ରାଉରକେଲା :20//5,(ଉତ୍କଳ ସମାଚାର) ଓଡ଼ିଶାର ବିପ୍ଳବୀ ଶ୍ରମିକ ନେତା,ମେହନତି ମଣିଷର ସ୍ବର,ସି ଆଇ ଟି ୟୁ ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ,ସି ପି ଆଇ ଏମ୍ ର ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ କମ୍ରେଡ୍ ବିଷ୍ଣୁ ମହାନ୍ତି ସ୍ମରଣେ ଏକ ଜିଲ୍ଲା ସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଆଜି ସି ପି ଆଇ ଏମ୍, ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ସି ପି ଆଇ ଏମ୍ ଜିଲ୍ଲା ସଂପାଦକ କମ୍ରେଡ୍ ପ୍ରମୋଦ ସାମଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ପାର୍ଟିର ପଲିଟବ୍ୟୁରୋ ସଦସ୍ୟ ତଥା ସିଟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ପୂର୍ବତନ ସାଂସଦ ତପନ୍ ସେନ୍ ମୁଖ୍ୟବକ୍ତା ଭାବରେ ଯୋଗଦେଇ କମ୍ରେଡ୍ ବିଷ୍ଣୁ ମହାନ୍ତି ଙ୍କ ଅକାଳ ବିୟୋଗ କେବଳ ସୁନ୍ଦରଗଡ଼ ଜିଲ୍ଲା କିମ୍ବା ଓଡ଼ିଶା ନୁହେଁ ସମଗ୍ର ଦେଶରେ ଶ୍ରମିକ ଆନ୍ଦୋଳନ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିବା ତାଙ୍କର ବିୟୋଗରେ ଶ୍ରମିକ ଆନ୍ଦୋଳନ ପାଇଁ ଏକ ଯୁଗର ଅବସାନ ଘଟିଲା ବୋଲି କହିଥିଲେ। ଯେତେବେଳେ ଦେଶରେ ଶ୍ରମିକ ଶ୍ରେଣୀ ଉପରେ ସରକାରଙ୍କ ପକ୍ଷରୁ ଆକ୍ରମଣ ତୀବ୍ର ହୋଇଛି, ଦେଶର ଜନ ସାଧାରଣ ବିଭିନ୍ନ ସମସ୍ୟା ରେ ଜର୍ଜରିତ, ସେହି ସମୟରେ କମ୍ରେଡ୍ ବିଷ୍ଣୁ ମହାନ୍ତି ଙ୍କ ପରି ଜଣେ ଯୁଗନ୍ଧର ଙ୍କୁ ସଂଗଠନ ହରାଇବା କେବଳ ସି ଆଇ ଟି ୟୁ କିମ୍ବା ସି ପି ଆଇ ଏମ୍ ପାଇଁ ନୁହେଁ ସମଗ୍ର ଦେଶର ଶ୍ରମିକ ଶ୍ରେଣୀ ପାଇଁ ଏକ ଅପୂରଣୀୟ କ୍ଷତି। ଶ୍ରମିକ ଆନ୍ଦୋଳନ କୁ ସୁସଂହତ କରିବା ସହିତ ଜନ ଆନ୍ଦୋଳନ କୁ ବଳିଷ୍ଠ କରିପାରିଲେ ତାହା ହେବ ତାଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି ବୋଲି ଶ୍ରୀ ସେନ୍ ମତ ରଖିଥିଲେ। ଶ୍ରଦ୍ଧାଞ୍ଜଳି ସଭାରେ ସି ପି ଆଇ ଏମ୍ ରାଜ୍ୟ ସଂପାଦକ ସୁରେଶ ପାଣିଗ୍ରାହୀ ବକ୍ତବ୍ୟ ରଖି କହିଥିଲେ ଯେ କମ୍ରେଡ୍ ବିଷ୍ଣୁ ମହାନ୍ତି ଙ୍କ ପରି ପାର୍ଟି ଜଣେ ତାର ମହାରଥୀ ଙ୍କୁ ହରାଇ ସଂପୂର୍ଣ୍ଣ ମର୍ମାହତ। ତାଙ୍କର ଅପୂରଣୀୟ କାର୍ଯ୍ୟ କୁ ପୁରଣ କରିବା ପାଇଁ ସମସ୍ତ ପାର୍ଟି ସଦସ୍ୟ ଆଗେଇ ଆସିବାକୁ ସେ ଆହ୍ୱାନ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ପାର୍ଟିର ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ,ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ୍ ତିର୍କୀ, ପୂର୍ବତନ ସାଂସଦ ତଥା କଟକ ମହାନଗର ନିଗମର ମେୟର ସୁବାସ ସିଂହ, ବିଶିଷ୍ଟ ସ୍ତମ୍ଭକାର ତଥା ରାଜ୍ୟ କଂଗ୍ରେସ ପ୍ରବକ୍ତା ସୁଦର୍ଶନ ଦାସ, ପୂର୍ବତନ ବିଧାୟକ ଜନାର୍ଦ୍ଦନ ଦେହୁରୀ,ସି ପି ଆଇ ଜିଲ୍ଲା ସଂପାଦକ ପ୍ରଦୋଷ ମହାନ୍ତି, ଜାତୀୟ କଂଗ୍ରେସ ଜିଲ୍ଲା ନେତା ରବି ରାୟ,ଏସ ୟୁ ସି ଆଇ ରାଜ୍ୟ ନେତ୍ରୀ ଛବି ମହାନ୍ତି,ବି ଜେ ଡି ନେତା ଜୟନ୍ତ କୁମାର ମିଶ୍ର, ଆମ୍ ଆଦମୀ ପାର୍ଟି ନେତା ଭରତ ବାଇ, ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର, ସମାଜସେବୀ ସଞ୍ଜିବ ମହାନ୍ତି,ଆଇ ଏନ୍ ଟି ୟୁ ସି ସାଧାରଣ ସମ୍ପାଦକ ପ୍ରଶାନ୍ତ ବେହେରା, ସମାଜସେବୀ ତଥା ସଚେତନ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ପି ପି ରାୟ, ପଶୁପତିନାଥ ଚାଟାର୍ଜୀ, ଡଃ ଅର୍ଚ୍ଚନା ବାରିକ୍, ପ୍ରଣବ ରଞ୍ଜନ ଜେନା,ଅଶୋକ ମହାନ୍ତି,ରଙ୍ଗା ଚରଣ ପ୍ରଧାନ,ଏସ ଡବ୍ଲ ଏଫ୍ ଆଇ ଭିଲାଇ ନେତା ଏସ ପି ଦେ,ଏଚ ଏମ୍ ଏସ ନେତା ପ୍ରମୋଦ ଦାସ,ଏ ଆଇ ୟୁ ଟି ୟୁ ସି ନେତା ଅଜିତ ନାୟକ, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର,ଡ ସୁମନ ଦତ୍ତ,ବି ଏନ୍ ଦାସ,ବିମଳ ବିଶି,ଶୁଭ ପଟ୍ଟନାୟକ, ପ୍ରଶାନ୍ତ ସେଠୀ, ଇନ୍ଦ୍ରମଣି ବେହେରା,ଚିତ୍ତ ଜେନା, ବିରେନ ସେନାପତି ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପ୍ରୟାତ କମ୍ରେଡ୍ ବିଷ୍ଣୁ ମହାନ୍ତି ଙ୍କ ପ୍ରତି ଶ୍ରଦ୍ଧା ସୁମନ ଜଣାଇଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭା ଅବସରରେ କମ୍ରେଡ୍ ବିଷ୍ଣୁ ମହାନ୍ତି ଙ୍କ ସ୍ମରଣେ ଏକ ସ୍ମରଣିକା ଯୁଗନ୍ଧର କୁ ମୁଖ୍ୟବକ୍ତା ଶ୍ରୀ ସେନ୍ ଓ ଶ୍ରୀ ପାଣିଗ୍ରାହୀ ଙ୍କ ସମେତ ପାର୍ଟି ଜିଲ୍ଲା ସଂପାଦକ ପ୍ରମୋଦ ସାମଲ, ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ରାଜ କିଶୋର ପ୍ରଧାନ, ପ୍ରଭାତ ପଣ୍ଡା ପ୍ରମୁଖ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିପ୍ଳବୀ ସଂଗୀତ ଗାନ କରିଥିଲେ ସତ୍ୟବ୍ରତ ମିଶ୍ର, ବିଶ୍ଵନାଥ ଲେଙ୍କା,ଝୁନୁ ନାୟକ ଓ ମାଷ୍ଟର ଯୋଯୋ ଓ ଶେଷରେ କମ୍ରେଡ୍ ବିଷ୍ଣୁ ମହାନ୍ତି ଙ୍କ ନାତୁଣୀ ବୈଭବୀ ମହାନ୍ତି ନା ଚିଠି ନା କୋଇ ସନ୍ଦେଶ… ଗାନ କରି କମ୍ରେଡ୍ ବିଷ୍ଣୁ ମହାନ୍ତି ଙ୍କୁ ସ୍ମରଣ କରିବା ସହ ସମେବତ ଜନତା ଇଣ୍ଟରନ୍ୟାଶନାଲ ସଂଗୀତ ଗାନ କରିବା ପରେ ଶ୍ରଦ୍ଧାଞ୍ଜଳି ସଭା ସମାପନ କରାଯାଇଥିଲା।କାର୍ଯ୍ୟକ୍ରମ କୁ ସି ପି ଆଇ ଏମ୍ ଜିଲ୍ଲା କମିଟି ସଦସ୍ୟ ବସନ୍ତ ନାୟକ,ବି ପି ମହାପାତ୍ର, ହୃଦୟାନନ୍ଦ ଯାଦବ, ଅନିରୁଦ୍ଧ ତ୍ରିପାଠୀ,ଆନନ୍ଦ ମାସି ହରୋ,ବାଦଲ ବାରିକ୍, ସୁଶିଳା ମୁଣ୍ଡା,ସୁରେଶ ନାୟକ, ସମୀର ନାୟକ ପ୍ରମୁଖ ପରିଚାଳନା କରିଥିଲେ।

