ରାଉରକେଲା:21//4,(ଉତ୍କଳ ସମାଚାର) ସହରର ଅଗ୍ରଣୀ ନୃତ୍ୟାନୁଷ୍ଠାନ କଳାଭୂମି ର ଦ୍ବିଦିବସୀୟ ବାର୍ଷିକଉତ୍ସବ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କଳାଭୂମିର ନିର୍ଦ୍ଦେଶିକା ତଥା ଅଧ୍ୟକ୍ଷା ସୁଚିସ୍ମିତା ବିଶ୍ବାସଙ୍କ ଅଧ୍ୟକ୍ଷତା, ଅନିଲ ମଲ୍ଲିକ ଓ ସାଉଲିନା ଚୈ।ଧୁରୀଙ୍କ ସଂଯୋଜନାରେ ଆୟୋଜିତ ପ୍ରଥମ ଦିବସରେ ଦିପିକା ମହିଳା ସଂହତିର ଉପସଭାପତି ପ୍ରତିଜ୍ଞା ପଲେଇ ମୁଖ୍ୟଅତିଥି ଭାବେ ଯୋଗଦେଇ ତାଙ୍କ ବକ୍ତବ୍ୟରେ ନୃତ୍ୟ କଳା ଉଭୟ ଶାରିରୀକ ଓ ମାନସିକ ବିକାଶରେ ସହାୟକ ହୁଏ ବୋଲି ମତ ରଖିଥିଲେ। ଇସ୍ପାତ ସହର ଏକ ସଂସ୍କୃତି ସମ୍ପନ୍ନ ସହର ଓ ଭାରତୀୟ ସଂସ୍କୃତିକୁ କଳାଭୂମି ଉଦଯିବିତ ରଖିବାରେ ଉଦ୍ୟମ ବେଶ୍ ପ୍ରେରଣାଦାୟୀ ଓ ପ୍ରଶଂସନୀୟ ବୋଲି କହିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ କୁଞ୍ଜବିହାରୀ ରାଉତ ଓ ବିବେକାନନ୍ଦ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦ୍ବିତୀୟ ଦିବସରେ ରୋଟାରିଆନ ତଥା ପ୍ରାକ୍ତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଫକୀର ଚରଣ ମହାନ୍ତି ମୁଖ୍ୟ ଅତିଥି, ଆରତୀ ମହାନ୍ତି ଓ ଗୁରୁ ସତ୍ୟନାରାୟଣ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଲେ ଯେ ଭାରତ ନାଟ୍ୟମ କୁ ପ୍ରଚାର ପ୍ରସାରରେ କଳାଭୂମିର ଭୂମିକା ପ୍ରଶଂସନୀୟ। ଶାସ୍ତ୍ରୀୟ ନୃତ୍ୟ ଆମ ଭାରତୀୟ ସଂସ୍କୃତିରେ ଅନନ୍ୟ ପ୍ରତୀକ। ଉଭୟ ଦିବସରେ ନିର୍ଦ୍ଦେଶିକା ଶ୍ରୀମତୀ ବିଶ୍ବାସ ସ୍ବାଗତ ଭାଷଣ ସହ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ଓ ସାଧାରଣ ସମ୍ପାଦିକା ଡ ଦୀପ୍ତି ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ପ୍ରାୟ ୬୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଭାରତ ନାଟ୍ୟମ ଓ ଅନ୍ୟାନ୍ୟ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଥିଲେ। ପ୍ରଫେସର ଚନ୍ଦନ ବିଶ୍ବାସ ଓ ଅନୁଷ୍ଠାନର ସମସ୍ତ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲାବେଳେ ଶେଷରେ ଅର୍ଚ୍ଚନା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

