ରାଉରକେଲା,:25//4,(ଉତ୍କଳ ସମାଚାର)ସେକ୍ଟର-୨୦ ସ୍ଥିତ ରାଉରକେଲା କ୍ଲବ ପରିସରରେ ଓଡ଼ିଶା ସାଇନିଂ ଆଇକନ୍ସ ସିଜିନ ୧୦ ପକ୍ଷରୁ ସାଇନିଂ ରକର୍ସ ଏକଡ଼େମୀର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଲୀନା ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଉଦ୍ୟୋଗପତି ପ୍ରଫୁଲ୍ଳ ସୁନ୍ୟାନୀ, ମିନତୀ ସୁନ୍ୟାନୀ ରାଉରକେଲା ଚାମ୍ବର ଅଫ କମର୍ସର ପ୍ରାକ୍ତନ ସଭାପତି ସୁନୀଲ କାୟାଲ, ସମାଜସେବୀ କମଳ ଅଗ୍ରୱାଲ, ଅନୀଲ ଅଗ୍ରୱାଲ,ଜିତେନ୍ଦ୍ର ପ୍ରସାଦ, ସୁଷମା ପ୍ରସାଦ ଓ ମହେନ୍ଦ୍ର କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମ ନୃତ୍ୟ ପରିବେଷଣ, ଆକର୍ଷଣୀୟ ରନୱେ ମଡେଲିଂ ଏବଂ ଉଦୀୟମାନ ପ୍ରତିଭାମାନଙ୍କୁ ନେଇ ଚିତ୍ତାକର୍ଷକ କାର୍ଯ୍ୟକ୍ରମ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମର ଏକ ସ୍ୱତନ୍ତ୍ର ପ୍ରତିଯୋଗିତାରେ ମିଷ୍ଟ୍ରେସ ଓଡ଼ିଶା ୨୦୨୬ ଭାବେ ଚିନ୍ମୟୀ ପତି ବିଜୟୀ ହୋଇଥିବା ବେଳେ ବାଳିକା ବିଭାଗ ଜୁନିଅର ବିଭାଗରେ ଜି ଅଂଶୁମାଳା ବିଜେତା ହୋଇଥିଲେ । ସେହିପରି ମିସ ୨୦୨୬ ବିଭାଗର ବିଜେତା ଭାବେ ଏମ ପ୍ର୍ରୟାଶି ଓ ମିଷ୍ଟର ୨୦୨୬ ବିଭାଗରେ ବିବେକାନନ୍ଦ ସାହୁ ବିଜେତା ହୋଇଥିଲେ । ସବଜୁନିଅର ବାଳିକା ବିଭାଗରେ ଅଙ୍କିତା ସାହୁ ଓ ସବଜୁନିଅର ବାଳକ ବିଭାଗରେ ସାଇ ମିଶ୍ର ବିଜେତା ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶୁଭଜିତ ପଣ୍ଡା ପରିଚାଳନା କରୁଥିଲା ବେଳେ ସୁଶ୍ରୀ ତର୍ନିସା ଅଗ୍ରୱାଲ ଓ ଅନୀତା ମଣ୍ଡଳଦାସ ବିଚାରକ ଭାବେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବବିତା ମହାରଣା, ନତ୍ୟାଞ୍ଜଳୀ ପରିଡ଼ା, ଚିନୁ ରାଉତ, କଲ୍ୟାଣୀ ଦାସ, ବର୍ଣ୍ଣାଳୀ ରାଉତ,ସୋନୁ ମୁଖାର୍ଜୀ, ସୁନୀଲ କୁମାର ସୋନି, ମୁରଲୀ ମୋହନ ପଟ୍ଟନାୟକ, ଦୀପ ହଜରା, ପପାୟା ମୁଖାର୍ଜୀ, ପ୍ରବୀଣ ଚାୱଡ଼ା ପ୍ରମୁଖ ସହଯୋଗ କରିଥିଲେ ।

