ରାଉରକେଲା ୪/୬,(ଉତ୍କଳ ସମାଚାର) ଇସ୍ପାତ କାରଖାନାର ସ୍ବୀକୃତିପ୍ରାପ୍ତ ୟୁନିୟନ ରାଉରକେଲା ଶ୍ରମିକ ସଂଘ (ଆରଏସଏସ) ପକ୍ଷରୁ ସେକ୍ଟର-୨ ଇସ୍ପାତ କାରଖାନା ସହର ସେବା ସମ୍ମୁଖରେ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀ ଲାଇସେନ୍ସ ଆଧାରରେ ନେଇଥିବା କ୍ବାର୍ଟରର ଏକ୍ସଟେନ୍ସନ ଭଙ୍ଗା ନୋଟିସ ସମ୍ପୂର୍ଣ୍ଣ ପ୍ରତ୍ଯାହାର କରିବା। ଅବସର ଗ୍ରହଣ କରୁଥିବା ରାଉରକେଲା ଇସ୍ପାତ କାରଖାନା କର୍ମଚାରୀଙ୍କ ପାଇଁ ୧୮ ମାସର କ୍ବାର୍ଟର ରିଟେନସନ୍ ସ୍କିମ୍ ଅବ୍ଯାହତ ରଖିବା। ରାଉରକେଲା ଇସ୍ପାତ କାରଖାନାର କର୍ମଚାରୀଙ୍କ ପାଇଁ ଡବଲ କ୍ବାର୍ଟର ସ୍କିମକୁ ବଳବତ୍ତର ରଖିବା ପ୍ରଭୃତି ଦାବିଗୁଡିକୁ ନେଇ ରାଉରକେଲା ଶ୍ରମିକ ସଂଘ ପକ୍ଷରୁ ସେକ୍ଟର-୨ ରାଉରକେଲା ଇସ୍ପାତ କାରଖାନା ସହର ସେବା ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଏହି ଗଣଧାରଣାରେ ରାଉରକେଲା ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ ବେହେରାଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଅଂଶଗ୍ରହଣ କରି ରାଉରକେଲା ଇସ୍ପାତ କାରଖାନା ସହର ସେବା ପ୍ରଶାସନ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।

