ସମ୍ବଲପୁର,୨୩/୦୪(ଉତ୍କଳ ସମାଚାର),(ସରୋଜ ସାହୁ): ନିଷ୍ପାପ ଶିଶୁକୁ ରକ୍ତ କର୍କଟ ଖେଳକୁଦ ସମୟରେ ଡାକ୍ତରଖାନା ଚକ୍କର କାଟିବାକୁ ପଡୁଛି। ପୁଣି ଅର୍ଥାଭାବ ଯୋଗୁଁ ମିଳି ପାରୁନି ଉନ୍ନତ ଚିକିତ୍ସା। ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବୁର୍ଲା ସହର ବଲେରପଡ଼ାରେ। ପଡ଼ାର ସତ୍ୟ ସୁନା (୩୫) ଓ ଦେବକୀ କୁମାର (୩୦)ଙ୍କ ଏକମାତ୍ର ୩ ବର୍ଷ ୮ ମାସ ବୟସର ପୁଅ ଏଭଳି ମାରାତ୍ମକ ରୋଗରେ ଛଟପଟ ହେଇଥିବା ବେଳେ ପରିବାର ଆର୍ଥିକ ସାହାଯ୍ୟ ଅପେକ୍ଷାରେ ଅଛନ୍ତି । ସୂଚନାନୁସାରେ ସତ୍ୟ ଶ୍ରମିକ କାମ କରି ପରିବାର ପ୍ରତିପୋଷଣ କରନ୍ତି । ବିବାହ ଚାରିବର୍ଷ ପରେ ଜନ୍ମଗ୍ରହଣ କରିଛି ପୁଅ । ପୁଅ ଜନ୍ମ ହେବା ସମୟରୁ ସବୁ କିଛି ଠିକଠାକ ଚାଲିଲା। ଗତ ଜାନୁଆରୀ ମାସରେ ପୁଅ ଅସୁସ୍ଥ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ପରିବାର ଲୋକେ ବୁର୍ଲା ଭିମ୍ସାର ନେଇଥିଲେ । ଡାକ୍ତର ଚିକିତ୍ସା ପରେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରି ତାକୁ ରକ୍ତ କର୍କଟ ରୋଗ ସନ୍ଧେହ କରି କଟକ ନେବାକୁ ପରାମର୍ଶ ଦେଇଥିଲେ । ଏହାପରେ ପରିବାର ଲୋକେ ଶିଶୁର ଚିକିତ୍ସା ପାଇଁ କଟକ ଶିଶୁ ଭବନ ଯାଇଥିଲେ । ସେଠାରେ ବିଭିନ୍ନ ପରୀକ୍ଷା ପରେ ଶିଶୁକୁ ରକ୍ତ କର୍କଟ ହୋଇଥିବା ସୃଷ୍ଟ ହୋଇଥିଲା । ସେଠାରେ ପ୍ରାୟ ୧୫ଦିନ ଚିକିତ୍ସା କରାଇଥଲେ ପରିବାର। ଏହାପରେ ପୁଣି ଘରକୁ ଚାଲି ଆସିଥିଲେ । କିଛିଦିନ ଶିଶୁର ସ୍ୱାସ୍ଥ୍ୟ ଠିକଠାକ ରହିବା ପରେ ହଠାତ ଗୁରୁତର ହୋଇ ପଡ଼ିଥିଲା । ପୁଣି ଶିଶୁକୁ ଭିମସାରରେ ଭର୍ତ୍ତି ଯାଇଥିଲା । ଏବେ ଶିଶୁକୁ ରାୟପୁରର ଏକ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । କିନ୍ତୁ ଶିଶୁକୁ ଉନ୍ନତ ମାନର ଚିକିତ୍ସା ଯୋଗାଇବା ପାଇଁ ପରିବାରର ଆର୍ଥିକ ସ୍ଥିତି ବଧା ସାଜୁଛି । ଶିଶୁର ଚିକିତ୍ସା ପାଇଁ ଏବେ ପରିବାର ଅର୍ଥିକ ସହାୟତା ଅପେକ୍ଷାରେ ରହିଛନ୍ତି । ଏହା ଖବର ଜାଣିବା ପରେ ସର୍ବ ପ୍ରଥମେ ବୁର୍ଲା ସହରର ସ୍ବେଛାସେବୀ ସଙ୍ଗଠନ ଏକତା ମଞ୍ଚ ତରଫରୁ ସଭାପତି ପ୍ରଦୀପ କୁମାର ମିଶ୍ର ଙ୍କ ନେତୃତ୍ୱରେ ସଂଗଠନ ର ସମସ୍ତ ସଦସ୍ୟ ଶିଶୁର ଘରେ ପହଞ୍ଚି ତାର ସ୍ୱାସ୍ଥ୍ୟ ବସ୍ଥା ସମ୍ପର୍କରେ ପରିବାର ଲୋକଙ୍କ ସହିତ ଆଲୋଚନା କରି କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ମଞ୍ଚ ଏତିକିରେ ଚୁପ ବସିନଥିଲା ଏହାପରେ ବିଭିନ୍ନ ସମାଜିକ ଗଣମାଧ୍ୟମ ରେ ଏହି ଖବର ପ୍ରଚାର କରି ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲା । ଲୋକେ ଏକତା ମଞ୍ଚ ର ଅନୁରୋଧ ଅନୁସାରେ ଶିଶୁର ମାଆ ଙ୍କ ଆକାଉଣ୍ଟ କୁ ୟୁପିଆଇ ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହାପାରେ ପୁଣି ଶିଶୁର ଚିକିତ୍ସା ପାଇଁ ଆହୁରି ଆର୍ଥ ଆବଶ୍ୟକ ଥିବାରୁ ବୁର୍ଲା ଏକତା ମଞ୍ଚ ସହରର ପେଟ୍ରୋଲ ପମ୍ପ ଛକରେ ଏକ ତମ୍ବୁ ଲଗାଇ ସେଠାରେ ଶିଶୁର ରୋଗ ସମ୍ପର୍କରେ ଏକ ସୂଚନା ଫଳକ ଲଗାଇ ପୁଣି ଆର୍ଥିକ ସହାୟତା ଭିକ୍ଷା କରିଛି । ଏଥିରେ ସହରର ବିଭିନ୍ନ ବିଶ୍ୱବିଦ୍ୟାଳୟ ରେ ଅଧ୍ୟୟନ ରତ ଛାତ୍ରଛାତ୍ରୀ, ପୁଲିସ, ଡାକ୍ତର, ନର୍ସିଂହୋମ ମାଲିକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକ ଆସି ନିଜର ସାମର୍ଥ୍ୟ ଆନୁସାରେ ସହାୟତା ରାଶି ପ୍ରଦାନ କରିଛନ୍ତି । ତେବେ ଏହି ସହାୟତା ଅଭିଯାନରେ ସଂଗୃହିତ ହୋଇଥିବା ୫୭,୩୯୮ଟଙ୍କା କୁ ଏକତା ମଞ୍ଚ ସଂଗ୍ରହ କରି ଶିଶୁର ଚିକିତ୍ସା ପାଇଁ ତାଙ୍କ ମାଆ ଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ଜମା କରାଯାଇଥିବା ଜଣାପଡିଛି । ତେବେ ଆଜିର ଏହି ଅଭିଯାନରେ ବୁର୍ଲା ଏକତା ମଞ୍ଚ ସଭାପତି ପ୍ରଦୀପ କୁମାର ମିଶ୍ର, ଉପଦେଷ୍ଟା ମଣ୍ଡଳୀ ପ୍ରଫୁଲ୍ଲ ନାୟକ, ଅଶ୍ୱିନୀ ଚୌଧୁରୀ, ନବ ରାଉତ, ଦିଜ ରାଉତ,ବୈଶାକୁ କଲେତ, ତ୍ରାହିକର ଡୁଙ୍ଗୁରି, ଅଶୋକ ସାହୁ, ସୁବ୍ରତ କୁମାର ପଟ୍ଟନାୟକ (ଭୀମ),ଚିତ୍ତ ନାୟକ,ସମ୍ପାଦକ ଗିରଜା ନାୟକ,ରବି ମହାପାତ୍ର, ମନୋଜ ମହାନ୍ତି,ନମ୍ରସକାନ୍ତ ପଟ୍ଟନାୟକ,ଶାନ୍ତିଲତା କର, ଶିବ ଦଳେଇ, ଅନିତା ନାଏକ, ମନରଞ୍ଜନ ପଟ୍ଟନାୟକ, ପ୍ରଭାତ ପଟ୍ଟନାୟକ,ରୋମୀ ମହାପାତ୍ର, ଡ଼ି .କ୍ରିଷ୍ଣା ରେଡି, ସୁଶାନ୍ତ ବେହେରା , ସୁବୋଧ ଦାସ, ରିସବ ପଞ୍ଚବିହାର, ଶ୍ୟାମ ନାଏକ, ଠାକୁର ବାଘ,ଚୈତନ୍ୟ ଭୋଇ,ସୁନିତା କ୍ଷେତ୍ରୀ, ରୁନୁ ନାଏକ, ରାକ୍ମଣୀ ଗଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।

