ରାଉରକେଲା:8//5,(ଉତ୍କଳ ସମାଚାର)। ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର ଦ୍ଵାରା ସଂଚାଲିତ ସେକ୍ଟର ୧ ସ୍ଥିତ କମ୍ୟୁନିଟ ସେଣ୍ଟର୍ ଯୋଗ କେନ୍ଦ୍ରର ଅଷ୍ଠମ ତମ ବାର୍ଷିକ ଉତ୍ସବ ବରିଷ୍ଠ ଯୋଗ ପ୍ରଶିକ୍ଷକ ଶ୍ରୀମତୀ ରଞ୍ଜିତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଶ୍ରୀ ଅକ୍ରୁର ମାର୍ଥଙ୍କ ପୌରହିତ୍ୟରେ ଓ ଯଜମାନ ରଞ୍ଜିତା ପାଣିଗ୍ରାହୀ ଓ ନିତମ୍ବିବିନୀ ସ୍ୱାଇଁଙ୍କ ଦ୍ୱାରା ଏଗାର କୁଣ୍ଡିୟ ଯଜ୍ଞ କରାଯାଇ ସମସ୍ତଙ୍କ ମଙ୍ଗଳ କାମନା କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ସହ ରାଜ୍ୟ ପ୍ରଭାରୀ ଅକ୍ରୁର ମାର୍ଥା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ କରି ବୈଦିକ ରୀତି ଅନୁଯାୟୀ ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମର ଅଧକ୍ଷା ରଞ୍ଜିତା ପାଣିଗ୍ରାହୀ ତାଙ୍କ ସ୍ବାଗତ ଭାଷଣରେ କେନ୍ଦ୍ରର ବିବିଧ କାର୍ଯ୍ୟକ୍ରମ ଓ ଅଷ୍ଟାଙ୍ଗ ଯୋଗ ଉପରେ ଆଲୋକ ପାତ କରିଥିଲେ । ଭାରତ ସ୍ୱାଭିମାନ ନ୍ୟାସର ସହ ରାଜ୍ୟ ପ୍ରଭାରୀ ଶ୍ରୀ ଅକ୍ରୁର ମାର୍ଥା ତାଙ୍କ ଅଭିଭାଷଣରେ ଯୋଗର ଆବଶ୍ୟକତା ଓ ଏହାଦ୍ବାରା ବ୍ୟକ୍ତି ,ସମାଜ ଓ ଦେଶର ଆର୍ଥିକ ପ୍ରଗତିରେ ଯୋଗର ଅବଦାନ ଉପରେ ମତବ୍ୟକ୍ତ କରିଥିଲେ । ବିଶେଷ ଭାବରେ ରାଉରକେଲା ଇସ୍ପାତ କାରଖାନା ତରଫରୁ ସମସ୍ତ କମ୍ୟୁନିଟ ସେଣ୍ଟର ଗୁଡିକରେ ଯୋଗକେନ୍ଦ୍ର ପାଇଁ ସ୍ଥାନ ଦେଇଥିବାରୁ ତାର ଭୂୟସୀ ପ୍ରଶଂସା କରିବା ସହିତ ଯୋଗକୁ ବିଶ୍ଵ ଦରବାରରେ ପ୍ରଚାର ପ୍ରସାରରେ ପରମ ପୂଜ୍ୟ ସ୍ୱାମୀଜୀ ରାମଦେବ ମହାରାଜାଙ୍କ ଭୂମିକାକୁ ପ୍ରଶଂସା କରିଥିଲେ । ଜିଲ୍ଲା ମହିଳା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନୀତମ୍ବିନି ସ୍ୱାଇଁ, ଜିଲ୍ଲା ବି ଏସ ଟି ପ୍ରଭାରୀ ନରେନ୍ଦ୍ର ବେହେରା, PYS ଜିଲ୍ଲା ପ୍ରଭାରୀ ପ୍ରଦୀପ୍ତ ସାହୁ, ଜିଲ୍ଲା ମିଡିଆ ପ୍ରଭାରୀ ଗଂଗାଧର ଦାଶ, ,ଜିଲ୍ଲା ସୋସିଆଲ ମିଡିଆ ପ୍ରଭାରୀ ଆରତୀ କର ତାଙ୍କ ଅଭି ଭାଷଣରେ ଯୋଗ ସୁସ୍ଥ ଓ ନିରୋଗ ଜୀବନ ପାଇଁ ବିନା ଅର୍ଥରେ ଏକମାତ୍ର ମାର୍ଗ ବୋଲି ମତ ପୋଷଣ କରିଥିଲେ । ଯୋଗକୁ ବ୍ୟାପକତା କରିବା ସହିତ ଯୋଗ କେନ୍ଦ୍ରର ବିସ୍ତାର କରିବା ଉପରେ ଗୁରୁତ୍ଵ ଦେଇଥିଲେ । କାର୍ଯ୍ୟକ୍ରମର ପରିଚାଲନା କରିଥିଲେ ପରିଶେଷରେ ଯୋଗାସନ ଓ ଯୋଗ ନୃତ୍ୟ ପରିବେଷଣ କରି ପୁରସ୍କାର ପାଇଁ ଥିଲେ ଭାଗ୍ୟ ମାଉସୀ , ସ୍ନିଗ୍ଧା ଦିଦି, ସ୍ୱର୍ଣ୍ଣଲତା ସୋରେନ, ସ୍ଵୟଂ ପ୍ରଭା ତ୍ରିପାଠୀ, ଜୟନ୍ତୀ ନାୟକ, ଲକ୍ଷ୍ମୀ ନାୟକ, ସୁପ୍ରଭା ମହାରଣା, ଏବଂ ସ୍ୱାନ୍ତନା ମୂଳକ ପୁରସ୍କାର ପାଇଁ ଥିଲେ ରମା ରାଣୀ ସାହୁ, ଗୀତାରାଣୀ ସାହୁ, ନିକୀ ଦାସ, କଳ୍ପନା ପାତ୍ର, ରୀନା ପଣ୍ଡା, ଓ ବିମଳା ପ୍ରଧାନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଯୁବିତା ବେହେରା ଓ ଧନ୍ୟଵାଦ ଅର୍ପଣ କରିଥିଲେ ଏହି କେନ୍ଦ୍ରର ଅନ୍ୟତମ ଯୋଗ ଶିକ୍ଷକ କଲ୍ପନା କୁମ୍ଭାର । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସାହାଯ୍ୟ କରିଥିଲେ କମ୍ୟୁନିଟ ସେଣ୍ଟରର କାର୍ଯ୍ୟକର୍ତ୍ତା ବୃନ୍ଦ, ଏହି କେନ୍ଦ୍ରର ସମସ୍ତ ଯୋଗ ଶିକ୍ଷକ ଓ ସାଧିକା ଭଉଣୀ ମାନେ ବୋଲି ଜିଲ୍ଲା ମିଡ଼ିଆ ପ୍ରଭାରୀ ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି ।

