ରାଉରକେଲା ୨୦/୪,(ଉତ୍କଳ ସମାଚାର) ଆଜି ରାଉରକେଲା ସହରର ତାରିଣୀ ମନ୍ଦିର ସମ୍ମୁଖ ସିଭିଲ୍ ଟାଉନସିପ୍ ପ୍ଲଟ ଓ କମ୍ପ୍ଲେକ୍ସ ନମ୍ବର ୪ ଓ ୫ରେ ଉଦ୍ଘାଟିତ ହୋଇଯାଇଛି ମ୍ଯାକସ୍ ପାନାରୋମାଏକ୍ସମ୍ ସୋଲ୍ଯୁସନର “ମ୍ଯାକ୍ ପାନୋରୋମା ହେଲଥ୍ ହବ୍”। ମ୍ଯାକ୍ ପାନାରୋମା ହେଲଥ୍ ହବ୍ ଉଦ୍ଘାଟନ ହେବା ଦ୍ଵାରା ରାଉରକେଲା ତଥା ସୁନ୍ଦରଗଡ଼ର ଜନସାଧାରଣ ସ୍ବାସ୍ଥ୍ୟଗତ ପରୀକ୍ଷା ପାଇଁ ଆଉ ବାହାରକୁ ଯିବାକୁ ପଡ଼ିବନାହଁ ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରରେ ଆଜି ମ୍ଯାକ୍ ପାନାରୋମା ହେଲଥ୍ ହବ୍ ପକ୍ଷରୁ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, ମ୍ଯାକ୍ ପାନାରୋମା ହେଲଥ୍ ହବକୁ ଉଦ୍ଘାଟନ କରିଥିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ।ଏଥିସହିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ବଣେଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମେତ ବଣେଇ ରାଜା ଯୋଗଦେଇ ମ୍ଯାକ୍ ପାନାରୋମା ହେଲଥ୍ ହବର ଡାୟାଲିସିସ୍, ଏଣ୍ଡୋସ୍କୋପି, ରେଡିଓଲୋଜି, ଇସିଜି ବିଭାଗ ପରିଦର୍ଶନ କରିବା ସହିତ ରୋଗୀ ସୁବିଧା ବିଷୟରେ ପଚାରି ବୁଝିଥିଲେ। ମ୍ଯାକ୍ ପାନାରୋମା ହେଲଥ୍ ହବର ପ୍ରତିଷ୍ଠାତା ତାପସ ଆଚାର୍ଯ୍ୟ ଏବଂ ବ୍ରିଟେନରେ ଡାକ୍ତରୀ ଚିକିତ୍ସା କରୁଥିବା ତାଙ୍କ ପୁତ୍ର ଡାକ୍ତର ରୋଶନ ଆଚାର୍ଯ୍ୟଙ୍କ ପ୍ରଚେଷ୍ଠାରେ ରୋଗୀମାନଙ୍କୁ ୨୪×୭ ଦିନ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ସହିତ ଡାକ୍ତର ପରାମର୍ଶ, ବ୍ଯକ୍ତିଗତ ରୋଗୀ ଯତ୍ନ ସହିତ ରୋଗୀଙ୍କ ଘରପାଖରେ ଔଷଧ ପହଞ୍ଚାଇ ଦେବାର ବ୍ଯବସ୍ଥା ରହିଛି ବୋଲି ଆଜିର ଉଦ୍ଘାଟନୀ ଉତ୍ସବରେ କହିଛନ୍ତି ସମାଜସେବୀ ତାପସ ଆଚାର୍ଯ୍ୟ। ଏଥିସହିତ ରାଉରକେଲା ଜନସାଧାରଣ ମ୍ଯାକ୍ ପାନାରୋମା ହେଲଥ୍ ହବର ସୁଯୋଗ ନେବା ପାଇଁ କହିଛନ୍ତି ତାପସ ଆଚାର୍ଯ୍ୟ।

