ରାଉରକେଲା ୮/୫,(ଉତ୍କଳ ସମାଚାର)ଆଜି ମ୍ୟୁନିସିପାଲ ମହାବିଦ୍ୟାଳୟ ରାଉରକେଲା ଠାରେ ଅପେରସନ ସିନ୍ଦୁର ର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ କାର୍ଯ୍ୟକ୍ରମ କରାଯାଇଥିଲା l ପ୍ରଥମେ ଜାତୀୟ ପତାକା ଉତୋଳନ କରାଯାଇ ଜାତୀୟ ସଂଗୀତ ଗାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମ୍ୟୁନିସିପାଲ ମହାବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ଗାନ୍ଧୀ ମହାବିଦ୍ୟାଳୟ ଏବଂ ଇସ୍ପାତ ମହାବିଦ୍ୟାଳୟ ର ଏନ ସି ସି ଶିକ୍ଷାର୍ଥୀ ମାନେ ବହୁ ସଂଖ୍ୟା ରେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ମ୍ୟୁନିସିପାଲ କଲେଜ ର ପୂର୍ବତନ ଅଧକ୍ଷ ଡ଼କ୍ଟର ସନାତନ ପଧାନ ଯୋଗ ଦେଇ ଅପେରସନ ସିନ୍ଦୁର ଉପରେ ଆଲୋକ ପାତ କରିଥିଲେ l କଲେଜ ର ଅଦକ୍ଷ ପ୍ରଫେସର ହରିହର ଦାଶ ସ୍ୱାଗତ ଭାଷଣ ଦେଇଥିଲେ l ଅନ୍ୟ ତମ ଅତିଥି ମାନଙ୍କ ମଧ୍ୟରେ ମ୍ୟୁନିସିପାଲ କଲେଜ ର ପୂର୍ବତନ ଏନ ସି ସି ଅଫିସର କ୍ୟାପଟେନ ସତ୍ୟ ନାରାୟଣ ରାଉତ, ସୁବେଦାର ମେଜର ଅଙ୍ଗଦ ମାହାତୋ, ସୁବେଦାର ସୁଖବିନ୍ଦେର ସିଂହ, ହେମନ୍ତ କୁମାର ପୁହାଣ, ଦୀପ୍ତି ରଞ୍ଜନ ମହାନ୍ତି, କ୍ୟାଡେଟ ଏବଂ ପି ଆଇ ଷ୍ଟାଫ ମାନେ ଯୋଗ ଦେଇଥିଲେ l ସୁବେଦାର ମେଜର ମଧ୍ୟ ଅପେରସନ ସିନ୍ଦୁର ଉପରେ ଆଲୋକପାତ କରିଥିଲେ l ଶେଷରେ ଅପେରସନ ସିନ୍ଦୁର ଉପରେ ଲେଫ୍ଟନାଣ୍ଟ ସୁରଜ ତନ୍ତି ଙ୍କ ଦ୍ୱାରା ଏକ ଫିଲ୍ମ ନିର୍ମାଣ କରି ପଦର୍ଶିତ କରିଥିଲେ l ଶେଷରେ ଲେଫ୍ଟନାଣ୍ଟ ସୁରଜ ତନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l ତାପରେ ସମସ୍ତ ଙ୍କ ଦ୍ୱାରା ଏନ ସି ସି ଗୀତ ଗାନ କରା ଯାଇଥିଲା ଏବଂ ବିଭିନ୍ନ ସ୍ଲୋଗାନ ଦେଇ ଏହି ଉତ୍ସବ ର ପରିସମାପ୍ତି ହୋଇଥିଲା l

