ନବରଙ୍ଗପୁର:3//6,(ଉତ୍କଳ ସମାଚାର) ଗତକାଲି ୧.୬.୨୦୨୬ ରିଖ ସନ୍ଧ୍ୟା ୫.୩୦ ମୀ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ରବି ଧାନ ସଂଗ୍ରହଣ ପ୍ରକ୍ରିୟା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ଼ ପ୍ରମୋଦ କୁମାର ପୃଷ୍ଟି, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁଧିର ରଞ୍ଜନ ବେହେରା, ଡି ଆର୍ ସି ଏସ ଶରତ ଚନ୍ଦ୍ର ପାଣିଗ୍ରାହୀ ଏବଂ ସି ଏସ ଓ ଦେବାଶିଷ ମହାନ୍ତି ଉପସ୍ଥିତ ଥିଲେ।ଜିଲ୍ଲାପାଳ ବୈଠକରେ ଯେଉଁ ଲ୍ୟାମ୍ପ ଗୁଡ଼ିକ ଅଣ-ଧାନ ଜମିର ପଞ୍ଜୀକରଣରେ ଜଡିତ ଅଛନ୍ତି ସେମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡି ଆର୍ ସି ଏସ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ କେବଳ ଯୋଗ୍ୟ ପଞ୍ଜିକୃତ ଚାଷୀଙ୍କଠାରୁ ଧାନ କ୍ରୟ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଧାନ କିଣା ସମୟରେ ଯଦି କୌଣସି ଚାଷୀ ଜାଲିଆତି କରି ମଣ୍ଡିକୁ ଖରିପ ସମୟର ଧାନ ବିକ୍ରୟ ପାଇଁ ଆଣିଥାନ୍ତି, ସେପରି ଚାଷୀଙ୍କୁ ଚିହ୍ନଟ କରି ତଦନ୍ତ ପ୍ରକାରେ କଳାତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ |ଧାନ କ୍ରୟ ସମୟରେ ସରକାରୀ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବା, ଧାନ ଗଦା କରି ରଖିବା ପାଇଁ ପର୍ଯ୍ୟାପ୍ତ ଟାରପୋଲିନ ବ୍ୟବସ୍ଥା କରିବା ,କେବଳ ଏଫ୍ ଏ କ୍ୟୁ ମାନର ଧାନ କ୍ରୟ କରିବା ପାଇଁ ନିଶ୍ଚିତ କରିବାକୁ ବୈଠକ ରେ ଆଲୋଚନା ହୋଇଥିଲା। କେ ଏମ୍ ଏସ ୨୦୨୫-୨୬ରବି ଧାନ ସଂଗ୍ରହ ଋତୁରେ ଅଂଶଗ୍ରହଣ କରୁଥିବା ମିଲରମାନଙ୍କୁ ଧାନ ସଂଗ୍ରହଣ ଗୁଡ଼ିକରେ କୌଣସି ପ୍ରକାରର ଅନିୟମିତ କିମ୍ବା ଜାଲିଆତିପୂର୍ଣ୍ଣ ଧାନ କ୍ରୟ କାର୍ଯ୍ୟକଳାପରେ ଯେଭଳି ସମ୍ପୃକ୍ତ ନ ହେବେ ତା ଉପରେ ଗୁରୁତ୍ବ ଦେବାକୁ ବିଭାଗୀୟ ଅଧିକାରୀ ଙ୍କୁ କହିଥିଲେ।କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ସମସ୍ତ ଅନିୟମିତତା ଏବଂ ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ମଣ୍ଡି ପର୍ଯ୍ୟବେକ୍ଷକ ଅଧିକାରୀମାନଙ୍କୁ ମଣ୍ଡି ପଏଣ୍ଟଗୁଡ଼ିକରେ ଘଟୁଥିବା ଅନିୟମିତ କାର୍ଯ୍ୟକଳାପ, ବିଶେଷକରି ବ୍ୟବସାୟୀ, ଏଜେଣ୍ଟ, ମିଲର କିମ୍ବା ମଧ୍ୟସ୍ଥମାନଙ୍କ ଦ୍ୱାରା ଧାନ ବିକ୍ରୟ ସମ୍ବନ୍ଧୀୟ ଘଟଣା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।ମଣ୍ଡି ଏବଂ ଧାନ ସଂଗ୍ରହ କେନ୍ଦ୍ରଗୁଡ଼ିକରେ ସ୍ଥାପିତ ସି ସି ଟି ଭି ବ୍ୟବସ୍ଥା ସର୍ବଦା କାର୍ଯ୍ୟକ୍ଷମ ରହିବା ସହ ମିଲରମାନେ ଭି ଟି ଏସ ମାଧ୍ୟମରେ ଧାନ ଉଠାଇବା ଏବଂ ଯାନବାହନରେ ଭି ଏଲ ଡି ଟି ସୁନିଶ୍ଚିତ କରାଯିବ।ଶେଷରେ ଜିଲ୍ଲାପାଳ ସମସ୍ତ ସମ୍ପୃକ୍ତ ଅଧିକାରୀ, ସଂଗ୍ରହକାରୀ ସଂସ୍ଥା, ଆର୍ ଏମ ସିଏବଂ ଲ୍ୟାମ୍ପ/ପାକ୍ସ ମାନଙ୍କୁ ଉପରୋକ୍ତ ନିର୍ଦ୍ଦେଶାବଳୀର କଡ଼ାକଡ଼ି ପାଳନ ସୁନିଶ୍ଚିତ କରିବାକୁ କହିଥିଲେ।ସଭାପତି ଓ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇ ବୈଠକ ସମାପ୍ତ ହୋଇଥିଲା

