ରାଜଗାଙ୍ଗପୁର 14/5/26(କଳିଙ୍ଗ ସମାଚାର)ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ପଦା ଜାମପଲ୍ଲୀ ର ନିବାସୀ ବାବୁଲା ଡୁଙ୍ଗ ଡୁଙ୍ଗ ଗତ ଦୁଇ ଦିନ ତଳେ ନିଖୋଜ ଥିବା ତା ପରିବାର ପକ୍ଷରୁ ଥାନା ରେ ଅଭିଯୋଗ ପରେ ପୋଲିସ କେସ ରୁଜୁ କରି ତଦନ୍ତ କରି ଶବକୁ ଉଦ୍ଧାର କରି ଥିଲା l ଘଟଣା ରୁ ପ୍ରକାଶ ଯେ ଗତ 10 ତାରିଖ ରେ ବାବୁଲା ଡୁଙ୍ଗୁ ଡୁଙ୍ଗୁ ତାର ସ୍ତ୍ରୀ ସାରା ଡୁଙ୍ଗୁ ଡୁଙ୍ଗୁ ପୁଅ ଝିଅ ଏବଂ ସାଙ୍ଗ ରେ ଭାଇକୁ ନେଇ ରାଜଗାଙ୍ଗପୁର ରାଣୀବନ୍ଦ ଧୋବୀ ପଡା କୁ କାନ ବିନ୍ଦାଣୀ ଭୋଜି ଖାଇବା ପାଇଁ ଆସିଥିଲେ ଭୋଜିରେ ମଦ ଖାଇ ବାବୁଲା ମାତାଲ ହୋଇ ଯାଇ ଥିଲା ବିଳମ୍ବିତ ରାତ୍ର ରେ ଗ୍ରାମ ର କୌଣସି ଜଣଙ୍କ ଘରେ ପଶି ଯାଇଥିଲା ସେହି ସମୟ ରେ ଗୃହ ମାଲିକ ଦେଖିବା ପରେ ପାଟି ତୁଣ୍ଡ ହୋଇ ବାବୁଲାକୁ ମାଡ଼ ମାରିଥିଲେ ଗଣ୍ଡଗୋଳ ରେ ବାବୁଲା ର ଭାଇ ଶାନ୍ତ କରିବା ପାଇଁ ଚେଷ୍ଟା କରିବା ବେଳେ ବାବୁଲା ଘଟଣା ସ୍ଥଳରୁ ଦୌଡ଼ ପଳେଇ ଥିଲା l ପରିବାର ଲୋକ ତାକୁ ଖୋଜା ଖୋଜି କରିବା ପରେ ନ ପାଇବା ପରେ ଭାବିଲେ କେଉଁଠି ଶୋଇ ଯାଇଥିବ l ସକାଳ ରେ ଖୋଜା ଖୋଜି କରିବା ପରେ ନ ମିଳିବା ପରେ ଥାନାରେ ନିଖୋଜ ଥିବା ଅଭିଯୋଗ କରିଥିଲେ l ପୋଲସ ସନ୍ଧାନୀ କୁକୁର ଆଣି ତଦନ୍ତ କରିବା ପରେ କୁକୁର ଟି ନିକଟରେ ଥିବା ନାଳ ପାଖରେ ଆସି ଏଟିକି ଯାଇ ଥିଲା l ପୋଲିସ ଅଗ୍ନିଶମ ବାହିନୀ ଙ୍କୁ ଡାକି ଆଣି ନାଳ ରେ ତଦନ୍ତ କରିବା ପରେ ବାବୁଲା ର ମୃତ ଶରୀର କୁ ଉଦ୍ଧାର କରି ଥିଲେ l ପୋଲିସ ଶବ କୁ ଜବତ କରି ଶବ ବ୍ୟବଛେଦ ପାଇଁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣା ଯାଇଥିଲା l ସଙ୍ଗିନୀ ଅପରାଧ ଅଭିଯୋଗ ପରେ ପୋଲିସ ରାଜଗାଙ୍ଗପୁର ସହକାରୀ ତହସିଲଦାର ଅନୀଲ କୁମାର ସୋରେନ ଙ୍କ ଉପସ୍ଥିତ ରେ ଶବ ବ୍ୟବଚ୍ଛେଦ କରା ଯାଇ ଥିଲା ବ୍ୟବଚ୍ଛେଦ ରିପୋଟ ଆସିଲେ ଅନ୍ୟ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ରାଜଗାଙ୍ଗପୁର ଏସ ଡି ପି ଓ ବିଭୁତି ଭୂଷଣ ଭୋଇ ସାମ୍ବାଦିକ ଙ୍କୁ ଜଣାଇ ଥିଲେ lରାଜଗାଙ୍ଗପୁର ରୁ ସୁବାଷ ବେହେରା

