Uncategorized

ବିଜେଡ଼ିର ମିଶ୍ରଣ ପର୍ବ: ୨୦୦ କର୍ମୀଙ୍କ ଯୋଗଦାନ

ରାଉରକେଲା, ୯/୫ (ଉତ୍କଳ ସମାଚାର): ରାଉରକେଲା ପାନପୋଷ ରୋଡ଼ ସ୍ଥିତ ହୋଟେଲ ତ୍ରିଦେବ ପରିସରରେ ବିଜୁ ଜନତା ଦଳ ପକ୍ଷରୁ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା । ଯେଉଁଥିରେ ଶ୍ରମ ତଥା କର୍ମଚାରୀ ବୀମା ମନ୍ତ୍ରୀ, ବିଜେଡ଼ି ବିଧାୟକ ପ୍ରାର୍ଥୀ ସାରଦା ପ୍ରସାଦ ନାୟକ, ବିରେନ ସେନାପତି, ସୁଦାମ ଦାସ, ନଗର ସଭାପତି ଗଗନ ପଣ୍ଡାଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ୨୦୦ ରୁ ଉର୍ଦ୍ଧ୍ୱ କଂଗ୍ରେସ ଓ ବିଜେପିର ସଭ୍ୟ ଯୋଗ ଦେଇଛନ୍ତି । ଏହ ଅବସରରେ ଶ୍ରୀ ନାୟକ ବିଜୁ ଜନତା ଦଳର ଉପଢ଼ୌନ, ପୁଷ୍ପଗୁଚ୍ଛ ଦେଇ ସେମାନଙ୍କୁ ସ୍ୱାଗତ ଜଣାଇଥିଲେ । ଏଥିରେ କଂଗ୍ରେସ, ବିଜେପି ସମେତ ଅବସରପ୍ରାପ୍ତ କର୍ମଚାରୀ, ଯୁବବର୍ଗ ବିଜେଡ଼ିରେ ଯୋଗ ଦେଇଥିଲେ । ଶ୍ରୀ ନାୟକ କହିଥିଲେ ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ କାମ ସହ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହର ଉପରେ ମୁଖ୍ୟମନ୍ତ୍ରୀଙ୍କ ବିଶେଷ ଅବଦାନ ରହିଛି । ମୁଖ୍ୟମନ୍ତ୍ରୀ ସବୁବେଳେ ରାଉରକେଲାର ବିକାଶ କିପରି ଅଧିକ ହେବ ତା ଉପରେ ଗୁରୁତ୍ୱ ଦେଉଛନ୍ତି । ରାଉରକେଲାରେ ବିଶ୍ୱର ସର୍ବବୃହତ ହକି ଷ୍ଟାଡ଼ିୟମ ସହ ଅନେକ ବିକାଶମୂଳକ, ମହିଳା, ଆଶା, ଅଙ୍ଗନୱାଡ଼ି କର୍ମୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ଯୋଜନା ସହ ବୃଧକ, ବିକଳାଙ୍ଗଙ୍କୁ ଭତା, କୃଷକଙ୍କୁ କାଳିଆଯୋଜନରେ ଉପକୃତ କରାଯାଉଛି, ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ପାଇଁ ବୃତି ପ୍ରଦାନ ସହ ଅନେକ ଯୋଜନାରେ ଯୁବବର୍ଗଙ୍କୁ ଉପକୃତ କରାଯାଉଛି । ଆଜିର ଏହି ମିଶ୍ରଣ ପର୍ବରେ ବିଜେଡ଼ିର ଅନେକ ବରିଷ୍ଠ ନେତା, କର୍ମୀ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *