ରାଉରକେଲା ୩/୬,(ଉତ୍କଳ ସମାଚାର) ରାଉରକେଲା ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡଙ୍କ ନିର୍ଦ୍ଦେଶ କ୍ରମେ, ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ବେଦବ୍ୟାସ, ଚି଼କଟମାଟି ଓ ବାଗବୁଡି ଅଞ୍ଚଳରେ ଚଢ଼ାଉ କରାଯାଇ ମୋଟ ୧୧ ଗୋଟି କେଶ ରୁଜୁ କରାଯିବା ସହିତ ୧୬୬ ଲିଟର ବେଆଇନ ମହୁଲି ମଦ, ୪୫ ଲିଟର ବାହାର ଭାଟି ମହୁଲି ମଦ ଜବତ କରାଯାଇଛି। ଘଟଣାରେ ସମ୍ପୃକ୍ତ ଥିବା ୧୧ ଜଣ ଆସାମୀ କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ମଧ୍ଯରେ ରବି ଲୋହାର, ରାଧିକା ଲୋହାର, ଇନ୍ଦୁଆ ବେକ୍, ରାହୁଲ ସିଂ, ସୁନିତା ବରୁଆ, ମସ୍ତୁ କୁମ୍ଭାର, ସରୋଜିନୀ କିଷାନ, କର୍ମୀ ଲାକ୍ରା ଏବଂ ରାମି ଲାକ୍ରା ରହିଛନ୍ତି। ଏହି ଚଢ଼ାଉରେ ଅବକାରୀ ଇନିସପେକ୍ଟର ମୋହନ ପଧାନ ଓ ଇନିସପେକ୍ଟର ହେମନ୍ତ ମହାନନ୍ଦିଆ, ଏଏସ୍ଆଇ ବିନୋଦିନୀ ବେହେରା, ବିଦୂତ ଭୂଷଣ ଦାଶ, ଆଲୋକ ପ୍ରଧାନ ଓ ଯୁବରାଜ ବାଗଙ୍କ ସମେତ ହେମ ମଞ୍ଜରୀ ବିଶ୍ୱାଳ, ଗୋବର୍ଦ୍ଧନ ବିଶି, ସୌମ୍ୟ ରଞ୍ଜନ ସାହୁ, ଆୟେଶା ମିଂଜ଼, ତ୍ରିଲୋଚନ ପାଢ଼ୀ, ଆକାଶ ପଟେଲ, ନବୀନ ଭୂୟାଁ, ପ୍ରଦୀପ ଲୁଗୁନ, ବବୁଲ ସ୍ୱାଇଁ, ଭିକ୍ଟୋରିଆ ଡୁଙ୍ଗଡୁଙ୍ଗ, ଟେରେସା ବାର୍ଲା, ଲିଳିମା ଭୋଇ, ସୂର୍ଯ୍ୟକାନ୍ତ ସ୍ୱାଇଁ, ନିରଞ୍ଜନ ରାଉତ, ଜଗନ୍ନାଥ ମୁଣ୍ଡାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

