ରାଉରକେଲା,25//4,(ଉତ୍କଳ ସମାଚାର) ତିନୋଟି ସଙ୍ଗୀତ ଭିଡିଓ ଆଲବମ୍ ପାଇଁ ଏପ୍ରିଲ ୨୬ ତାରିଖ ରବିବାର ଦିନ ଫେମ୍ ଫିଲ୍ମ ଇନଷ୍ଟିଚ୍ୟୁଟ ପକ୍ଷରୁ ଛେଣ୍ଡ କଳିଙ୍ଗବିହାର ବର୍ଷା ଏଣ୍ଟରଟେନମେଣ୍ଟ ଏଣ୍ଡ ଷ୍ଟୁଡିଓରେ ଅଡିସନ୍ ହେବ ବୋଲି ଆଜି ସେକ୍ଟର-୩ ଫେମ୍ ଫିଲ୍ମ ଇନଷ୍ଟିଚ୍ୟୁଟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।ଏହି ତିନୋଟି ସଙ୍ଗୀତ ଭିଡିଓ ଆଲବମ୍ ମଧ୍ଯରେ ରହିଛି “ତୁ ଅଛୁ ମୋ ଭାଗ୍ଯରେ”, “ସତ କହରେ ଝିଟିପିଟି” ଏବଂ “ଏ ପ୍ରେମ ନୁହଁ ମୋର”। ଫେମ୍ ଫିଲ୍ମ ଇନଷ୍ଟିଚ୍ୟୁଟ ଓଡିଶାର ନାମୀଦାମୀ କଳାକାରମାନଙ୍କୁ ନେଇ ସଙ୍ଗୀତ ଭିଡିଓ ଆଲବମ୍ ତିଆରି କରୁଥିଲା ବେଳେ, ଏହି ତିନୋଟି ସଙ୍ଗୀତ ଭିଡିଓ ଆଲବମ୍ ପାଇଁ ରାଉରକେଲାରୁ ନୂତନ ନାରୀ କଳାକାରଙ୍କୁ ସ୍ଥାନ ଦେବାକୁ ଅଡିସନ୍ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି।

