ରାଉରକେଲା:23//4,(ଉତ୍କଳ ସମାଚାର) ରାଉରକେଲାର ଅନ୍ୟତମ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ବସ୍ତି ଝଙ୍କାର ଓ ସ୍ବସ୍ତି ସାହିତ୍ୟ ସଂସଦ ରାଉରକେଲା ଆୟୋଜିତ ୪୬ ତମ ବାର୍ଷିକୋତ୍ସବ ଓ ୨୬ ତମ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ଉଦଘାଟିତ ହୋଇଯାଇଛି l ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ପ୍ରଥମ ଦିନ ରେ ସ୍ବସ୍ତି ଝଙ୍କାର ରାଉରକେଲା ପ୍ରାୟୋଜିତ ନାଟ୍ୟକାର ଭାବଗ୍ରାହୀ ଦାଶଙ୍କ ରଚିତ ଓ ରାଜୀବ ପାଣିଙ୍କ ନିର୍ଦ୍ଦେଶନାରେ ପ୍ରଜାପତିର ଡେଣା ମଞ୍ଚସ୍ଥ କରାଯାଇଥିଲା । ମହେନ୍ଦ୍ର କୁମାର ପଟ୍ଟନାୟକ ଙ୍କ ପୈ।ରହିତ୍ୟ ରେ ଆୟୋଜିତ ସଭା ରେ ବିପିୟୁଟି ର କୁଳପତି ଡ଼. ଅମୀୟ କୁମାର ରଥ ମୁଖ୍ୟଅତିଥି ଓ ଯୁବ ନାଟ୍ୟ ନିର୍ଦେଶକ ଚିନ୍ମୟ କୁମାର ତ୍ରିପାଠୀ ଉଦ୍ଘାଟକ ଭାବେ ଯୋଗ ଦେଇଥିଲେ l ଅନୁଷ୍ଠାନ ର ଉପ ସଭାପତି ଡ଼. ଅଜୟ କୁମାର ମିଶ୍ର ଧନ୍ୟବାଦ.ଅର୍ପଣ କରିଥିଲେ l ଅନିଲ ମଲ୍ଲିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରଜ୍ଞା ନନ୍ଦ ମହାନ୍ତି, ପ୍ରବୀର ଜେନା, କଲ୍ୟାଣୀ ଦାସ, ରୁନୁ ବେକ, ସନ୍ଧ୍ୟା ପଟ୍ଟନାୟକ, ନିରୁପମା ପତି ପ୍ରମୁଖ ସହଯୋଗ କରିଥିଲେ l ଏହି ନାଟକ ରେ ବିଭିନ୍ନ ଭୂମିକା ରେ ରାଜୀବ ପାଣି, ବବି ମହାଳିକ, ବିଜୟ ପାତ୍ର, ସାର୍ଥକ ଦାସ, ଗଙ୍ଗାଧର ଜେନା ପ୍ରମୁଖ ଅଭିନୟ କରି ଦର୍ଶକଙ୍କ ମନ ମୋହିଥିଲେ l ଡ଼ ସୁଶାନ୍ତ ପାଣି ସଂଗୀତ ନିର୍ଦେଶନା ଦେଇଥିଲେ lସେହିପରି ଦ୍ବିତୀୟ ଦିବସରେ ଭୁବନେଶ୍ୱରର ବାଗଦେବୀ ଲିଟେରାରୀ ଟ୍ରଷ୍ଟ ପକ୍ଷରୁ ନାଟକ ବିଦ୍ରୋହ ନିଜ ବିରୁଦ୍ଧରେ ମଞ୍ଚସ୍ଥ ହୋଇଯାଇଛି। ଏହି ନାଟକକୁ ଗଦାଧର ନନ୍ଦ ରଚନା ଓ ପବିତ୍ର ମହାନ୍ତି ନିର୍ଦ୍ଦେଶନା ଓ ସଂଗୀତ ନିର୍ଦ୍ଦେଶନାରେ ପ୍ରତାପ ରାଉତ ସହଯୋଗ କରିଥିଲେ। ଦ୍ବିତୀୟ ଦିବସରେ ଉପସଭାପତି ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ପୈ।ରହିତ୍ୟରେ ସତ୍ୟ ମିଶ୍ର ଉଦଘାଟକ, ମୁଖ୍ୟ ଦର୍ଶକ ଭାବେ ବିନୋଦିନୀ ରଥ, ସମ୍ମାନିତ ଦର୍ଶକ ଭାବେ ସୁନିଲ କାୟଲ ଯୋଗଦେଇଥିବା ବେଳେ ଉପଦେଷ୍ଟା ଡ ସୁମନ ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ନାଟକରେ ପବିତ୍ର ମହାନ୍ତି, ମମତା ତ୍ରିପାଠୀ,ମାନୁ ପଟ୍ଟନାୟକ, ସୁନିଲ ପଟ୍ଟନାୟକ,ଯାମିନୀକାନ୍ତ ମିଶ୍ର, ଦେବେନ୍ଦ୍ର ସୁନ୍ଦରରାୟ, କୃଷ୍ଣଚନ୍ଦ୍ର ମିଶ୍ର, ରାମକୃଷ୍ଣ ନାୟକ ଓ ସ୍ଵସ୍ତିକ ଦାସ ପ୍ରମୁଖ ଅଭିନୟ କରିଥିଲେ।

