ରାଉରକେଲା ୨୦/୪,(ଉତ୍କଳ ସମାଚାର) ଛେଣ୍ଡ କଲୋନୀ ସ୍ଥିତ ଆରଡିଏ କଲୋନୀ ନିକଟସ୍ଥ କଳିଙ୍ଗବିହାର ରୋଡ ଠାରେ ଅବସ୍ଥିତ ଶ୍ରୀ ଶ୍ରୀ ସଂକଟମୋଚନ ହନୁମାନ ଏବଂ ବିଶ୍ବନାଥ ମହାଦେବଙ୍କ ୨୧ତମ ବାର୍ଷିକ ଉତ୍ସବ-୨୦୨୬ ଦୁଇ ଦିନ ଧରି ଚାଲିବା ପରେ ଆଜି ସମାପନ ହୋଇଯାଇଛି। ୨୦୦୬ରେ କେତେକ ଭକ୍ତଙ୍କୁ ନେଇ ଆରମ୍ଭ ହୋଇଥିବା ଶ୍ରୀ ଶ୍ରୀ ସଂକଟ- ମୋଚନ ହନୁମାନ ଏବଂ ବିଶ୍ବନାଥ ମହାଦେବ ମନ୍ଦିର ଆଜି ୨୧ତମ ବାର୍ଷିକ ଉତ୍ସବ-୨୦୨୬ ପାଳନ କରିଛି। ଏହି ଅବସରରେ ସଂକଟମୋଚନ ହନୁମାନ ମନ୍ଦିର ପରିଚାଳନା ସମିତି ପକ୍ଷରୁ ଏପ୍ରିଲ ୧୯ ତାରିଖ ରବିବାର ଦିନ ପ୍ରାତଃ ୭ଟା ୩୦ ମିନିଟ୍ ସମୟରେ ଜଳଯାତ୍ରା, ଅପରାହ୍ନ ୧୨ଟା ୩୦ ମିନିଟ୍ ସମୟରେ ରୁଦ୍ରାଭିଷେକ, ସନ୍ଧ୍ଯା ୭ଟା ସମୟରେ ଚତୁର୍ଥ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ସେହିପରି ଦ୍ବିତୀୟ ଦିବସରେ, ଏପ୍ରିଲ ୨୦ ତାରିଖ ସୋମବାର ଦିନ ପ୍ରାତଃ ୬ଟାରେ ସୂର୍ଯ୍ୟ ପୂଜା, ୯ଟା ୧୫ ସମୟରେ ପୂର୍ଣ୍ଣାହୁତି, ଆଳତୀ ଓ ପୁଷ୍ପାଞ୍ଜଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ଯା ୭ଟା ୩୦ ସମୟରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ଏଥିରେ ଆରଡିଏ କଲୋନୀ, କଳିଙ୍ଗବିହାର, ଛେଣ୍ଡ କଲୋନୀ ସମେତ ରାଉରକେଲା ଶିଳ୍ପାଞ୍ଚଳର ଶହ ଶହ ଭକ୍ତ ଶ୍ରୀ ଶ୍ରୀ ସଂକଟମୋଚନ ହନୁମାନ ଏବଂ ବିଶ୍ବନାଥ ମହାଦେବଙ୍କ ୨୧ତମ ବାର୍ଷିକ ଉତ୍ସବ-୨୦୨୬ରେ ପ୍ରସାଦ ସେବନ କରିଥିଲେ। ସଂକଟମୋଚନ ହନୁମାନ ମନ୍ଦିର ପରିଚାଳନା ସମିତିର ସଭାପତି ଶ୍ରୀକାନ୍ତ ମହାନ୍ତି, ସାଧାରଣ ସମ୍ପାଦକ ବିଜୟ କୁମାର ବେହେରା, ଉପସଭାପତି ରାଜୀବ ଶର୍ମା, ବିଚେନ୍ଦ୍ର ସେଠୀ, କୋଷାଧ୍ୟକ୍ଷ ଗଣେଶ ଚନ୍ଦ୍ର ଜେନାଙ୍କ ସମେତ ଶ୍ଯାମସୁନ୍ଦର ଜେନା, ଜଗଦୀଶ ଶର୍ମା, ସୁଶାନ୍ତ କୁମାର ପଣ୍ଡା, ଆତ୍ମା ଖୁସଓ୍ବା ପ୍ରମୁଖଙ୍କ ଉଦ୍ଯମ ଓ ସହଯୋଗ ତଥା ହନୁମାନ ମନ୍ଦିର ପୂଜକ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ଓ ସୁଧାଂଶୁ ମିଶ୍ରଙ୍କ ତତ୍ତ୍ବାବଧାନରେ ଏହି ବାର୍ଷିକ ଉତ୍ସବ-୨୦୨୬ ସମାପନ ହୋଇଯାଇଛି।

