ରାଉରକେଲା:21//4,(ଉତ୍କଳ ସମାଚାର) ସେକ୍ଟର ୨୦ ପମ୍ପହାଉସ ନିକଟସ୍ଥ ଶ୍ରୀ ଶ୍ରୀ ମହାବୀର ମୁକ୍ତିମଣ୍ଡପ ଠାରେ ବର ଓସ୍ତ ଗଛର ବିବାହ ବାର୍ଷିକୀ ତଥା ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଦ୍ବିଦିବସୀୟ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୂଜକ ଭାବେ ସଞ୍ଜୟ ପଣ୍ଡା ଓ କର୍ତ୍ତା ଭାବେ ଇନ୍ଦ୍ରମଣି ଜେନା, ସସ୍ମିତା ଜେନା ତଥା କାର୍ତ୍ତିକ ପାତ୍ର,ରଞ୍ଜୁ ପାତ୍ର ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ। ଏହି ଅବସରରେ ଅଙ୍କୁରାରୋପଣ,କଳସ ଯାତ୍ରା, ସୂର୍ଯ୍ୟ ପୂଜା,ଶାଲା ପ୍ରବେଶ,ମଣ୍ଡଳ ପୂଜା,ଯଜ୍ଞ, ବିଗ୍ରହ ପ୍ରାଣ ପ୍ରତିଷ୍ଠା,ଯଜ୍ଞ ପୂର୍ଣ୍ଣାହୁତି,ନାମ ସଂକୀର୍ତ୍ତନ ଓ ପ୍ରସାଦ ସେବନ ଆଦି କରାଯାଇଥିଲା। ଅତିଥି ଭାବେ ରଘୁନାଥପାଲି ପ୍ରାକ୍ତନ ବିଧାୟକ ସୁବ୍ରତ ତରାଇ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ପ୍ରମୁଖ ଯୋଗଦେଇଥିଲେ। ସଭାପତି ଜଳଧର ଛୋଟରାୟ ଓ ସମ୍ପାଦକ ସୁଶାନ୍ତ ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପୁର୍ଣ୍ଣଚନ୍ଦ୍ର ମହାପାତ୍ର, ନିତ୍ୟାନନ୍ଦ ବେହେରା, ଆଦିତ୍ୟ ବେହେରା,ବିଭୁତି ପାତ୍ର,ବିନୟ ପାତ୍ର, ରଣଜିତ କଲେଥ,ରାଜୁ କଲେଜ, ଅଭିରାମ ରଥ, ସୁସ୍ମିତା ସ୍ବାଇଁ, ଦମୟନ୍ତୀ ମଲ୍ଲିକ, କୈଳାଶ ମହାନ୍ତି, ମୁରଲୀଧର ସାମଲ,ମୁରଲୀ ବେହେରା,ରିକି ପାଇକରାୟ, ସବିତା ଜେନା,ଶୁଭମ ସାହୁ,କୁନ୍ତଳା ପଟ୍ଟନାୟକ, ଦୀପକ ସାମଲ,ମାନସ ସାହୁ, ଅମ୍ବିକା ସାହୁ, ରାଜକୁମାର ସାହୁ, ସନ୍ତୋଷ ନାୟକ, କୃଷ୍ଣଚନ୍ଦ୍ର ସାହୁ,କେଦାର ଭଟ୍ଟ, ନନ୍ଦ ପାଇକରାୟ,ସୋନୁ ମାଝୀ, ସନ୍ତୋଷ ମାଝୀ, ଭୀଷ୍ମ ମାଝୀ,ବୁଦ୍ଧିରାମ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

