ସମ୍ବଲପୁର,୨୩/୦୪(ଉତ୍କଳ ସମାଚାର),(ସରୋଜ ସାହୁ):ଚଳିତ ଜାତିଗତ ଜନ ଗଣନାର କେନ୍ଦ୍ର ସରକାରଙ୍କ ୧୨ ନମ୍ବର କଲମ ଏବଂ ରାଜ୍ୟସରକାର ଙ୍କ ୧୩ ନମ୍ବର କଲମ ରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) କୁ ଯୋଡ଼ା ଯିବାଦାବି ରାଜ୍ୟ ଓବିସି ମଞ୍ଚ ପକ୍ଷରୁରାଜଧାନୀ ଭୁବନେଶ୍ୱର ରେ ବିକ୍ଷୋଭ ଓ ଧାରଣା ଅନୁଷ୍ଠିତ ହୋଇଥିଲା I ଏହି ଧାରଣା ରେ ରାଜ୍ୟର ସମସ୍ତ ଜ଼ିଲ୍ଲାରୁ ଶହ ଶହ ସଂଖ୍ୟା ରେ ଓବିସି କର୍ମୀ, କର୍ମକର୍ତ୍ତା ଓ ନେତୃବର୍ଗ ସାମିଲ ହୋଇ କେନ୍ଦ୍ର ସରକାର ଙ୍କ ଏହି କାଳ କ୍ଷେପଣ ନୀତି କୁ ସମାଲୋଚନା କରିଥିଲେ I ମଞ୍ଚର ରାଜ୍ୟ ସଭାପତି ଶଙ୍କର କୁମାର ପାତ୍ର ଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭ ସଭାରେ ସରକାର ଙ୍କ ପକ୍ଷରୁ ଜନ ଗଣନା ପାଇଁ ଉଦ୍ଧିଷ୍ଟ ପ୍ରଥମ ପର୍ଯ୍ୟାୟ ଗ୍ରୁହ ଗଣନା ଫର୍ମ ରେ ଓବିସି ବର୍ଗ ଙ୍କୁ ଜାତି ଭିତ୍ତିକ ଗଣନାରେ ରଖି ନ ଥିବାରୁ ଦୃଢ଼ ନିନ୍ଦା କରାଯିବା ସହିତ ଏହାର ସଂଶୋଧନ ଦାବି କରାଯାଇଥିଲା I ଏହି ବିକ୍ଷୋଭ ସଭାରେ ଶୁଭେନ୍ଦୁ ସାହୁ, ନାରେନ ସାହୁ, ପ୍ରତାପ ବାରିକ, କୁଳମଣି ବାରିକ, ନିର୍ମଳ ଯତି, ଅନାଦି ସାହୁ, ରଞ୍ଜିତା ରାଣୀ ପ୍ରଧାନ, ସୁଧାଂଶୁ ଶେଖର ମହାରଣା, କୃପାସିନ୍ଧୁ ଖମାରି, ଶରତ ପ୍ରଧାନ, ମଧୁସୂଦନ ଯାଦବ, ଜନ ବାଦୀ ଗୌଡ଼, ଅକ୍ଷୟ ବାରିକ, କୃତିବାସ ପ୍ରଧାନ, ସୁଧାଂଶୁ ପାତ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ I ସରୋଜ ସାହୁ ଙ୍କ ସଂଯୋଜନା ରେ ଏକ ରେଲି ମାଷ୍ଟର କେଣ୍ଟିନ ଛକ ରୁ ବାହାରି ବିକ୍ଷୋଭ ସ୍ଥଳୀରେ ସାମିଲ ହୋଇଥିଲା I ମଞ୍ଚର ରାଜ୍ୟ ପ୍ରବକ୍ତା ଶ୍ରୀ ବିରଞ୍ଚି ସାହୁ ସଭାର ଉଦେଶ୍ୟ ଜ୍ଞାପନ କରିଥିବାବେକେ ସଭା ଶେଷରେ ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ I ଏହାପରେ ରାଜ୍ୟ ଓବିସି ମଞ୍ଚ ଏକ ପ୍ରତିନିଧି ଦଳ ମହାମହିମ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଦିଆଯାଇଥିବା ଦାବି ପତ୍ରକୁ ରାଜଭବନ ରେ ପ୍ରଦାନ କରିଥିଲେ I

