ରାଉରକେଲା ଗସ୍ତ ନେଇ ଓଡ଼ିଶାର ପ୍ରମୁଖ ଶିଳ୍ପ ସହର ରାଉରକେଲା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ମାନଜନକ ଅବସର ଭାବରେ ବର୍ଣ୍ଣନା କରାଯାଉଛି। ତାଙ୍କ ଗସ୍ତ ସମୟରେ, ରାଷ୍ଟ୍ରପତି ପାନପୋଷ ଠାରେ ରାଉରକେଲା ଓ୍ବାନ୍ ପରିସରରେ ନିର୍ମିତ ଆଦିବାସୀ ସଂଗ୍ରହାଳୟ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଆଦିବାସୀ ସମ୍ପ୍ରଦାୟର ସମୃଦ୍ଧ ସାଂସ୍କୃତିକ, ଐତିହ୍ୟ ଏବଂ ପରମ୍ପରାକୁ ସଂରକ୍ଷଣ ପ୍ରଦର୍ଶନ କରିବା ସହ ଏହି ପ୍ରକଳ୍ପ ରାଉରକେଲା ପାଇଁ ଏକ ପର୍ଯ୍ଯଟନ ସ୍ଥଳ ଭାବରେ ପରିଗଣିତ ହେବାକୁ ଯାଉଛି।ମହାମହିମ ରାଷ୍ଟ୍ରପତି ୨୦୨୬ ଅପ୍ରେଲ ୨୧ ତାରିଖରେ ରାଉରକେଲା ଗସ୍ତ ସମୟରେ ପ୍ରମୁଖ ସାର୍ବଜନୀନ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ସହିତ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅପ୍ରେଲ ୨୧ ତାରିଖ ୧୧ଟା ୧୦ ସମୟରେ ରାଉରକେଲା ଠାରେ ପହଞ୍ଚି ସନ୍ଧ୍ୟା ୪ଟା ୦୫ ସମୟରେ ପ୍ରସ୍ଥାନ କରିବେ। ଗସ୍ତ ସମୟରେ, ରାଷ୍ଟ୍ରପତି କେତେକ ପ୍ରକଳ୍ପର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରକଳ୍ପଗୁଡିକ ମଧ୍ଯରେ ପାନପୋଷ ହକି ଛକ ନିକଟସ୍ଥ ରାଉରକେଲା ଓ୍ବାନ୍ ମଧ୍ଯରେ ଥିବା ସମନ୍ବିତ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ କେନ୍ଦ୍ର (IOCC) ଏବଂ ଆଦିବାସୀ ସଂଗ୍ରହାଳୟ। ରାଉରକେଲା ଛେଣ୍ଡ ବିଏସ୍ଏନ୍ଏଲ୍ ଛକ ଠାରେ ଥିବା ବିଜ୍ଞାନ ପାର୍କ ଓ ପ୍ଲାନେଟୋରିୟମ୍। କୋଏଲନଗର ଠାରେ ଥିବା ମନୋରଞ୍ଜନ ପାର୍କ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ସୁନ୍ଦରଗଡ଼ ଜିଲ୍ଲାର ୧୦,୦୦୦ରୁ ଅଧିକ ସ୍କୁଲ ଓ କଲେଜ। ଏଥିସହିତ ଛାତ୍ରଛାତ୍ରୀ ଏବଂ ୩୫ରୁ ଅଧିକ ସାଂସ୍କୃତିକ ଗୋଷ୍ଠୀଙ୍କ ଅଂଶଗ୍ରହଣରେ ଏକ ସାଂସ୍କୃତିକ ସ୍ଵାଗତ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି।ସୁନ୍ଦରଗଡ ଜିଲ୍ଲାର ପରମ୍ପରା ଓ ସଂସ୍କୃତିକୁ ପ୍ରଦର୍ଶନ କରୁଥିବା ଏକ ପ୍ରଦର୍ଶନୀରେ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବିଭିନ୍ନ ବିଭାଗ ଦ୍ବାରା ୩୦ଟି ଷ୍ଟଲ୍ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ପ୍ରଦର୍ଶିତ ହେବ ବୋଲି ସୂଚନା ମିଳିଛି।ଉଦ୍ଘାଟିତ ହେବାକୁ ଥିବା ପ୍ରକଳ୍ପଗୁଡ଼ିକର ଅଟକଳ ମୂଲ୍ଯ ଅନୁସାରେ ରାଉରକେଲା ଓ୍ବାନ୍ ପରିସରରେ ନିର୍ମିତ ସମନ୍ବିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର (ICCC) ୪୮ କୋଟି, ୪୦ କୋଟି ମୂଲ୍ୟ ବ୍ଯୟରେ ନିର୍ମିତ ଆଦିବାସୀ ସଂଗ୍ରହାଳୟ। କୋଏଲ ନଦୀକୂଳ ମନୋରଞ୍ଜନ ପାର୍କ ୪୨.୪୪ କୋଟି। ଛେଣ୍ଡ ଠାରେ ନିର୍ମିତ ବିଜ୍ଞାନ ପାର୍କ ଏବଂ ପ୍ଲାନେଟାରିୟମ୍ ୨୭ କୋଟି ଟଙ୍କାର ବୋଲି ସୂଚନା ଦିଆଯାଇଛି।ରାଷ୍ଟ୍ରପତିଙ୍କ ଗସ୍ତରେ ରାଉରକେଲାର ସହରାଞ୍ଚଳ ଭିଭିଭୂମିକୁ ସୁଦୃଢ଼ କରିବା ସହ ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହିତ କରିବା ସହିତ ସାର୍ବଜନୀନ ସୁବିଧାକୁ ବୃଦ୍ଧି କରିବା ଦିଗରେ ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଏ।


