ପାପଡାହାଣ୍ଡି -25:4:26-(ଉତ୍କଳ ସମାଚାର)ଆଜି ସନ୍ଧ୍ୟା ସମୟରେ ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣ ଠାରେ ପାପଡାହାଣ୍ଡି ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ 2026 ପାଳନ ହୋଇଯାଇଛି l ପାପଡାହାଣ୍ଡି ପଂଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ବେହେରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀ ମନହୋର ରନ୍ଧାରୀ, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପସଭାପତି ଶ୍ରୀ ଲିଙ୍ଗରାଜ ଭତରା, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ସାଂସଦଙ୍କ ପ୍ରତିନିଧି ସୋମନାଥ ପୁଜାରି , ଜିଲ୍ଲା ପରିଷଦ ସଭ୍ୟା ଡ଼. ଲିପିକା ମାଝୀ ଏବଂ ସଭ୍ୟ ଯଶବନ୍ତ ନାୟକ, ତହସିଲଦାର ତପନ କୁମାର ନାୟକ ପ୍ରମୁଖ ମଞ୍ଚାସିନ ଥିଲେ , ଆଜିର ଏହି ଉତ୍ସବ ରେ ମୋଟ 280 ଜଣ ହିତାଧିକାରୀଙ୍କୁ ଅନ୍ତଃଦୋୟ ଯୋଜୋନା ରେ ବାସଗୃହ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯିବା ସହିତ 2 ଜଣ ହିତାଧିକାରୀ ଙ୍କୁ ପ୍ରୋତ୍ସାହନ ରାଶି 10,000 ଟଙ୍କା ଲେଖାଏ ପ୍ରଦାନ କରାଯାଇଛି ଏବଂ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ବଲାଙ୍ଗୀର ଠାରୁ ରାଜ୍ୟସ୍ତରୀୟ ଉଦଘାଟନ ଉତ୍ସବ ର ସିଧା ପ୍ରସାରଣ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ପାପଡାହାଣ୍ଡି ସିଡିପିଓ ସ୍ବର୍ଣ୍ଣପ୍ରଭା ଦାସ,ସୁବ୍ରତ କିସାନବି ଏସ ଏସ ଓ, ଦେବବ୍ରତ ପରିଡା ଡବ୍ଲୁ ଇ ଓ,ଗିରିଜାପ୍ରସାଦ ଦଳେଇ ବି ପି ସି କାମଳେନ୍ଦୁ ଦାସ ଜି ପି ଡି ଓ,ବିପିଏମ ସୁଧାଂଶୁ ବିଶ୍ୱାଳ, ଅକ୍ଷୟ ପଟ୍ଟନାୟକ ,ହରିମୋହନ ଶର୍ମା,ଦାମୋଦର ପ୍ରଧାନ,ଦୀନବନ୍ଧୁ ବିଶୋଇ, ହରି ପାଣିଗ୍ରାହୀ,ତ୍ରିନାଥ ଅମନାତ୍ୟ,ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ କୁ ବିପିସି ଶଶିକାନ୍ତ ଦାସ ମଞ୍ଚ ପରିଚାଳନା କରିଥିଲେ, ଏହି କାର୍ଯ୍ୟକ୍ରମ ରେ ଚାରୋଟି ଷ୍ଟାଲ ପ୍ରଦର୍ଶନ କରାଯାଇଥିଲା ସେଗୁଡିକ ହେଲା ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଓ ଶିଶୁ ବିକାଶ ଏହି କାଯ୍ୟକ୍ରମ ରେ ଅଗ୍ନି ନିରାପଦ ବିଭାଗ ପୂର୍ଣ୍ଣ ସହଯୋଗ କରିଥିଲେ

